ସାବରୀମାଳା ମନ୍ଦିରରୁ ସୁନା ଚୋରିର ପର୍ଦ୍ଦାଫାସ କରିବ ଇସ୍ରୋ, ସହାୟତା ଲୋଡ଼ିଲା ଇସ୍ରୋ

NEWS7
sheikh-hasina-address-to-awami-league-bangladesh-violence-against-leagu

ନୂଆଦିଲ୍ଲୀ: ସାବରୀମାଳା ମନ୍ଦିରରୁ ସୁନା ଚୋରି ମାମଲା ରାଜ୍ୟରେ ଏକ ବଡ଼ ରାଜନୈତିକ ପ୍ରସଙ୍ଗ ହୋଇରହିଛି । କେରଳ ହାଇକୋର୍ଟରେ ଏସ୍‌ଆଇଟିର ଖୁଲାସା ପରେ ଏହି ମାମଲା ଆହୁରି ବଡ଼ ହୋଇଛି । ଏବେ ଏସ୍‌ଆଇଟି ଚୋରିର ସନ୍ଧାନ ପାଇଁ ଇସ୍ରୋର ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର (ଭିଏସଏସସି), ତିରୁଅନନ୍ତପୁରମ୍ ଠାରୁ ବୈଷୟିକ ସହାୟତା ଲୋଡ଼ିଛି ।

ମହାକାଶ ବୈଜ୍ଞାନିକମାନେ ସାବରୀମାଳା ମନ୍ଦିରର ବିଭିନ୍ନ କଳାକୃତି ଏବଂ ତମ୍ୱା ପ୍ଲେଟ୍ ଠାରୁ ନମୂନା ସଂଗ୍ରହ କରିବେ । ଏହି ନମୂନାଗୁଡ଼ିକର ବୈଜ୍ଞାନିକ ପରୀକ୍ଷଣ କରାଯିବ । ବାସ୍ତାବରେ କେତେ ପରିମାଣର ସୁନା ଚଢା ଯାଇଥିଲା ଏବଂ କେତେ ପରିମାଣର ସୁନା ଗାଏବ ହୋଇଛି, ତାହା ଏହି ପରୀକ୍ଷଣରେ ଜଣାପଡ଼ିବ । ଏହା ପ୍ରଥମ ଘଟଣା, ଯେତେବେଳେ କୌଣସି ମନ୍ଦିରର ଚୋରି ମାମଲାର ତଦନ୍ତ ପାଇଁ ଇସ୍ରୋ ବୈଜ୍ଞାନିକଙ୍କ ସହାଯ୍ୟ ନିଆଯାଉଛି ।

ସାବରୀମାଳା ମନ୍ଦିରର ସୁନା ଏବଂ ମୂଲ୍ୟବାନ ଜିନିଷପତ୍ର ସହିତ ଜଡିତ ଅଭିଯୋଗ ଅନିୟମିତତାର ତଦନ୍ତ ପାଇଁ କେରଳ ହାଇକୋର୍ଟ ଦୁଇ ମାସ ପୂର୍ବେ ଏକ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପରେ ଏସଆଇଟି କୋର୍ଟରେ ଏକ ରିପୋର୍ଟ ଦାଖଲ କରିଥିଲା, ଯେଉଁଥିରେ ମନ୍ଦିରର ପ୍ରଭାମଣ୍ଡଳମରେ ଗଚ୍ଛିତ ସୁନା ଚୋରି ହୋଇଯାଇଛି ବୋଲି କୁହାଯାଇଥିଲା । ସାତଟି ତମ୍ବା ପ୍ଲେଟରେ ଗୁଡ଼ାଯାଇଥିବା ସୁନା ଗାଏବ ଥିଲା । ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ ଶିବ-ଡ୍ରାଗନ୍ ମୂର୍ତ୍ତିରେ ଖଞ୍ଜାଯାଇଥିବା ସୁନା ମଧ୍ୟ ଚୋରି ହୋଇଛି ।

ଏସଆଇଟି ପ୍ରଥମେ ମନ୍ଦିରର ଗର୍ଭଗୃହର ଦ୍ୱାରପାଳ ମୂର୍ତ୍ତି ଏବଂ ଦ୍ୱାର ଫ୍ରେମରୁ ସୁନା ହଜିବା ଘଟଣାର ଦୁଇଟି ମାମଲା କୋର୍ଟକୁ ରିପୋର୍ଟ କରିଥିଲା । କିନ୍ତୁ ଏବେ କୋଲାମର ଭିଜିଲାନ୍ସ କୋର୍ଟରେ ଦାଖଲ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ଏହି ଘୋଟାଲା କେବଳ ଦୁଇଟି ଜିନିଷ ମଧ୍ୟରେ ସୀମିତ ନୁହେଁ ।

କିପରି ଜଣାପଡ଼ିଲା ଅନିୟମିତତା ?

୧୯୯୯ ମସିହାରେ ଟ୍ରାଭାନକୋର ଦେବସ୍ୱମ ବୋର୍ଡ ପ୍ରବେଶ ଦ୍ୱାରରେ ସୁନା ଖଚିତ ଦ୍ୱାରପାଳଗୁଡ଼ିକର ମରାମତି ଆରମ୍ଭ କରିଥିଲା । ତତ୍କାଳୀନ ୟୁବି ଗ୍ରୁପର ଅଧ୍ୟକ୍ଷ ବିଜୟ ମାଲ୍ୟା ୩୦ କିଲୋଗ୍ରାମ ସୁନା ଦେଇଥିଲେ । ଏହି ପ୍ରକ୍ରିୟାରେ ସାମିଲ ଥିବା ଜଣେ ବିଶେଷଜ୍ଞଙ୍କ ଅନୁଯାୟୀ, କେବଳ ଦ୍ୱାରପାଳଙ୍କ ମୂର୍ତ୍ତିଗୁଡ଼ିକ ପାଇଁ ପାଞ୍ଚ କିଲୋଗ୍ରାମ ସୁନା ବ୍ୟବହୃତ ହୋଇଥିଲା ଏବଂ ବାକି ମନ୍ଦିରର ଅନ୍ୟାନ୍ୟ ଉପାଦାନଗୁଡ଼ିକୁ ସୁନା କରିବା ପାଇଁ ବ୍ୟବହୃତ ହୋଇଥିଲା ।

କୋଡ଼ିଏ ବର୍ଷ ପରେ, ଉନ୍ନିକୃଷ୍ଣନ ପୋଟି ନାମକ ଜଣେ ବ୍ୟକ୍ତି ନିଜ ଖର୍ଚ୍ଚରେ ମନ୍ଦିର ମୂର୍ତ୍ତି ଏବଂ ମୂଲ୍ୟବାନ ଜିନିଷପତ୍ରକୁ ସୁନା ପ୍ଲେଟ କରିବା ପାଇଁ ଟିଡିପିରୁ ଅନୁମତି ପାଇଥିଲେ । ତେବେ ୧୯୯୯ ମସିହାରେ ହୋଇଥିବା ସୁନା ପ୍ଲେଟ ବିଷୟରେ କୌଣସି ଉଲ୍ଲେଖ ନଥିଲା ଏବଂ ହସ୍ତାନ୍ତରିତ ଜିନିଷଗୁଡ଼ିକୁ "ତାମ୍ବା ପ୍ଲେଟ" ଭାବରେ ବର୍ଣ୍ଣନା କରାଯାଇଥିଲା ।

କୋର୍ଟ ଏହା ମଧ୍ୟ କହିଥିଲେ ଯେ ବୋର୍ଡ ଏହାର ମାନୁଆଲ ଉଲ୍ଲଂଘନ କରିଛି, ଯେଉଁଥିରେ ଏପରି ମରାମତି ମନ୍ଦିରରେ ହିଁ କରାଯିବା ଆବଶ୍ୟକ ବୋଲି ଉଲ୍ଲେଖ ରହିଛି । ଏହା ବ୍ୟତୀତ ଚେନ୍ନାଇ ସ୍ଥାନାନ୍ତର ପାଇଁ ପୋଟିଙ୍କୁ ସାମଗ୍ରୀ ହସ୍ତାନ୍ତର କରିବା ସମୟରେ ଭିଜିଲାନ୍ସ ଅଧିକାରୀ ଉପସ୍ଥିତ ନଥିଲେ ।

ସେପ୍ଟେମ୍ବର ୯ରେ ସାବରୀମାଲା ସ୍ୱତନ୍ତ୍ର କମିଶନର ହାଇକୋର୍ଟର ଏକ ଡିଭିଜନ ବେଞ୍ଚକୁ କହିଥିଲେ ଯେ ଦ୍ୱାରପାଳ ମୂର୍ତ୍ତିଗୁଡ଼ିକ ଉପରେ ଥିବା ସୁନା ପ୍ଲେଟେଡ୍ ତମ୍ବା ଆବରଣଗୁଡ଼ିକୁ ପୂର୍ବ ସୂଚନା ବିନା ହଟାଯାଇଛି । ରିପୋର୍ଟ କରାଯାଇଛି ଯେ ଏହି ଜିନିଷଗୁଡ଼ିକୁ ରକ୍ଷଣାବେକ୍ଷଣ ପାଇଁ ଚେନ୍ନାଇ ପଠାଯାଇଥିଲା । ଏହା କଡ଼ା ତଦାରଖରେ ମନ୍ଦିର ପରିସରରେ ମରାମତି କରିବାର ନିୟମର ବିପରୀତ । ଏହା ୨୦୨୩ ମସିହାରେ କୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରିଥିଲା, ଯେଉଁଥିରେ ସ୍ୱତନ୍ତ୍ର କମିଶନରଙ୍କୁ ନଜଣାଇ ଭଗବାନ ଆୟାପ୍ପା ମୂର୍ତ୍ତିରେ ଥିବା ଅଳଙ୍କାର ମରାମତି କରାଯାଇଥିଲା । ସେତେବେଳେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଏପରି ଯେକୌଣସି କାର୍ଯ୍ୟକଳାପ ପୂର୍ବରୁ ସ୍ୱତନ୍ତ୍ର କମିଶନରଙ୍କୁ ରିପୋର୍ଟ କରାଯିବା ଦରକାର ।

SIT ତଦନ୍ତ ପରେ ୧୦ ଜଣଙ୍କୁ ଗିରଫ କରାଯାଇଛି

ଏଆଇଟି ରିପୋର୍ଟରେ କୁହାଯାଇଛି ଯେ ମନ୍ଦିରର ପ୍ରଭା ମଣ୍ଡଳମରେ ଥିବା ସାତଟି ତମ୍ବା ପ୍ଲେଟରୁ ସୁନା ଗାଏବ ହୋଇଛି, ଯାହା ଶିବଙ୍କ ମୂର୍ତ୍ତି ଏବଂ ଭୟାଲି ରୂପମକୁ ଆଚ୍ଛାଦିତ କରିଥାଏ । ଏହା ମଧ୍ୟ ଜଣାପଡ଼ିଥିଲା ଯେ ଚେନ୍ନାଇର ସ୍ମାର୍ଟ କ୍ରିଏସନ୍ସରେ ଏକ ରାସାୟନିକ ମିଶ୍ରଣ ବ୍ୟବହାର କରି ସୁନାକୁ ପୃଥକ କରାଯାଇଥିଲା । ଏହା ବର୍ତ୍ତମାନ ବେଲାରୀର ଅଳଙ୍କାର ବ୍ୟବସାୟୀ ଗୋବର୍ଦ୍ଧନ ରୋଡ୍ଡାମଙ୍କ ପାଖରେ ଅଛି । ଏସଆଇଟି ଏପର୍ଯ୍ୟନ୍ତ ତିନି ଜଣ ସିପିଆଇ(ଏମ୍) ନେତାଙ୍କ ସମେତ ଦଶ ଜଣଙ୍କୁ ଗିରଫ କରିଛି ।