ନୂଆବର୍ଷର ପୂର୍ବ ସନ୍ଧ୍ୟାରେ ଥରିଲା ଏହି ଦେଶ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬

NEWS7
sound-of-earths-magnetic-field-released-by-european-space-agency

ନୂଆଦିଲ୍ଲୀ: ନୂଆବର୍ଷର ସ୍ବାଗତ ପାଇଁ ସାରା ବିଶ୍ବରେ ଖୁସିର ମାହୋଲ ଥିବା ବେଳେ ଭୂମିକମ୍ପରେ ଥରିଛି ଜାପାନ। ନୂଆବର୍ଷର ପୂର୍ବ ସନ୍ଧ୍ୟାରେ ଜାପାନରେ ଭୂମିକମ୍ପ ଅନୂଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬ ରେକର୍ଡ ହୋଇଛି। ୟୁନାଇଟେଡ ଷ୍ଟାଟସ ଜିଓଲଜିକାଲ ସର୍ଭେ ଅନୁସାରେ, ଜାପାନର ନୋଡା ସହରରେ ଏହି ଭୂମିକମ୍ପର କେନ୍ଦ୍ର ସ୍ଥଳ।

USGSର ସୂଚନା ଅନୁସାରେ, ଭୂମିକମ୍ପ ନୋଡାରୁ ପ୍ରାୟ ୯୧ କିଲୋମିଟର ପୂର୍ବରେ ଆସିଛି। ଏହାର ଗଭୀରତା ୧୯.୩ କିଲୋମିଟର ରହିଥିଲା। ଭୂମିକମ୍ପରେ କୌଣସି କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ। ଏହା ବ୍ୟତୀତ ନୂଆ ବର୍ଷ ପୂର୍ବ ଦିନରେ ପ୍ରଥମେ ତିବ୍ବତରେ ଦ୍ବିପ୍ରହରରେ ୩.୪ ତୀବ୍ରତାର ଭୂମିକମ୍ପ ଆସିଥିଲା। ଭୂମିକମ୍ପ ଭାରତୀୟ ସମୟା ଅନୁସାରେ ଦ୍ବିପ୍ରହର ପ୍ରାୟ ୩.୨୬ରେ ୧୦ କିଲୋମିଟରର ଗଭୀରତାରେ ଆସିଥିଲା।

ଏହା ପୂର୍ବରୁ ଡିସେମ୍ବର ୯ ତାରିଖରେ ଉତ୍ତର ଜାପାନରେ ବିଳମ୍ବିତ ରାତିରେ ୭.୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଆସିଥିଲା। ଯେଉଁ କାରଣରୁ ୩୩ ଲୋକ ଆହତ ହୋଇଥିଲେ ଏବଂ ପ୍ରଶାନ୍ତ ମହାସାଗର ତଟବର୍ତ୍ତୀ ଅଞ୍ଚଳରେ ସୁନାମୀ ଆସିଥିଲା।