ଜଗତସିଂହପୁର ୨୨/୧୧: ଶେଷରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ । ଯାଜପୁରରୁ ଗିରଫ କଲା ଜଗତସିଂହପୁର ପୋଲିସ । ୬ ଦିନ ହେଲା ଫେରାର ଥିଲା ସିକନ୍ଦର । ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇ ଥିଲା ଜଗତସିଂହପୁର ପୋଲିସ । ସିକନ୍ଦର ଠାରୁ ତାର ପାସପୋର୍ଟ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ । ବେହେରାମପୁର ବସ୍ତିରେ ସରକାରୀ ଜାଗାରେ ବେଆଇନ ଘର ତିଆରି କରି ବାଂଲାଦେଶୀଙ୍କୁ ରଖିଥିଲା ସିକନ୍ଦର । ସିକନ୍ଦରର ବିଦେଶୀ ଲିଙ୍କ ରହିଥିବା ସୂଚନା । ଏକ ଅଜ୍ଞାତ ସ୍ଥାନରେ ରଖି ପଚାରା ଉଚରା ଜାରି ରଖିଛି ।

ସୂଚନା ଅନୁସାରେ, ଗତ ୧୬ ତାରିଖ ସନ୍ଧ୍ୟାରେ ବେହେରାମପୁର ବସ୍ତିରେ ଚଢ଼ାଉ କରିଥିଲା ପୋଲିସ । ସନ୍ଦିଗ୍ଧ ବାଂଲାଦେଶୀ ରହୁଥିବା ସନ୍ଦେହରେ ହୋଇଥିଲା ଚଢ଼ାଉ । ଅତିରିକ୍ତ ଏସ୍‌ପି, ତରିକୁନ୍ଦ ବିଟ୍‌ ହାଉସ୍ ଅଧିକାରୀ ଓ ମହିଳା କନଷ୍ଟେବଳ ସମେତ ୫ଜଣ ସାମିଲ । ଚଢ଼ାଉ କରିବା ମାତ୍ରେ ସିକନ୍ଦରର ଦୁଇ ଭଉଣୀ ପୋଲିସ୍‌କୁ କରିଥିଲେ ଆକ୍ରମଣ ।

ପାଖାପାଖି ୨ ଘଣ୍ଟା ଧରି ତରିକୁନ୍ଦର ବେରାହିମପୁରସ୍ଥିତ ସିକନ୍ଦରର ବାସଗୃହରେ ପୋଲିସ କରିଥିଲା ଖାନତଲାସୀ ବେଳେ ସାମ୍ନାକୁ ଆସିଥିଲେ ସିକନ୍ଦରଙ୍କସଂପର୍କୀୟା ଓ ତାଙ୍କ ମା’ । ତେବେ ସିକନ୍ଦରଙ୍କ ପତ୍ନୀଙ୍କୁ ପୋଲିସ ପାଇନଥିଲେ । ସିକନ୍ଦରଙ୍କ ପୁଅକୁ ଦେଖିଥିଲେ । ଏହି ତିନି ସଂପର୍କୀୟା ମହିଳାଙ୍କର ସନ୍ତାନ ବି ସିକନ୍ଦର ଘରେ ଥିଲେ । ସିକନ୍ଦରର ଶିକ୍ଷା ନିକଟ ଏକ ବିଦ୍ୟାଳୟରେ ହୋଇଥିଲା । ତରିକୁନ୍ଦର ଏକ କଲେଜରେ ଯୁକ୍ତ ୨ ପଢ଼ୁଥିଲା ହେଲେ ପରୀକ୍ଷାରେ ପାସ୍ କରିପାରିନଥିଲା ।

ପରୀକ୍ଷା ସମୟରେ ପରୀକ୍ଷା ପରିଚାଳକଙ୍କୁ ମାଡ଼ ମାରିଥିଲା । ଭୟରେ କଲେଜ କର୍ତ୍ତୃପକ୍ଷ ସିକନ୍ଦର ବିରୋଧରେ ଆଇନର ଆଶ୍ରୟ ନେଇନଥିଲେ । ଅପରପକ୍ଷେ ପୂର୍ବରୁ ମର୍ଚ୍ଚାଣ୍ଟ ନାଭିରେ ଥିବାରୁ ସିକନ୍ଦର ଜଳପଥରେ ଦେଶ ବାହାରକୁ ପଳାଇ ଯିବାର ଆଶଙ୍କା ପ୍ରକାଶ ପାଇଛି । ସେ ଥିନେଇ ପୁଲିସ ଲୁକ୍ଆଉଟ୍ ନୋଟିସ୍ ଜାରି କରିବାକୁ ଚିନ୍ତା ଏସ୍ପି ଅଙ୍କିତ କୁମାର ବର୍ମା ଗଣମାଧ୍ୟମକୁ କହିଛନ୍ତି । ​​​​​​​

​​​​​​​