ଦିଲ୍ଲୀ ବ୍ଲାଷ୍ଟ କେସରେ ନୂଆ ଟ୍ୱିଷ୍ଟ, ଭଦ୍ରକ ଏସପି କହିଲେ ୨ ଯୁବକ ଗିରଫର ଅସଲ କାରଣ

NEWS7
deepika-padukone-faluts-baby-bump

ଭଦ୍ରକ ୧୪।୧୨ : ଦୁଇ ଜଣ ଯୁବକଙ୍କୁ ଦିଲ୍ଲୀ ପୋଲିସର ଗିରଫ ଘଟଣା । ଭଦ୍ରକ ଏସ୍ପି ମନୋଜ ରାଉତ ରଖିଥିଲେ ପ୍ରତିକ୍ରିୟା । ଦିଲ୍ଲୀ କାର୍ ବ୍ଲାଷ୍ଟ କେସ ସହ ଏମାନଙ୍କର କୌଣସି ସଂପର୍କ ନାହିଁ । ଅନ୍ଲାଇନ୍ ଠକେଇ କେସ୍ରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଡିଜିଟାଲ୍ ଆରେଷ୍ଟ କେସ୍ରେ ବ୍ୟବହାର ମୋବାଇଲ ନମ୍ବର ଏହି ଠାରୁ ଯାଇଥିଲା । ତେଣୁ ଦିଲ୍ଲୀ ବ୍ଲାଷ୍ଟ କେସ୍ ସହିତ ଏମାନଙ୍କ କୌଣସି ସଂପର୍କ ନାହିଁ । ଦିଲ୍ଲୀ ପୋଲିସ ଏନେଇ ଭଦ୍ରକ ପୋଲିସକୁ ସ୍ପଷ୍ଟ ତଥ୍ୟ ଦେଇସାରିଛି ।

ଦିଲ୍ଲୀ ସାହିନବାଗ ଥାନା ପୋଲିସ ଯାଜପୁର ଓ ଭଦ୍ରକ ମଞ୍ଜୁରୀରୋଡ୍ ବଜାରରେ ଚଢ଼ଉ କରି ୨ ଜଣ ମୋବାଇଲ୍ ଦୋକାନୀଙ୍କୁ ଉଠାଇ ନେଇଥିଲା। ମଞ୍ଜୁରୀରୋଡ୍ ବଜାରରେ ମୋବାଇଲ୍ ଦୋକାନ କରିଥିବା ସନ୍ତୋଷ ଖଣ୍ଡେଇ ଓ ତାଙ୍କ ସହଯୋଗୀଙ୍କୁ ଦିଲ୍ଲୀ ପୋଲିସ ବନ୍ତ ଥାନାକୁ ଆଣି ପଚରାଉଚରା କରିଥିଲା । ଏହାପରେ ଉଭୟଙ୍କୁ ଭଦ୍ରକ କୋର୍ଟରେ ହାଜର କରି ଦିଲ୍ଲୀ ପୋଲିସ ରିମାଣ୍ଡରେ ନେଇଯାଇଛି। ସେବେଠାରୁ ରାଜ୍ୟରେ ଅନେକ କଳ୍ପନାଜଳ୍ପନା ଚାଲିଥିଲା । ଉଭୟ କୁଆଡେ ଦିଲ୍ଲୀ ବ୍ଲାଷ୍ଟ କେସ୍‌ରେ ସଂପୃକ୍ତି ଥିବା ନେଇ ଚର୍ଚ୍ଚା ହୋଇଥିଲା । ହେଲେ ଭଦ୍ରକ ଏସ୍‌ପି ପୁରା ଘଟଣା ଉପରୁ ପରଦା ହଟାଇଛନ୍ତି । ସେ କହିଛନ୍ତି ଯେ, । ଦିଲ୍ଲୀ କାର୍‌ ବ୍ଲାଷ୍ଟ କେସ ସହ ଏମାନଙ୍କର କୌଣସି ସଂପର୍କ ନାହିଁ । ଅନ୍‌ଲାଇନ୍‌ ଠକେଇ କେସ୍‌ରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି ।  ଡିଜିଟାଲ୍‌ ଆରେଷ୍ଟ କେସ୍‌ରେ ବ୍ୟବହାର ମୋବାଇଲ ନମ୍ବର ଏହି ଠାରୁ ଯାଇଥିଲା । ତେଣୁ ଦିଲ୍ଲୀ ବ୍ଲାଷ୍ଟ କେସ୍‌ ସହିତ ଏମାନଙ୍କ କୌଣସି ସଂପର୍କ ନାହିଁ । ଦିଲ୍ଲୀ ପୋଲିସ ଏନେଇ ଭଦ୍ରକ ପୋଲିସକୁ ସ୍ପଷ୍ଟ ତଥ୍ୟ ଦେଇସାରିଛି ।