ବଡ଼ଚଣାରେ ବର୍ଷାଙ୍କ ଜୋରଦାର ପ୍ରଚାର, ବାଇକ ରାଲି ସହ ହେଉଛି କର୍ମୀ ସମାବେଶ

Published By : Prameya-News7 Bureau | May 04, 2024 IST

Barsha priyadarshini

ଚଣ୍ଡିଖୋଲ: ଯାଜପୁର ବଡ଼ଚଣାରେ ବିଜେଡି ବିଧାୟକ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀଙ୍କ ଜୋରଦାର ପ୍ରଚାର। ବଡ଼ଚଣାରେ ବଢୁଛି ବର୍ଷା ପ୍ରିୟଦର୍ଶନୀଙ୍କ ଲୋକ ପ୍ରିୟତା। ବଡ଼ଚଣା ବ୍ଲକର ବିଭିନ୍ନ ପଂଚାୟତ ଗସ୍ଥ କରି ସାଉଣ୍ଟୁଛନ୍ତି ଲୋକଙ୍କ ଭଲ ପାଇବା। ବାଇକ ରାଲି ସହ ବିଭିନ୍ନ ପଂଚାୟତରେ ଅନୁଷ୍ଠିତ ହେଉଛି କର୍ମୀ ସମାବେଶ। ତାଙ୍କ ରାଲିରେ ସ୍ଵତଃପ୍ରବୃତ ଭାବେ ଲୋକେ ସାମିଲ ହେଉଥିବା ଦେଖିବାକୁ ମିଳିଛି। 

Also read: ଜୟ ନାରାୟଣ ପୁରୀ ଲୋକସଭାରୁ କଂଗ୍ରେସର ନୂଆ ପ୍ରାର୍ଥୀ, ସକାଳେ ଟିକେଟ୍ ଫେରାଇଥିଲେ ସୁଚରିତା

ଆଜି ବଡ଼ଚଣା ନିର୍ବାଚନ ମଣ୍ଡଳୀର ମଝିପଡ଼ା ଓ ଅଚ୍ୟୁତବସନ୍ତ ପଂଚାୟତରେ ବର୍ଷା ପ୍ରିୟଦର୍ଶନୀ ପ୍ରଚାର କରିଛନ୍ତି। ବର୍ଷାଙ୍କୁ ଦେଖିବା ପାଇଁ ସବୁଠି ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ବଡ଼ଚଣା ବିଜେଡିର ସମସ୍ତ ନେତା ଓ କର୍ମୀ ଯୋଗ ଦେଇଥିଲେ। ମୁଁ ନିର୍ବାଚନ ଲଢ଼ୁନି ବଡ଼ଚଣାବାସୀ ନିର୍ବାଚନ ଲଢ଼ୁଛନ୍ତି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ଗ୍ରାମାଞ୍ଚଳରେ ହୋଇଥିବା ବିକାଶ ହିଁ ନିର୍ବାଚନ ବୈତରଣୀ ପାର କରିବ ବୋଲି ବର୍ଷା ପ୍ରିୟଦର୍ଶନୀ କହିଛନ୍ତି। 



  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.