ସୋଫିଆ ଫିର୍ଦୋସ ହିଁ ଲଢିବେ ନିର୍ବାଚନ, PCC-AICC ନିଷ୍ପତ୍ତିକୁ ଅପେକ୍ଷା

Published By : Prameya-News7 Bureau | April 25, 2024 IST

କଟକ ୨୫।୦୪: ବାରବାଟି କଟକ ବିଧାନସଭା ଆସନରୁ କଂଗ୍ରେସର ବିଧାୟିକା ପ୍ରାର୍ଥୀନୀ ଭାବେ ସୋଫିଆ ଫିର୍ଦୋସଙ୍କ ନାମକୁ ବସିଥିବା ବୈଠକରେ ମୋହର ମାରିଲେ କଂଗ୍ରେସ କର୍ମୀ ଓ ସମର୍ଥକ ମାନେ। ମହମ୍ମଦ ମୋକିମ୍ ନିର୍ବାଚନ ଲଢିବା ଆଶା କ୍ଷୀଣ ହେବା ପରେ ତାଙ୍କ ଝିଅ ସୋଫିଆଙ୍କ ନାମ ଚର୍ଚ୍ଚାରେ ଆସିଥିଲା। 

କଟକ ସୈଦାନି ବଗିଚା ସ୍ଥିତ ମହମ୍ମଦ ମୋକିମଙ୍କ ଘରେ ବାରବାଟି କଟକର ସମସ୍ତ କଂଗ୍ରେସ କର୍ମୀ ଓ ସମର୍ଥକ ମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ସମସ୍ତେ ସୋଫିଆଙ୍କ ନିର୍ବାଚନ ଲଢ଼ିବା ସପକ୍ଷରେ ସହମତି ପ୍ରକାଶ କରିଛନ୍ତି। କଂଗ୍ରେସରୁ ଟିକେଟ ମିଳିବା ନେଇ ଏକ ପ୍ରସ୍ତାବ ପ୍ରଦେଶ କଂଗ୍ରେସ କମିଟି ଓ ଏଆଇସିସିକୁ ଜଣାଯିବ ବୋଲି କହିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ୍।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.