ସିରିଜ ଡକାୟତି : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍

Published By : Prameya-News7 Bureau | April 14, 2024 IST

Breaking_1

ସାଲେପୁର ୧୪।୪: କଟକ ଜିଲ୍ଲା ସାଲେପୁର ବ୍ଲକ୍ ଜଗତପୁର ଥାନା ଅଧିନ ରାମେଶ୍ୱର ପଞ୍ଚାୟତର ଚାହାପଡା ଗାଁରେ ସିରିଜ ଡକାୟତି । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍ ହୋଇଛି । ଶନିବାର ବିଳମ୍ବିତ ରାତିରେ ୩ଟି ପରିବାରରେ ଡକାୟତି ହୋଇଛି । ୧୦ରୁ ୧୫ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ୍ ହୋଇଛି ।

ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ରାତି ପ୍ରାୟ ୨ଟାରୁ ୩ଟା ସମୟରେ ଲୁଟ୍ ହୋଇଛି । ପ୍ରଶାନ୍ତ ରାଉତ ବାହାରକୁ ଯାଇଥିବା ସମୟରେ ତାଙ୍କ ଘରେ ତାଙ୍କ ଭଉଣୀ ରହୁଥିଲେ । ପ୍ରଥମେ ଘର କବାଟ ଭାଙ୍ଗି ୩ ଜଣ ଯୁବକ ବନ୍ଧୁକ, ଖଣ୍ଡା, ଭୁଜାଲି ଧରି ପ୍ରବେଶ କରିଥିଲେ । ତାଙ୍କୁ ମାରଣାସ୍ତ୍ର ଦେଖାଇ ଆଲମିରା ଭାଙ୍ଗି ପ୍ରାୟ ଦେଢ଼ ଲକ୍ଷ ନଗଦ ଟଙ୍କା ସହିତ ଅଢେଇ ଶହ ଗ୍ରାମର ସୁନା ସହ ଆଉ ଦୁଇ ଜଣଙ୍କ ଘରର ଅଳଙ୍କାର ମିଶି ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଡକାୟତ କରିଥିବା ଦେଖିବାକୁ ମିଳିଛି । ଖବର ପାଇ ସ୍ଥାନୀୟ ଲୋକ ରୁଣ୍ଡ ହୋଇଯାଇଥିଲା । ଏ ନେଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଜଗତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ପୋଲିସ କୁକୁର ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି ।

You Can Read :

‘ଗୁଣ୍ଡାଗର୍ଦିକୁ ମହିଳା ବରଦାସ୍ତ କରିବେନି, ନିର୍ବାଚନରେ ଉଚିତ ଜବାବ ଦେବେ’ : ବିଜେପି ବିରୁଦ୍ଧରେ ସିଇଓଙ୍କୁ ବିଜେଡି ଫେରାଦ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.