ରାଜଧାନୀରେ ଆପାର୍ଟମେଣ୍ଟ ପୁଣି ଅଗ୍ନିକାଣ୍ଡ, ପୁରା ଅଞ୍ଚଳ ଧୁଆଁମୟ

NEWS7
slum-dwellers-displaced-but-still-their-house-are-not-ready

ଭୁବନେଶ୍ୱର ୨୫।୧୨ : ରାଜଧାନୀର ଆପାର୍ଟମେଣ୍ଟରେ ପୁଣି ଅଗ୍ନିକାଣ୍ଡ । ସତ୍ୟବିହାରରେ ଥିବା ଏକ ଚାରି ମହଲା କୋଟାରେ ଲାଗିଛି ନିଆଁ । ହୁତୁ ହୁତୁ ହୋଇ ଜଳୁଛି ନିଆଁ । ପୁରା ଅଞ୍ଚଳ  ଧୁଆଁମୟ ପରିବେଶ । ଅଗ୍ନିକାଣ୍ଡରେ ଅନେକ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା ପାଇଁ ଉଦ୍ୟମ ଜାରି ରଖିଛି ।