ମୁମ୍ଵାଇ ୨୧।୦୫: ବଲିଉଡର ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍। ନିକଟରେ ଜ୍ୟାକଲିନ ୭୭ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ଦେଖିବାକୁ ମିଳିଥିଲେ । ଏହି ଅଭିନେତ୍ରୀ ପ୍ରଥମ ଥର ପାଇଁ ମେ ୨୦ ରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ରେଡ କାର୍ପେଟରେ ଡେବ୍ୟୁ କରିଥିଲେ। ଏହି ସମୟ ମଧ୍ୟରେ, ଅଭିନେତ୍ରୀ ମାଇକେଲ ଡି ଦ୍ୱାରା ଡିଜାଇନ୍ ହୋଇଥିବା ଏକ ଗୋଲଡେନ୍ ରଙ୍ଗର ଗାଉନରେ ନଜର ଆସିଥିଲେ। ଯେଉଁଥିରେ ସେ ଆଶ୍ଚର୍ଯ୍ୟଜନକ ଦେଖାଯାଉଥିଲେ ।
ଜ୍ୟାକଲିନ୍ ତାଙ୍କ କାନ୍ସ ଡେବ୍ୟୁ ପାଇଁ ଏକ ଗୋଲଡେନ ଶିମିରି ବଡିକନ୍ ପୋଷାକ ପିନ୍ଧିଥିଲେ । ଅଭିନେତ୍ରୀ ତାଙ୍କ ଲୁକ୍କୁ ବହୁତ ସିମ୍ପଲ ରଖିଥିଲେ । କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁଥିରେ ସେ ବିଭିନ୍ନ ପୋଜ୍ ଦେଉଥିବାର ନଜର ଆସିଛନ୍ତି । ଏହି ଭିଡିଓ ସେୟାର କରିବାବେଳେ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି - କାନ୍ସ ଫିଲ୍ମ ଫେଷ୍ଟିଭାଲରେ 'ଦି ସବଷ୍ଟାନ୍ସ'ର ପ୍ରିମିୟର୍ ପାଇଁ ବିଏମଡବ୍ଲୁ ଇଣ୍ଡିଆକୁ ଧନ୍ୟବାଦ । ଏଥି ସହିତ ପ୍ରଶଂସକମାନେ ଅଭିନେତ୍ରୀଙ୍କ ଲୁକ୍କୁ ଖୁବ୍ ପ୍ରଶଂସା କରୁଛନ୍ତି।
କହିବାକୁ ଗଲେ ଜ୍ୟାକଲିନଙ୍କ ବ୍ୟତୀତ ଅନ୍ୟ ଅନେକ ବଲିଉଡ ଅଭିନେତ୍ରୀ ଚଳିତ ବର୍ଷ କାନ୍ସ ରେଡ କାର୍ପେଟରେ ଡେବ୍ୟୁ କରିଛନ୍ତି। ସେଥିମଧ୍ୟରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, କିଆରା ଆଡଭାନୀ, ଶୋଭିତା ଧୁଲିପାଲା, ଉର୍ବଶୀ ରୌତେଲା ଏବଂ ତାହା ଶାହା ବାଦୁଶା ମଧ୍ୟ ଅନ୍ତର୍ଭୁକ୍ତ। ମାର୍ଚ୍ଚ ୨୫ ରେ ୭୭ତମ କାନ୍ସ ଫେଷ୍ଟିଭାଲ ଶେଷ ହେବ । ଜ୍ୟାକଲିନଙ୍କ କାମ ବିଷୟରେ କହିବାକୁ ଗଲେ ଖୁବ ଶୀଘ୍ର ଅଭିନେତ୍ରୀ ସୋନୁ ସୁଦଙ୍କ ସହ ଫତେହ ଫିଲ୍ମରେ ନଜର ଆସିବେ। ଯାହା ସୋନୁ ସୁଦଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ। ସୋନୁ ପ୍ରଥମ ଥର ପାଇଁ ଏକ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ୱେଲକମ୍ ଟୁ ଜଙ୍ଗଲ ମଧ୍ୟ ଚଳିତ ବର୍ଷ ଶେଷରେ ମୁକ୍ତିଲାଭ କରିବାକୁ ଯାଉଛି।