LIVE TV

ନୂଆପଡ଼ା ଉପନିର୍ବାଚନ, ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ

NEWS7
bjd

ନୂଆପଡ଼ା ୨୦।୧୦ : ନାମାଙ୍କନ ଭରିଲେ ସ୍ନେହାଙ୍ଗିନୀ ଛୁରିଆ । ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ଏହି ସମୟରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଟୁକୁନି ସାହୁ ଆଦି ନେତାମାନେ ଉପସ୍ଥିତ ରହିଛନ୍ତି।

ଖବର ଅନୁଯାୟୀ, ନଭେମ୍ବର ୧୧ ତାରିଖରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି । ରାଜେନ୍ଦ୍ର ଢୋଲକିଆଙ୍କ ନିଧନ ପରେ ଏହି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ବିଜେଡି ତରଫରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ କଂଗ୍ରେସ ପକ୍ଷରୁ ଘାସିରାମ ମାଝି, ଏବଂ ବିଜେପି ପକ୍ଷରୁ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ପ୍ରାର୍ଥୀ ହୋଇଥିଲେ । ଗତ ୧୮ ତାରିଖରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଏବଂ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନାମାଙ୍କନ ଦାଖଲ କରିଥିଲେ । କେବବଳ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଭରିନଥିଲେ । ଏହିକ୍ରମରେ ରବିବାର ଦିନ ବିଜେଡି ପକ୍ଷରୁ ନୂଆପଡ଼ା ଶକ୍ତି ପ୍ରଦର୍ଶନ କରିଥିଲା । ବିଜେଡି ପକ୍ଷରୁ ବିଶାଳ ରାଲିର ଆୟୋଜନ କରିଥିଲା ବିଜେଡି । ଆଉ ସୋମବାର ଦିନ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଦାଖଲ କରିଛନ୍ତି । ​​​​​​​ସ୍ଥାନୀୟ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରି ନିର୍ବାଚନ ଅଧିକାରୀଙ୍କ ପାଖରେ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦଳର ସଭାପତି ତାଙ୍କୁ ନୂଆପଡ଼ା ପାଇଁ ପ୍ରାର୍ଥୀ କରିଥିବାରୁ ତାଙ୍କୁ ଧନ୍ୟବାଦ । ଏହାସହ ବିଜେଡି ଏଠାରେ ନିଶ୍ଚିତ ଜିତିବ ବୋଲି କହିଛନ୍ତି ସ୍ନେହାଙ୍ଗିନୀ। ନାମାଙ୍କନ ପ୍ରକ୍ରିୟାରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଉପନେତା, ପ୍ରସନ୍ନ ଆଚାର୍ଯ୍ୟ, ଉପସଭାପତି ସଂଜୟ ଦାସବର୍ମା, ସାଂସଦ ନିରଞ୍ଜନ ବିଶି, ବିଧାୟକ ରୋମାଞ୍ଚରଞ୍ଜନବିଶ୍ୱାଳଙ୍କ ସହ ପଶ୍ଚିମ ଓଡ଼ିଶାର ଅନେକ ନେତା ଯୋଗ ଦେଇଥିଲେ।​​​