Live Live
LIVE

ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ନାହିଁ ନ ଥିବା ଅବସ୍ଥା, ସାମାନ୍ୟ ଶୌଚାଳୟ ସୁବିଧା ବି ନାହିଁ; କୁଆଡ଼େ ଗଲା ପ୍ରଶାସନ ?

NEWS7
shilpa-shetty-kundra-on-wheelchair-at-award-ceremony

ପୁରୀ: ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଶ୍ରୀମନ୍ଦିରକୁ ଆସୁଛନ୍ତି । ବଡ଼ଦାଣ୍ଡରେ ପିଲା ପରିବାରଙ୍କୁ ଧରି ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେଉଛନ୍ତି । ହେଲେ ବଡ଼ଦାଣ୍ଡରେ ସେମାନଙ୍କ ପାଇଁ ଶୌଚାଳୟ ଟିଏ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶ୍ରଦ୍ଧାଳୁ । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଭଲ ଅନୁଭୂତି ନେଇ ଫେରନ୍ତୁ ବୋଲି ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ କହି ଆସୁଛନ୍ତି । ହେଲେ ଶ୍ରଦ୍ଧାଳୁଙ୍କ ପାଇଁ ଶୌଚାଳୟ ଭଳି ସାମନ୍ୟ ମୌଳିକ ସୁବିଧା ଉପରେ କେହି ବି ଗୁରୁତ୍ବ ଦେଉନାହାନ୍ତି । ଶ୍ରୀମନ୍ଦିର ନିକଟରେ ଶୌଚାଳୟ ନଥିବାରୁ ବିଶେଷ କରି ମହିଳା ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Also read: ରାଜ୍ୟରେ ଯଥେଷ୍ଟ ପରିମାଣରେ ରନ୍ଧନ ଗ୍ୟାସ ଉପଲବ୍ଧ, ଚିନ୍ତା କରନ୍ତୁ ନାହିଁ: ରାଜ୍ୟ ସରକାର

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ସବୁ ସୁବିଧା କେମିତି ହେବ ? ଶ୍ରଦ୍ଧାଳୁଙ୍କ ପାଇଁ ସାମାନ୍ୟ ଶୌଚାଳୟ ସୁବିଧା ଯେଉଁଠି ନାହିଁ ସେଠି ଅନ୍ୟ ସୁବିଧା କଥା ଚିନ୍ତା କରିବା କେମିତି ? ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଶ୍ରୀମନ୍ଦିରକୁ ଆସୁଛନ୍ତି । ବଡ଼ଦାଣ୍ଡରେ ପିଲା ପରିବାରଙ୍କୁ ଧରି ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେଉଛନ୍ତି । ହେଲେ ବଡ଼ଦାଣ୍ଡରେ ସେମାନଙ୍କ ପାଇଁ ଶୌଚାଳୟ ଟିଏ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶ୍ରଦ୍ଧାଳୁ । ବିଶେଷ କରି ମହିଳା ଭକ୍ତମାନେ ଅଧିକ ହଇରାଣ ହେଉଛନ୍ତି ।

କୁଆଡ଼େ ଗଲା ଶ୍ରୀମନ୍ଦିର ପ୍ରଶାସନ ?

ବୟସ୍କଙ୍କ କଥା ତ ନକହିବା ଭଲ । ଏକଥା କ’ଣ ଶ୍ରୀମନ୍ଦିର ପ୍ରଶାସନ ଜାଣିନି ନା ଜାଣିନାହାନ୍ତି ଜିଲ୍ଲା ପ୍ରଶାସନର ବଡ଼ ବାବୁମାନେ ? ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଭଲ ଅନୁଭୂତି ନେଇ ଫେରନ୍ତୁ ବୋଲି ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ କହି ଆସୁଛନ୍ତି । ହେଲେ ଶ୍ରଦ୍ଧାଳୁଙ୍କ ପାଇଁ ଶୌଚାଳୟ ଭଳି ସାମାନ୍ୟ ମୌଳିକ ସୁବିଧା ଉପରେ କାହିଁକି କେହି ଗୁରୁତ୍ବ ଦେଉନାହାନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

୨୨ରୁ ୧୨ କାର୍ଯ୍ୟକ୍ଷମ

ପୁରୀ ସହରରେ ସର୍ବସାଧାରଣଙ୍କ ପାଇଁ ୨୨ଟି ଶୌଚାଳୟ ଥିବାବେଳେ ସେଥିମଧ୍ୟରୁ ମାତ୍ର ୧୨ଟି କାର୍ଯ୍ୟକ୍ଷମ ରହିଛି । ୯ ଟି ଶୌଚାଳୟ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି । କେବଳ ରଥଯାତ୍ରା ଆସିଲେ ଏହାକୁ ମରାମତି କରାଯାଉଛି । ହେଲେ ପରବର୍ତ୍ତୀ ସମୟରେ ଏହାର ରକ୍ଷଣାବେକ୍ଷଣ ପ୍ରତି କୌଣସି ଗୁରୁତ୍ବ ଦିଆଯାଉନାହିଁ । ପ୍ରତିବର୍ଷ ଶୌଚାଳୟ ମରାମତି ନାଁରେ କେବଳ ଟଙ୍କା ହରିଲୁଟ ହେଉଛି । କିଛି ଘରୋଇ ସଂସ୍ଥାକୁ ବଡ଼ଦାଣ୍ଡ, ସ୍ବର୍ଗଦ୍ବାର ଏବଂ ବେଳାଭୂମିରେ ଶୌଚାଳୟ ଖୋଲିବା ପାଇଁ ଅନୁମତି ଦିଆଯାଇଥିବା ବେଳେ ସେମାନେ ବ୍ୟକ୍ତି ପିଛା ୮୦ ଟଙ୍କା ଲେଖାଏଁ ଆଦାୟ କରୁଛନ୍ତି । ଯାହାକି ସାଧାରଣଲୋକ ମାନଙ୍କୁ ବେଶ୍ ବାଧୁଛି । ଏଣୁ ପର୍ଯ୍ୟଟକଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ଅଧିକ ସୁଲଭ ଶୌଚାଳୟ ଖୋଲିବାକୁ ପର୍ଯ୍ୟଟକ ଓ ହୋଟେଲିୟର ଦାବି କରିଛନ୍ତି ।

Also read: ଯାତ୍ରା ପ୍ରେମୀଙ୍କ ପାଇଁ ଖୁସି ଖବର, ପିୟୁଷଙ୍କ ଅଭିନୟରେ ଆଉ ଲାଗିବନି ରୋକ୍

ଯୁଦ୍ଧକାଳୀନ ଭିତ୍ତିରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ବଡ଼ଦାଣ୍ଡରେ ଭକ୍ତଙ୍କ ଲାଗି ସୁଲଭ ଶୌଚାଳୟ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି । ସେପଟେ ୨୦୨୫ ମସିହାରେ ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ପାଇଁ ନୂଆ ଟଏଲେଟ୍ ନିର୍ମାଣ କରାଯାଇଥିଲା । ହେଲେ ରକ୍ଷଣାବେକ୍ଷଣା ଅଭାବରୁ ମାତ୍ର ଅଳ୍ପ ଦିନ ଭିତରେ ଏହି ଶୌଚାଳୟ ଭାଙ୍ଗିରୁଜି ଅଚଳ ଅବସ୍ଥାରେ ପଡ଼ିରହିଛି । ଏଥି ପ୍ରତି ବି ଜିଲ୍ଲାପ୍ରଶାସନ ତୁରନ୍ତ ଦୃ୍ଷ୍ଟି ଦେବାର ଆବଶ୍ୟକତା ରହିଛି ।