ଆରପାରିରେ ବରିଷ୍ଠ ଅଭିନେତା ବିଜୟ ପଟ୍ଟନାୟକ, ୭୮ ବର୍ଷରେ ବୁଜିଲେ ଆଖି

Published By : Prameya-News7 Bureau | May 21, 2024 IST

ଭୁବନେଶ୍ୱର ୨୧।୦୫ : ଓଲିଉଡ୍‌ ପାଇଁ ଆଉ ଏକ ଦୁଃଖଦ ଖବର । ଆଉନାହାନ୍ତି ବରିଷ୍ଠ ଅଭିନେତା ବିଜୟ ପଟ୍ଟନାୟକ । ୭୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି । ବିଜୟଙ୍କ ମୃତ୍ୟୁ ଖବର ଶୁଣି ଓଲିଉଡ୍‌ରେ ଖେଳିଯାଇଛି ଶୋକର ଛାୟା । ସାଥୀ କଳାକାରଙ୍କ ପକ୍ଷରୁ ବିଜୟଙ୍କ ପରିବାର ପ୍ରତି ସମବେଦନା ସହ ଏଭଳି କଠିନ ପରିସ୍ଥିତିରେ ନିଜକୁ ଦୃଢ କରିବାକୁ ଆଶ୍ୱାସନା ଦେଇଛନ୍ତି । 


ବିଜୟ ପଟ୍ଟନାୟକ । ଏକାଧାରାରେ ମଞ୍ଚ, ସିନେମା, ଏବଂ ଧାରାବାହିକ ଅଭିନୟ କରୁଥିଲେ । ନିଜର ନିଖୁଣ ଅଭିନୟ ଜରିଆରେ ଦର୍ଶକଙ୍କ ମନମୁଗ୍ଧ କରୁଥିଲେ । ଏପିରିକି ତାଙ୍କର ଚମତ୍କାର ଅଭିନୟକୁ କେହି କେହି ନୂଆ ଟ୍ରେଣ୍ଡ ସେଟର ବୋଲି କହୁଥିଲେ ।ତାଙ୍କ ନିଖୁଣ ଅଭିନୟ ପାଇଁ ସଙ୍ଗୀତ ଏକଡେମୀ ପକ୍ଷରୁ ମଧ୍ୟ ସମ୍ମାନିତ ହୋଇଛନ୍ତି । ନିଜ କ୍ୟାରିୟରରେ ସବୁବେଳେ ବଛା ବଛା ଫିଲ୍ମରେ ଅଭିନୟ କରିଥିଲେ ।  ହେଲେ ଏବେ ଆଉନାହାନ୍ତି ଏହି ବରିଷ୍ଠ ଅଭିନେତା । ଦୁଃଖର ସାଗରରେ ସମସ୍ତଙ୍କୁ ଭସାଇ ଆରପାରିକୁ ଚାଲିଗଲେ ବିଜୟ ପଟ୍ଟନାୟକ । ମାତ୍ର ୭୮ ବର୍ଷ ବୟସରେ ଆଖିବୁଝିଛନ୍ତି ବରିଷ୍ଠ ଅଭିନେତା ବିଜୟ ପଟ୍ଟନାୟକ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.