କେନ୍ଦ୍ରାପଡା ୩୧।୭: ଭିଜିଲାନ୍ସ ପରିଚୟ ଦେଇ ଡାକ୍ତରଙ୍କ ଘରୁ ଲୁଟ୍ କରିଥିବା ଅଭିଯୋଗ । ଲୁଟେରା ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ପୋଲିସ l ଗିରଫ ଲୁଟେରା ମାନେ ହେଲେ ଅଭିଳାଷ ନାୟକ, ପ୍ରଫୁଲ୍ଲ ବେହେରା, ସେକ୍ ସରଫୁଲା ଅଲ୍ଲୀ, ସେକ୍ ରାଜୁ, ଅବୁ ଜାଫର୍ ଖାଁ ଓ ଜାକିର୍ ଖାଁ l ସେମାନଙ୍କ ଠାରୁ ପୋଲିସ ନଗଦ ୫୦ ହଜାର ଟଙ୍କା, ୨ଟି ବାଇକ୍ ଓ ୪ଟି ମୋବାଇଲ ଫୋନ ଜବତ କରିଛି l
ଗତ ଜୁଲାଇ ୧୦ ତାରିଖରେ ଏହି ଲୁଟେରା ଗ୍ୟାଙ୍ଗ ଡେରାବିଶ ଓଲଢି ଗାଁର ଅବସରପ୍ରାପ୍ତ ଡାକ୍ତର ଜଲିଲ ଅହମଦ ଖାଁଙ୍କ ଘରେ ଭିଜିଲାନ୍ସ ପରିଚୟ ଦେଇ ପଶିଥିଲେ । ତାଙ୍କ ଘରୁ ଟଙ୍କା ଓ ସୁନା ଲୁଟି ନେଇଥିଲେ l ଲୁଟ ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଜଣ ଫେରାର ଥିବା ଡେରାବିଶ ଥାନା ଅଧିକାରୀ ଅମ୍ବିକା ପ୍ରସାଦ ଦାସ ସୂଚନା ଦେଇଛନ୍ତି l
You Can Read:
୧୬ ଜିଲ୍ଲାରେ ନାହିଁ ଆବଶ୍ୟକୀୟ ଆଇ ସ୍କାନର ମେସିନ, ତୁରନ୍ତ ଯୋଗାଇବାକୁ ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ