ସ୍କୁଟର ସହ ହରେଇଲେ ୧୮ ଲକ୍ଷର ସୁନା, ୧୫ ବର୍ଷ ପରେ ଫେରିପାଇଲେ ଏତେ ଟଙ୍କା, ଜାଣିଲେ ଚମକି ପଡିବେ…

NEWS7
son-passes-away-on-mother-creamation

ନୂଆଦିଲ୍ଲୀ, ୧୧|୦୨: ୧୫ ବର୍ଷର ଲମ୍ବା ସଙ୍ଘର୍ଷ । ମିଳିଲା ଫଳ । ଯାହା କ୍ଷତି ହୋଇଥିଲା ତାହାର ପ୍ରାୟ ତିନି ଗୁଣା ଫେରିପାଇଲେ ଜଣେ ବ୍ୟକ୍ତି । ଇନସ୍ୟୁରାନ୍ସ କମ୍ପାନୀ ବିରୋଧରେ ଚାଲିଥିବା ଏକ ଲଢେଇରେ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ବିଜୟ ହୋଇଛି । ୧୮ ଲକ୍ଷ ଟଙ୍କାର ହଜିଥିବା ସୁନା ବଦଳରେ ସେ ଏବେ ୪୩ ଲକ୍ଷର କ୍ଷତିପୂରଣ ପାଇଛନ୍ତି ।

୨୦୨୦ ମସିହା ଜାନୁଆରୀ ମାସ ୭ ତାରିଖ । ଶର୍ମା ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସୁନା ଗହଣାକୁ ଧରି ଏକ ସ୍କୁଟରରେ ଦିଲ୍ଲୀର ନରେଲା ଯାଉଥିଲେ । ତାଙ୍କୁ ଚାନ୍ଦିନୀ ଚୌକରେ ଥିବା ଏକ ଗହଣା ଦୋକାନକୁ ଯିବାର ଥିଲା । କିନ୍ତୁ ରାସ୍ତାରେ ତାଙ୍କ ପାଖରେ ଗହଣା ଭର୍ତ୍ତି ବ୍ୟାଗ୍ ନଥିବା ସେ ଜାଣିବାକୁ ପାଇଥିଲେ । ଯାହା ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଏନେଇ ସେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।

ଘଟଣାକୁ ନେଇ ସେ ବୀମା କମ୍ପାନୀର ଦ୍ୱାରସ୍ଥ ହୋଇଥିଲେ । କାରଣ ସୁନାଗହଣା ବାବଦରେ ସେ ପୂର୍ବରୁ ବୀମା କରିଥିଲେ । ଏହାସହ କ୍ଷତିପୂରଣ ଦାବି କରିଥିଲେ । କିନ୍ତୁ ପ୍ରଥମେ ବୀମା କମ୍ପାନୀ ତାଙ୍କ ଅନୁରୋଧକୁ ଅଗ୍ରାହ୍ୟ କରିଦେଇଥିଲା । କମ୍ପାନୀ କହିଥିଲା ଯେ, ଶର୍ମା ୨୦୦୯ ଡିସେମ୍ବରରେ ବୀମା ପଲିସି କ୍ରୟ କରିଥିଲେ । ଏହାର କମ୍ ଦିନ ଭିତରେ ସୁନା ଚୋରି ହୋଇଛି । ଏହା ପଛରେ କମ୍ପାନୀ ଶର୍ମାଙ୍କୁ ଦାୟୀ କରିଥିଲା ।

କମ୍ପାନୀ ଆହୁରି କହିଥିଲା ଯେ, ଶର୍ମା ଏକୁଟିଆ ସ୍କୁଟରରେ ସମସ୍ତ ଗହଣା ନେଇ ନରେଲା ଯାଇଥିଲେ । ସେଠାରେ ଏକ ଜାଗା କିଣିବା ପାଇଁ ଦେଖିଥିଲେ । ଏହାପରେ ଡାରିବା କଲନରେ ଥିବା ଏହ ଗହଣା ଦୋକାନକୁ ଯାଉଥିଲେ । ଉଭୟ ସ୍ଥାନ ସମ୍ପୂର୍ଣ୍ଣ ବିପରୀତ ଦିଗରେ ରହିଛି । ଉଭୟ ସ୍ଥାନ ମଧ୍ୟରେ ୩୫ କିଲୋମିଟରର ଦୂରତା ରହିଛି ।

କମ୍ପାନୀରୁ ନିରାଶ ହେଲା ପରେ ସେ କନଜ୍ୟୁମର୍ କମିଶନଙ୍କ ନିକଟରେ ଏକ ଅଭିଯୋଗ କରିଥିଲେ । ଏହାପରେ କନଜ୍ୟୁମର କମିଶନ ବୀମା କମ୍ପାନୀକୁ ଦାୟୀ କରି ୧୭ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ବୀମା କମ୍ପାନୀ ଦିଲ୍ଲୀର ମୁଖ୍ୟ କନଜ୍ୟୁମର୍ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା । ମାମଲାର ଶୁଣାଣି କରି କମିଶନ ଶର୍ମାଙ୍କୁ ଗହଣାର କୌଣସି କ୍ରୟ ବିଲ୍ ନଥିଲା ପ୍ରକାଶ କରିଥିଲେ । ଏହା ମଧ୍ୟ କହିଥିଲେ ଯେ, ପଲିସି ବିକ୍ରି ବେଳେ ବୀମା କମ୍ପାନୀ ବିଲ୍ ନଥାଇ ମଧ୍ୟ ସମସ୍ତ ଗହଣା ଏବଂ ଆସବାବପତ୍ରକୁ ନିଜର ପଲିସିରେ ସ୍ଥାନ ଦେଇଥିଲା । ଏବେ କମ୍ପାନୀ ଅନ୍ୟ ବାହାନା ଦେବାକୁ କ୍ଷତି ପୂରଣ ପାଇଁ ମନା କରିପାରିବନି ବୋଲି ରାଜ୍ୟ କନଜ୍ୟୁମର୍ କମିଶନ କହିଥିଲେ । ଏହାସହ ଜିଲ୍ଲା କନଜ୍ୟୁମର୍ କମିଶନଙ୍କ ରାୟକୁ କାଏମ ରଖିଥିଲେ । ଏହାସହ ୯ ପ୍ରତିଶତ ସୁଧରେ କ୍ଷତିପୂରଣ ଦେବାକୁ ମଧ୍ୟ କମିଶନ କହିଛନ୍ତି । ଯାହାକୁ ଦେଖିଲେ ଶର୍ମାକୁ ପ୍ରାୟ ୪୩ ଲକ୍ଷ ଟଙ୍କା ମିଳିବ ।