ମୁମ୍ବାଇ: ଆଇସିସି ମହିଳା ଦିନିକିଆ ବିଶ୍ଵକପ୍ ୨୦୨୫ର ଫାଇନାଲ୍ ମୁକାବିଲାରେ ଓପନର ଶେଫାଳି ବର୍ମା ଅର୍ଦ୍ଧଶତକ ହାସଲ କରି ବିଶ୍ୱ ରେକର୍ଡ କରିଛନ୍ତି। ୨୧ ବର୍ଷୀୟା ଏହି ଖେଳାଳି ବିସ୍ଫୋରକ ଇନିଂସ ଖେଳି ୮୭ ରନ୍‌ର କରିଥିଲେ। ଶତକ ହାସଲ କରିବାରେ ବିଫଳ ହୋଇଥିଲେ ବି ସବୁଠାରୁ ଯୁବ ଖେଳାଳି ଭାବେ ବିଶ୍ୱକପ ଫାଇନାଲ୍‌ରେ ଅର୍ଦ୍ଧଶତକ ହାସଲ କରି ବିଶ୍ୱ ରେକର୍ଡ କରିଛନ୍ତି ସେଫାଳୀ।  
ସେମିଫାଇନାଲରେ ମାତ୍ର ୧୦ ରନ କରି ଆଉଟ ହୋଇଥିବା ଶେଫାଳି ଫାଇନାଲ୍‌ରେ କିନ୍ତୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେମାତ୍ର ୪୯ ବଲରେ ତାଙ୍କର ଅର୍ଦ୍ଧଶତକ ପୂରଣ ହୋଇଥିଲା ଶେଫାଳୀଙ୍କ ପାଇଁ ଏହି ଅର୍ଦ୍ଧଶତକ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲାକାରଣ ଏହା ହାସଲ କରିବାକୁ ତିନି ବର୍ଷ ସମୟ ଲାଗିଛିଦିନିକିଆ କ୍ରିକେଟରେ ସ୍ଥିର ପ୍ରଦର୍ଶନ ପାଇଁ ସଂଘର୍ଷ କରୁଥିବା ଶେଫାଳି ତିନି ବର୍ଷରୁ ଅଧିକ ସମୟ ପରେ ଏହି ଫର୍ମାଟରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ଶେଷ ଅର୍ଦ୍ଧଶତକ ଜୁଲାଇ ୨୦୨୨ରେ ଆସିଥିଲା। ସେବେଠାରୁ, ଶେଫାଳୀ କେବଳ ଥରେ ମାତ୍ର ୪୦ ରନ୍‌ ପର୍ଯ୍ୟନ୍ତ ପହଞ୍ଚିପାରିଥିଲେ। ସେତେବେଳେ ବି ସେ ୪୯ ରନ କରି ଆଉଟ ହୋଇ ଯାଇଥିଲେ। କିନ୍ତୁ ବିଶ୍ୱକପ ଫାଇନାଲ୍‌ରେ ଶେଫାଳୀ ତାଙ୍କ ଶୋ ଦେଖାଇଛନ୍ତି। ଏହା ତାଙ୍କ କ୍ୟାରିୟରର ପଞ୍ଚମ ଅର୍ଦ୍ଧଶତକ ଥିଲା।

ଶେଫାଳି ବିଶ୍ୱକପ୍ ଫାଇନାଲ୍ ଇତିହାସରେ ଅର୍ଦ୍ଧଶତକ ହାସଲ କରିଥିବା ସବୁଠାରୁ ଯୁବ ବ୍ୟାଟର (ପୁରୁଷ କିମ୍ବା ମହିଳା) ହୋଇଛନ୍ତି। ସେ ମାତ୍ର ୨୧ ବର୍ଷ ଏବଂ ୨୭୮ ଦିନ ବୟସରେ ଏହି ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ଏହା ବ୍ୟତୀତ, ସେ ବିଶ୍ୱକପ୍ ଫାଇନାଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ତୃତୀୟ ଭାରତୀୟ ଓପନର୍ ହୋଇଛନ୍ତିଏହା ପୂର୍ବରୁ ବୀରେନ୍ଦ୍ର ସେହୱାଗ ପ୍ରଥମେ ୨୦୦୩ ପୁରୁଷ ବିଶ୍ୱକପ୍‌ରେ ଏହି ସଫଳତା ହାସଲ କରିଥିଲେ। ତା'ପରେ, ପୁନମ ରାଉତ ମଧ୍ୟ ୨୦୧୭ ମହିଳା ବିଶ୍ୱକପ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏବେ, ଶେଫାଳିଙ୍କ ନାମ ମଧ୍ୟ ଏହି ତାଲିକାରେ ଯୋଡ଼ି ହୋଇ ଯାଇଛି

ସେପଟେ ସ୍ମୃତି ମନ୍ଧାନା ମଧ୍ୟ ଆଜି ରେକର୍ଡ କରିଛନ୍ତି। ଆଇସିସି ମହିଳା ଦିନିକିଆ ବିଶ୍ଵକପ୍ ୨୦୨୫ର ଫାଇନାଲ୍ ମୁକାବିଲାରେ ସେ ୨୧ ରନ କରିବା ମାତ୍ରେ ପୂର୍ବତନ ଅଧିନାୟକ ମିତାଲି ରାଜଙ୍କ ରେକର୍ଡ ଭାଙ୍ଗିଛନ୍ତି। ଆଇସିସି ଦିନିକିଆ ବିଶ୍ଵକପର ଗୋଟିଏ ସଂସ୍କରଣରେ ଭାରତୀୟ ଭାବେ ସର୍ବାଧିକ ରନ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି ମନ୍ଧାନା। ମିତାଲି ୨୦୧୭ ବିଶ୍ଵକପରେ ୪୦୯ ରନ କରି ରେକର୍ଡ କରିଥିଲେ। ଏବେ ୨୦୨୫ ବିଶ୍ଵକପରେ ସ୍ମୃତି ମନ୍ଧାନା ମିତାଲିଙ୍କ ଏହି ରେକର୍ଡ ଭାଙ୍ଗିଛନ୍ତି। ମନ୍ଧାନା ଚଳିତ ବିଶ୍ଵକପରେ ଦମଦାର ଫର୍ମରେ ଅଛନ୍ତି। ସେ ୨ଟି ଅର୍ଦ୍ଧଶତକ ସହ ଗୋଟିଏ ଶତକ ହାସଲ କରିଛନ୍ତି।

ଡିଓ୍ଵାଇ ପାଟିଲ ଷ୍ଟାଡିୟମରେ ଚାଲିଛି ମହିଳା ଦିନିକିଆ ବିଶ୍ଵକପର ଟାଇଟଲ୍ ଲଢେଇ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ଵିକେଟ୍ ହରାଇ ୨୯୮ ରନ କରିଛି। ଓପନର ଶେଫାଳି ବର୍ମା  ୮୭ ରନର ଦମଦାର ଇନିଂସ ଖେଳିଛନ୍ତି। ସ୍ମୃତି ମନ୍ଧାନା ୪୫ ରନ କରିଥିବା ବେଳେ ଦୀପ୍ତି ଶର୍ମା ୫୮ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଦକ୍ଷିଣ ଆଫ୍ରିକା ସାମ୍ନାରେ ରହିଛି ୨୯୯ ରନର ବିଜୟ ଲକ୍ଷ୍ୟ। ଅନ୍ତିମ ଓଭରରେ ଭାରତ ଦ୍ରୁତ ରନ କରିବାରେ ବିଫଳ ହୋଇଥିଲା।  ଯେଉଁ ଦଳ ଫାଇନାଲ୍ ଜିତିବ ସେ ପ୍ରଥମ ଥର ଜିତିବ ବିଶ୍ଵକପ୍ ଟାଇଟଲ୍।