LIVE TV

‘ମୋ ସ୍ୱାମୀ ତ ସେଠାରେ ପିଏମ୍ ମୋଦିଙ୍କର ପ୍ରଶଂସା କରିଥିଲେ’ : ପାକିସ୍ତାନ ଲିଙ୍କ୍‌ରେ ସୋନମ ୱାଙ୍ଗଚୁକଙ୍କ ପତ୍ନୀଙ୍କର ପ୍ରତିକ୍ରିୟା

NEWS7
Sonam Wangchuk's wife

ନୂଆଦିଲ୍ଲୀ – ସୋନମ ୱାଙ୍ଗଚୁକ୍‌ଙ୍କ ପାକିସ୍ତାନ ଯାତ୍ରା ଏବେ ପ୍ରଶ୍ନ ଘେରରେ। ଏହାକୁ ନେଇ ସୋନମ ୱାଙ୍ଗଚୁକଙ୍କ ପତ୍ନୀଙ୍କର ଆସିଛି ପ୍ରତିକ୍ରିୟା। ତାଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ଏହି ସବୁ ଅଭିଯୋଗକୁ ଦୃଢ ଭାବେ କରିଛନ୍ତି ଖଣ୍ଡନ। ଗୀତାଞ୍ଜଳି କହିଛନ୍ତି ଯେ, ଆମେ ମିଳିତ ଜାତିସଂଘର ଏକ କାର୍ଯ୍ୟକ୍ରମରେ ପାକିସ୍ତାନ ଯାଇ ଥିଲୁ। ମୋ ସ୍ୱାମୀ ସେଠାରେ ମଧ୍ୟ ମଞ୍ଚରେ ପିଏମ୍ ମୋଦିଙ୍କର ହିଁ ପ୍ରଶଂସା କରି ଥିଲେ। ଏହାସହ ସେ ସୋନମ ୱାଙ୍ଗଚୁକଙ୍କ ଦ୍ୱାରା ତାଙ୍କର ସଂଗଠନ ମାଧ୍ୟମରେ ଅର୍ଥ ସଂଗ୍ରହ କରିବା କଥାକୁ ମଧ୍ୟ ଖଣ୍ଡନ କରିଛନ୍ତି। ଗୀତାଞ୍ଜଳି ବିରୋଧ ପ୍ରଦର୍ଶନ ବେଳେ ହିଂସାକାଣ୍ଡ ପାଇଁ ସୁରକ୍ଷା ବାହିନୀକୁ ଦାୟୀ କରାଇଛନ୍ତି। ସେ କହିଛନ୍ତି ଯେ, ସୋନମ ୱାଙ୍ଗଚୁକ ଦୀର୍ଘ ସମୟରୁ ଗାନ୍ଧୀବାଦୀ ଉପାୟରେ ବିରୋଧ ପ୍ରଦର୍ଶନ କରୁଛନ୍ତି। କିନ୍ତୁ ୨୪ ସେପ୍ଟେମ୍ୱରରେ ସିଆରପିଏଫ୍‌ର କାର୍ଯ୍ୟାନୁଷ୍ଠାନ ଯୋଗୁଁ ସ୍ଥିତି ବିଗିଡ଼ି ଥିଲା।

ହିମାଳୟନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଅଲଟରନେଟିଭ୍‌ ଲର୍ଣ୍ଣିଂ (ଏଚଆଇଏଏଲ)ର ସହ-ସଂସ୍ଥାପକ ଆଙ୍ଗମୋ ଫୋନ୍‌ରେ ପିଟିଆଇ-ଭାଷା ସହ କଥାବାର୍ତ୍ତାରେ କହିଛନ୍ତି, ହେପାଜତକୁ ନିଆ ଯିବା ପରେ ସେ ତାଙ୍କ ସ୍ୱାମୀଙ୍କ ସହ କଥାବାର୍ତ୍ତା କରି ପାରୁ ନାହାନ୍ତି। ସେ ଜଳବାୟୁ କାର୍ଯ୍ୟକର୍ତ୍ତା ଓ ତାଙ୍କ ସଂସ୍ଥା ଉପରେ ଲାଗି ଥିବା ସବୁ ଅଭିଯୋଗକୁ ଖଣ୍ଡନ କରି ଦେଇଛନ୍ତି। ଆଙ୍ଗମୋ ଦାବି କରିଥିଲେ ଯେ, ତାଙ୍କୁ ହେପାଜତକୁ ନିଆଯିବା ନିର୍ଦ୍ଦେଶର କପି ଦିଆଯାଇ ନାହିଁ। ଆଙ୍ଗମୋ କହିଛନ୍ତି ଯେ, ତାଙ୍କୁ ଶୁକ୍ରବାର ନିର୍ଦ୍ଦେଶର କପି ପଠାଇବାକୁ ପ୍ରତିଶ୍ରୁତି ଦିଆଯାଇ ଥିଲା। ଆମେ ଆଇନଗତ ରାସ୍ତା ଆପଣାଇବୁ।

ଆଙ୍ଗମୋ କହିଛନ୍ତି , ପାକିସ୍ତାନକୁ ତାଙ୍କର ସଦ୍ୟ ଯାତ୍ରା ସଂପୂର୍ଣ୍ଣ ରୂପେ ପେଶାଗତ ଓ ଜଳବାୟୁ-କେନ୍ଦ୍ରିତ ଥିଲା। ତାଙ୍କର ସ୍ୱାମୀଙ୍କ ପାକିସ୍ତାନ ସହ ସମ୍ୱନ୍ଧର ଅଭିଯୁକ୍ତଙ୍କର ନିନ୍ଦା କରି ସେ କହିଛନ୍ତି ଯେ, ୱାଙ୍ଗଚୁକ୍‌ଙ୍କର ସବୁ ବିଦେଶ ଯାତ୍ରା ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଓ ସଂସ୍ଥାର ନିୟନ୍ତ୍ରଣରେ ହୋଇଥିଲା। ସେ କହିଛନ୍ତି ଯେ, ଆମେ ଜାତିସଂଘ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ଭାଗ ନେଇଥିଲୁ ଏବଂ ଏହା ଜଳବାୟୁ ପରିବର୍ତ୍ତନ ଉପରେ କେନ୍ଦ୍ରିତ ଥିଲା। ହିମାଳୟର ଶିଖରରେ ଥିବା ଗ୍ଲେସିୟର ଏହା ଦେଖିବ ଯେ ମୁଁ ପାକସ୍ତାନରେ ପ୍ରବାହିତ ହେଉଛି କି ଭାରତରେ। ସେ କହିଛନ୍ତି – ଫେବ୍ରୁଆରୀରେ ଆୟୋଜିତ ବ୍ରିଦ୍‌ ପାକିସ୍ତାନ ସମ୍ମିଳନୀର ଆୟୋଜନ ଜାତିସଂଘ ପାକିସ୍ତାନ ଓ ଡନ୍‌ ମିଡ଼ିଆ କରିଥିଲା ଏବଂ ଏଥିରେ ବହୁରାଷ୍ଟ୍ରୀୟ ସହଯୋଗ ସାମିଲ ଥିଲା। ଗୀତାଞ୍ଜଳି କହିଛନ୍ତି ଯେ, ଏହି ସମୟରେ ମଧ୍ୟ ମଞ୍ଚରୁ ତାଙ୍କର ସ୍ୱାମୀ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ହିଁ ପ୍ରଶଂସା କରି ଥିଲେ।

ଉଲ୍ଲେଖନୀୟ ଯେ, ଲଦ୍ଦାଖର ଡିଜିପି ଏସଡି ସିଂହ ଜାମୱାଲ କହିଛନ୍ତି ଯେ, ୱାଙ୍ଗଚୁକଙ୍କ ପାକିସ୍ତାନରୁ କଥିତ ସମ୍ୱନ୍ଧ ହେବାର ଯାଞ୍ଚ କରାଯାଉଛି। ଗତ ମାସରେ ଜଣେ ପାକିସ୍ତାନୀ ଗୁପ୍ତଚରକୁ ଗିରଫ କରାଯାଇଥିଲା, ଯିଏକି ୱାଙ୍ଗଚୁକଙ୍କର ବିରୋଧ ପ୍ରଦର୍ଶନର ଭିଡ଼ିଓ ସୀମା ପାର୍ ପଠାଇ ଥିଲା।
​​​​​​​