ମୁମ୍ଵାଇ ୨୧।୦୫: ବଲିଉଡ୍ ଅଭିନେତା ଅକ୍ଷୟ କୁମାର । ସେ ତାଙ୍କ ପ୍ରୋଫେଶନାଲ ଏବଂ ପର୍ସନାଲ ଲାଇଫ୍କୁ ନେଇ କୁବ୍ ଚର୍ଚ୍ଚାରେ ରୁହନ୍ତି। କ୍ରିକେଟର ଶିଖର ଧାୱନଙ୍କ ଟକ୍ ଶୋରେ ନଜର ଆସିଥିଲେ। ଏହି ଶୋରେ ସେ ତାଙ୍କ ପିଲାମାନଙ୍କ ବିଷୟରେ ବହୁତ କିଛି କହିଥିଲେ। କଥାବାର୍ତ୍ତା ବେଳେ ଅକ୍ଷୟ କହିତିଲେ ପୁଅ ଆରବ ଫିଲ୍ମର ଅଂଶ ହେବେ ନାହିଁ। ସେ ସବୁରେ ତାଙ୍କର ଆଗ୍ରହ ନାହିଁ । ବରଂ ସେ ତାଙ୍କ ଫ୍ୟାଶନରେ କ୍ୟାରିଅର କରିବାକୁ ଚାହାଁନ୍ତି।
ଅକ୍ଷୟ କହିଥିଲେ ଆରବ ଲଣ୍ଡନ ୟୁନିଭର୍ସିଟିରେ ପାଠ ପଢୁଛନ୍ତି। ୧୫ ବର୍ଷ ବୟସରେ ସେ ଘର ଛାଡି ଦେଇଥିଲେ । ସେ ପାଠ ପଢା ପ୍ରତି କୁବ୍ ଆଗ୍ରହୀ । ଏତିକି ହିଁ ନୁହେଁ ଏକୁଟିଆ ରହିବାକୁ ବହୁତ ପସନ୍ଦ କରନ୍ତି । ବିଦେଶ ଯିବା ତା ଇଚ୍ଛା ଥିଲା। ଆମେ କେବେ ଚାହୁଁ ନଥିଲୁ କି ସେ ଦୂରକୁ ଯାଇ ରହୁ । କିନ୍ତୁ ମୁଁ ରୋକି ପାରିଲି ନାହିଁ କାହିଁକି ନା ମୁଁ ନିଜେ ୧୪ ବର୍ଷ ବୟସରେ ଘର ଛାଡିଥିଲି । ଖିଲାଡି କୁମାର ନିଜ ପୁଅର ଖୁବ୍ ପ୍ରଶଂସା କରିଥିଲେ। କହିଥିଲେ କି ଆରବ ଘରର କାମ ନିଜେ କରେ । ମହଙ୍ଗ ପୋଷାକ କିଣେ ନାହିଁ । ନିଜ ଡ୍ରେସ୍ ନିଜେ ସଫା କରେ । ଏହା ବ୍ୟତୀତ ସେ ବହୁତ ଭଲ ରୋଷେଇ ମଧ୍ୟ କରେ । ବାସନ ମଧ୍ୟ ଧୁଏ। ସେ ଡ୍ରେସ୍ କିଣିବା ପାଇଁ ସେକେଣ୍ଡ ହ୍ୟାଣ୍ଡ ଷ୍ଟୋରକୁ ଯାଏ । କାହିଁକି ନା ସେ ପଇସା ବର୍ବାଦ କରେ ନାହିଁ । ଆମେ କେବେ ବି କୌଣସି ଜିନିଷର ଚାପ ପକାଉ ନାହିଁ ।
ଆହୁରି କହିଛନ୍ତି କି ସେ ଫ୍ୟାଶନ ପ୍ରତି ଖୁବ୍ ଆଗ୍ରହ । ସେ ଫିଲ୍ମର ଅଂଶ ହେବାକୁ ଇଚ୍ଛା ରଖନ୍ତି ନାହିଁ । ସେ ନିଜେ ମୋତେ କହିଛି ଯେ ଫିଲ୍ମ ନ କରିବାକୁ । ମୁଁ କହିଲି ତମ ଲାଇଫ୍ ତମକୁ ଯାହା ଇଚ୍ଛା କର । ମୁଁ ବହୁତ ଖୁସି କି ଆମେ ଦୁହେଁ ଆରବକୁ ଭଲ ଶିକ୍ଷା ଦେଇଛୁ । କିନ୍ତୁ ଆମ ଝିଅ ଡ୍ରେସ୍କୁ ନେଇ ଖୁବ୍ ଶୌକିନ୍ । କହିବାକୁ ଗଲେ ଅକ୍ଷୟ ଓ ଟ୍ଵିଙ୍କିଲଙ୍କ ଗୋଟିଏ ପୁଅ ଏବଂ ଝିଅ ।