LIVE TV

ଟଳିଲା ବଡ଼ ଅଘଟଣ, ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

NEWS7
shilpa-shetty-kundra-on-wheelchair-at-award-ceremony

ନୂଆଦିଲ୍ଲୀ: ଟଳିଲା ବଡ଼ ଅଘଟଣ। ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ। ବୁଧବାର କୋଲାକାତାରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ବିମାନ, ଉତ୍ତର ପ୍ରଦେଶ ବାରାଣସୀର ଲାଲ ବାହାଦୂର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ରିପୋର୍ଟ ଅନୁସାରେ, ଇନ୍ଧନ ଲିକ୍‌ ହେବା କାରଣରୁ ଜରୁରୀ ବିମାନର ଜରୁରୀ ଅବତରଣ କରିବାକୁ ପଡ଼ିଥିଲା।

ତେବେ ଜରୁରୀ ଅବତରଣ ପରେ ବିମାନରେ ଥିବା ସମସ୍ତ ୧୬୬ ଯାତ୍ରୀ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା। ବଡ଼ କଥା ହେଲା ଘଟଣାରେ କୌଣସି ପ୍ରକାର ଧନଜୀବନ କ୍ଷୟକ୍ଷତି ହୋଇନାହିଁ। ଅଧିକାରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ଅଛି ଏବଂ ବିମାନ ବନ୍ଦର ପରିଚାଳନା ସ୍ବାଭାବିକ ରହିଛି।

ଲାଲ ବାହାଦୂର ଶାସ୍ତ୍ରୀ ବିମାନ ବନ୍ଦରର ନିର୍ଦ୍ଦେଶକ ପୁନିତ୍ ଗୁପ୍ତା କହିଛନ୍ତି, ‘‘କୋଲାକାତାରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ବିମାନ ନମ୍ବର ୬୯୬୧ର ପାଇଲଟ ବିମାନରୁ ଇନ୍ଧନ ଲିକ୍‌ କରୁଥିବା ଦେଖି ବାରାଣସୀ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲକୁ ଯୋଗାଯୋଗ କରିଥିଲେ ଏବଂ ଅବତରଣ ପାଇଁ ଅନୁରୋଧ କରିଥିଲେ। ଆଉ ଅନୁମତି ମିଳିବା ପରେ ବିମାନ ଅପରାହ୍ନ ପ୍ରାୟ ୪ଟା ୧୦ ସମୟରେ ଜରୁରୀ ଅବତରଣ କରିଥିଲା ବିମାନ ।ଅଧିକାରୀଙ୍କ ସୂଚନା ଅନୁସାରେ ବିମାନ କମ୍ପାନି ପକ୍ଷରୁ ଜରୁରୀ ଆକ୍ସନ ନିଆଯାଇଛି। ଅବତରଣ ପରେ ବୈଷୟିକ ଟିମ୍ ବିମାନର ଯାଞ୍ଚ କରିଛି।’’

ସେପଟେ ଇଣ୍ଡିଗୋ ପକ୍ଷରୁ କୁହାଯାଉଛି, ‘‘ କୋଲକାତାରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ବିମାନ ୬ଇ ୬୯୬୧ ଯାନ୍ତ୍ରିକ ତ୍ରୁଟି କାରଣରୁ ବାରାଣସୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା। ସୁରକ୍ଷା ଦୃଷ୍ଟିରୁ ଏହା ପରେ ସଙ୍ଗେ ସଙ୍ଗେ ସୁରକ୍ଷା ଯାଞ୍ଚ କରାଯାଇଥିଲା। ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନ ଯୋଗେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି। ଏହା ସହ କମ୍ପାନି ଯାତ୍ରୀଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେବା ସହ ଘଟଣାରେ ଦୁଃଖ ପ୍ରକାଶ କରିଛି।’’