ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଖମଙ୍ଗ ଶାସନ ଗ୍ରାମରେ ଅଭାବନୀୟ ଘଟଣା । ମାଆକୁ ହାଣିଲା ନୃଶଂସ ପୁଅ। ଗୁରୁତର ମାଆ ସଞ୍ଜୁ ସ୍ଵାଇଁ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ପୁଅ ବାଦଲ ଘରକୁ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲା। ଆଉ ଘରେ ମାଆ ସଞ୍ଜୁଙ୍କ ସହ ଯୁକ୍ତି ତର୍କ ଓ ପରେ ମାଡ଼ ମାରିଥିଲେ। ଖାଲି ସେତିକି ନୁହେଁ ଉତ୍ୟକ୍ତ ହୋଇ ବାଦଲ ନିଜ ମାଆକୁ ଏକ କଟୁରୀରେ ଆକ୍ରମଣ କରିଥିଲା। ସଞ୍ଜୁଙ୍କ ବେକ, ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା।
ତେବେ ଗାଁ ଲୋକ ରକ୍ତ ଜୁଡୁ ବୁଡୁ ସଞ୍ଜୁଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ସଞ୍ଜୁଙ୍କୁ କ୍ୟାପିଟାଲ୍ ହସପିଟାଲ ରେଫର କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଆକ୍ରମଣକାରୀ ପୁତ୍ର ବାଦଲକୁ କାବୁ କରିଛି |