News7 Logo

ଗୋଡ ଉପରେ ଗାଡ଼ି ଚଢିଯିବାରୁ ସେବାୟତ-ଗୁମାସ୍ତା ମୁହାଁମୁହିଁ : ସିଂହଦ୍ବାର ଥାନାରେ ଏତଲା Share Tweet

NEWS7

ପୁରୀ ୩୧।୮: ଗୋଡ ଉପରେ ଗାଡ଼ି ଚଢି ଯିବାରୁ ସେବାୟତ ଓ ଗୁମାସ୍ତା ମୁହାଁମୁହିଁ । ପୁରୀରେ ଘଟିଛି ଏଭଳି ଘଟଣା । ସେବାୟତ ଜଣକ ଠିଆ ହୋଇଥିବା ବେଳେ ଦୁଇ ଜଣ ଗୁମାସ୍ତା ତାଙ୍କ ଗୋଡ ଉପରେ ବାଇକ୍ ଚଢାଇ ଦେଇଥିଲେ । ଏଥିସହ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମଧ୍ୟ ସିଂହଦ୍ଵାର ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ସେବାୟତ ଜଣକ ହେଉଛନ୍ତି ଗୁଡିଆ ସାହିର ରାମନାରାୟଣ ପୂଜାପଣ୍ଡା । ଘଟଣାକୁ ନେଇ ରାମନାରାୟଣ ସିଂହଦ୍ଵାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆକ୍ରମଣକାରୀ ଦୁଇ ଗୁମାସ୍ତା ତାଙ୍କୁ ହତ୍ୟା ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣାକୁ ନେଇ  ତଦନ୍ତ କରୁଛି ସିଂହଦ୍ଵାର ଥାନା ପୋଲିସ