ବିରାଟ୍‌ଙ୍କୁ କାହିଁକି ଜ୍ଵାଇଁ କହିଲେ କିଙ୍ଗ ଖାନ ? ନିଜେ ଖୁଲାସା କଲେ ଅଭିନେତା

Published By : Prameya-News7 Bureau | May 01, 2024 IST

ମୁମ୍ଵାଇ ୦୧।୦୫: ବଲିଉଡର କିଙ୍ଗ ଖାନ ତଥା ଶାହାରୁଖ ଏବେ ଚର୍ଚ୍ଚାରେ ଅଛନ୍ତି। ବେଳେବେଳେ ତାଙ୍କର ଚଳଚ୍ଚିତ୍ର ପାଇଁ କିମ୍ଵା ତାଙ୍କ କିଛି ବିବୃତ୍ତି ଯୋଗୁଁ ଆଲୋଚନାକୁ ଆସନ୍ତି। ହେଲେ ଏବେ ସେ IPL ୨୦୨୪ରେ ତାଙ୍କର ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସକୁ ସମର୍ଥନ କରୁଥିବା ନଜର ଆସିଥିଲେ। ସେହି ସମୟରେ ବିରାଟଙ୍କ ବିଷୟରେ SRK ଏକ ମଜାଦାର ବିବୃତ୍ତି ଦେଇଛନ୍ତି। ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେଉଛି। ସେ କହିଛନ୍ତି ବିରାଟ ଆମର ଜ୍ୱାଇଁ…



ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ପ୍ରଶଂସା କରି କହିଛନ୍ତି ଯେ ମୁଁ ତାଙ୍କୁ ବହୁତ ଭଲ ପାଏ , ଆମେ ତାଙ୍କୁ ଆମର 'ଜ୍ଵାଇଁ' ବୋଲି କହିଥାଉ ।  ମୁଁ ତାଙ୍କୁ ଅନ୍ୟ ଖେଳାଳିଙ୍କ ଅପେକ୍ଷା ଅଧିକ ଜାଣିଛି । "ମୁଁ ତାଙ୍କୁ ତାଙ୍କ ଡେଟିଂ ସେସନ୍‌ରୁ ଜାଣେ । ସେତେବେଳେ ମୁଁ ଅନୁଷ୍କାଙ୍କ ସହ ମୁଁ ଫିଲ୍ମର ସୁଟିଂ କରୁଥିଲି। ତେଣୁ ସେ ଆମ ସହ ଅନେକ ସମୟ ବିତାଇଥିଲେ।  ବିରାଟଙ୍କ ମଜାଳିଆ ଡ୍ୟାନ୍ସ ଶୈଳୀ ଉପରେ ଶାହାରୁଖ କହିଛନ୍ତି, ମୁଁ ତାଙ୍କୁ ପଠାନ ଫିଲ୍ମର ଟାଇଟଲ୍ ଗୀତର ଡ୍ୟାନ୍ସ ଷ୍ଟେପ୍ ଶିଖାଇଥିଲି। ସେ ମ୍ୟାଚରେ ରବିନ୍ଦ୍ର ଜାଡେଜାଙ୍କ ସହ ନାଚିବାକୁ ଚେଷ୍ଟା କରିଥିଲେ। 

ମୁଁ ତାଙ୍କୁ କହିଲି, ମୋତେ ଆପଣଙ୍କୁ ଷ୍ଟେପ୍ ଶିଖାଇବାକୁ ଦିଅନ୍ତୁ ଯାହା ଦ୍ଵାରା ଆପଣ ଯେତେବେଳେ ପରବର୍ତ୍ତୀ ବିଶ୍ୱକପ୍ ଏବଂ ଅନ୍ୟାନ୍ୟ ଚାମ୍ପିଅନସିପରେ ନାଚି ପାରିବେ ।  ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା କିଙ୍ଗ ଖାନଙ୍କ ସହ ବଲିଉଡରେ ଡେବ୍ୟୁ କରିଥିଲେ। ସେ ସୁପରହିଟ୍ ଫିଲ୍ମ 'ରବ ନେ ବନା ଦି ଯୋଡି' ସହିତ ବିଟାଉନ୍‌ରେ ଏଣ୍ଟ୍ରି କରିଥିଲେ। ଏହି ଚଳଚ୍ଚିତ୍ର ୨୦୦୮ ରେ ଆସିଥିଲା । କିନ୍ତୁ ଅନୁଷ୍କା ଏବଂ ବିରାଟ ୨୦୨୪ରେ ଡେଟିଂ ଆରମ୍ଭ କରିଥିଲେ ଏବଂ ୨୦୨୭ ରେ ବିବାହ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.