ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ପହଲଗାମ ଆକ୍ରମଣ ପରେ ଲଗାତାର ବୟାନବାଜି କରୁଛନ୍ତି । ସେ ଭାରତ ବିରୋଧରେ ଅନେକ ଉତ୍ତେଜନାପୂର୍ଣ୍ଣ ବୟାନ ଦେଉଛନ୍ତି । ଏହାରି ଭିତରେ ଭାରତ ସରକାର ସାହିଦ ଆଫ୍ରିଦିଙ୍କ ବିରୋଧରେ ବଡ଼ ଆକ୍ସନ ନେଇଛନ୍ତି । ପାକିସ୍ତାନର ପୂର୍ବତନ କ୍ରିକେଟରଙ୍କ ୟୁଟ୍ୟୁବ ଚ୍ୟାନେଲକୁ ଭାରତରେ ବ୍ୟାନ କରାଯାଇଛି ।
ଆଫ୍ରିଦି ଲଗାତାର ଭାରତ ବିରୋଧରେ ବିଷ ଉଗାରିବା ପରେ ସୋସିଆଲ୍ ମିଡିଆରେ କଡ଼ା ଜବାବ ଦେଇଥିଲେ ଶିଖର ଧାୱନ । ଆଫ୍ରିଦିଙ୍କ ଆର୍ମି ଉପରେ ବୟାନ ପରେ ଶିଖର କଡ଼ା ଜବାବ ଦେଇଥିଲେ । ଯାହାପରେ ଆଫ୍ରିଦିଙ୍କ ମୁହଁ ବନ୍ଦ ହୋଇଯାଇଥିଲା ।
Kargil mein bhi haraya tha, already itna gire hue ho aur kitna giroge, bewajah comments pass karne se acha hai apne desh ki taraqqi mai dimag lagao @SAfridiOfficial. Humein hamari Indian Army par bohot garv hai. Bharat Mata Ki Jai! Jai Hind!https://t.co/5PVA34CNSe
— Shikhar Dhawan (@SDhawan25) April 28, 2025
ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରି ସ୍ଥିତି ରହିଛି । ଆଫ୍ରିଦି ଅଟାରୀ ବାଘା ବର୍ଡର ପହଞ୍ଚି ଭାରତ ବିରୋଧରେ ବୟାନ ଦେଇଥିଲେ । ପାକିସ୍ତାନର ଏକ ଟିଭି କାର୍ଯ୍ୟକ୍ରମରେ ଆଫ୍ରିଦି ଭାରତୀୟ ସେନାକୁ ନେଇ ଅତ୍ୟନ୍ତ ଆପତ୍ତିଜନକ ବୟାନ ଦେଇଥିଲେ । ତେବେ ସାହିଦ ଆଫ୍ରିଦି ପ୍ରଥମ ପାକିସ୍ତାନୀ କ୍ରିକେଟର ନୁହନ୍ତି, ଯାହାଙ୍କ ଚ୍ୟାନେଲ ଭାରତରେ ବ୍ଲକ୍ ହୋଇଛି । ପାକିସ୍ତାନର ପୂର୍ବତନ ଫାଷ୍ଟ ବୋଲର୍ ସୋଏବ ଅଖତରଙ୍କ ଚ୍ୟାନେଲ ମଧ୍ୟ ଭାରତରେ ବ୍ଲକ୍ ଅଛି । ରାସିଦ ଲତିଫ୍, ତନବୀର ଅହମଦ ଓ ବାସିତ ଅଲିଙ୍କ ଚ୍ୟାନେଲ ମଧ୍ୟ ଭାରତରେ ବ୍ଲକ୍ ଅଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ହିଁ ଏହି ଚ୍ୟାନେଲଗୁଡ଼ିକ ବ୍ୟାନ କରାଯାଇଥିଲା ।