LIVE TV

ଗାୟକ ଜୁବିନ ଗର୍ଗଙ୍କ ମ୍ୟାନେଜରଙ୍କ ଘରେ SITର ଚଢାଉ, ସିଙ୍ଗରଙ୍କ ହତ୍ୟାରେ ସଂପୃକ୍ତି ଥିବାର ଅଭିଯୋଗ

NEWS7
Zubeen Garg's manager

ନୂଆଦିଲ୍ଲୀ - ଗୌହାଟୀର ଦତଲପାରା ଅଞ୍ଚଳରେ ଗୁରୁବାର ସକାଳେ ଗାୟକ ଜୁବିନ ଗର୍ଗଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମାଙ୍କ ଘରେ ଏସଆଇଟି କରିଛି ଚଢାଉ। ସୂତ୍ରାନୁସାରେ , ସିଆଇଡି ଅଧିକାରୀଙ୍କ ଟିମ୍ ସକାଳରେ ପରିସରରେ ପହଞ୍ଚି ଯାଇଥିଲା ଏବଂ ପାଖାପାଖି ଦୁଇ ଘଣ୍ଟା ଯାଏ ତିନି ମହଲା ବିଲ୍ଡିଂ ବାହାରେ ମୁତୟନ ଥିଲା। ଏହାପରେ ଟିମ୍ ଫ୍ଲାଟ୍‌ ନମ୍ୱର ୩ଏରେ ପ୍ରବେଶ କରି ଥିଲା।

ଏହି ଫ୍ଲାଟ ଏକ ୩ବିଏଚକେ ଯୁକ୍ତ ୟୁନିଟ୍‌, ଯେଉଁଥିରେ ସିଦ୍ଧାର୍ଥ ଶର୍ମା ଓ ତାଙ୍କ ପରିବାର ୨୦୧୯ ମସିହାରୁ ରହୁଛନ୍ତି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଚଢାଉ କରାଯାଇଛି। ତଦନ୍ତ ଟିମ୍‌ ଫ୍ଲାଟ୍‌ରେ ପାଖାପାଖି ଘଣ୍ଟାଏ ଯାଏ ତଲାସୀ ଅଭିଯାନ ଚଲାଇ ଥିଲେ। ହେଲେ ଏବେସୁଦ୍ଧା ଏହା ସ୍ପଷ୍ଟ ହୋଇ ପାରି ନାହିଁ ଯେ, ଚଢାଉରେ କଣ କଣ ଜିନିଷ ଜବତ ହୋଇଛି।

ଚଢାଉର ଖବର ବ୍ୟାପିବା କ୍ଷଣି ଜୁବିନ ଗର୍ଗଙ୍କ ବହୁ ସଂଖ୍ୟାରେ ପ୍ରଶଂସକ ସେଠାରେ ପହଞ୍ଚି ଯାଇଥିଲେ। ପ୍ରଶଂସକ ଅଶାନ୍ତି ବ୍ୟକ୍ତ କରି ଏସଆଇଟିର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସ୍ଥିତି ବିଗିଡ଼ିବାରୁ ରୋକିବା ପାଇଁ ପୁଲିସ ଅତିରିକ୍ତ ଫୋର୍ସ ଘଟଣାସ୍ଥଳରେ ମୁତୟନ କରିଛି।

ପୁଲିସ ଘଟଣା ସ୍ଥଳରେ ଥିବା ଭିଡ଼କୁ ଶାନ୍ତ କରାଇବାକୁ ଚେଷ୍ଟା କରିବା ସହ ଲୋକଙ୍କୁ ସହଯୋଗ କରିବାକୁ ଅପିଲ କରି ଥିଲା। ଆଖପାଖର ଅଞ୍ଚଳରେ ଭିଡ଼ ସ୍ଥିତି ଉପୁଜିଛି ,ଯାହାକୁ କଣ୍ଟ୍ରୋଲ କରିବା ପାଇଁ ଟ୍ରାଫିକ୍ ପୁଲିସକୁ ମଧ୍ୟ ମୁତୟନ କରାଯାଇଛି। ବର୍ତ୍ତମାନ ଚଢାଉ ପରେ ଏସଆଇଟି ଟିମ୍‌ କୌଣସି ଅଫିସିଆଲି ବୟାନ ଜାରି କରିନାହିଁ।