SCB ନିର୍ମାଣାଧୀନ କୋଠାରୁ ଭାଙ୍ଗିଲା କ୍ରେନ, ୩ ଗୁରୁତର

Published By : Prameya-News7 Bureau | August 09, 2024 IST

କଟକ: ଏସସିବି ସମ୍ପ୍ରସାରଣ ପ୍ରକଳ୍ପ କାମ ବେଳେ ଘଟିଛି ବଡ଼ ଅଘଟଣ ।  ବିଲ୍ଡିଂ ନିର୍ମାଣ ପାଇଁ ଲାଗିଥିବା କ୍ରେନ ଭାଙ୍ଗିପଡ଼ିବାରୁ ଏଥିରେ ଆହତ ହୋଇଛନ୍ତି ୧୦ ଜଣ କର୍ମଚାରୀ। ସେମାନଙ୍କ ମଧ୍ୟରୁ ତିନି ଜଣକ ଅବସ୍ଥା ଗୁରୁତର ରହିଛି। 

ସୂଚନା ଅନୁଯାୟୀ, ଶୁକ୍ରବାର ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ସ୍ଥାନରେ ଥିବା ବଡ଼ କ୍ରେନ ୧୦ ମହଲା ଉପରକୁ ନିର୍ମାଣ ଜିନିଷ ଉଠାଇବା ବେଳେ କ୍ରେନ ଛିଡି ପଡ଼ିଥିଲା। ଫଳରେ ଏହି ସମୟରେ ତଳେ କାମ କରୁଥିବା ୧୦ ଜଣ ବ୍ୟକ୍ତି ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ତିନି ଗୁରୁତର ହୋଇଛନ୍ତି। ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଚାଲିଛି। ଏନସିସି ନାମକ କମ୍ପାନି ଏହି ନିର୍ମାଣ କାମରେ ନିୟୋଜିତ ଅଛି । ତେବେ ଘଟଣା ସମ୍ପର୍କରେ ପ୍ରଶାସନ କିମ୍ବା ନିର୍ମାଣ କାମ କରୁଥିବା ସଂସ୍ଥାର ତରଫରୁ କୌଣସି ସୂଚନା ମିଳିପାରିନାହିଁ। ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଉଛନ୍ତି ବିହାରର ମୁବାରକ ଅନସାରୀ, ଓଡ଼ିଶାର ଦିନବନ୍ଧୁ ବେହେରା ଓ ବଂଶୀଧର ମଲ୍ଲିକ । 

ସେପେଟେ, ସ୍ଥାନୀୟ ବିଧାୟକ ସୌଭିକ ବିଶ୍ବାଳ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ହେବ। ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ ବା ଓବିସିସି କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରିବେ। ସେହିଭଳି କଟକ ମେୟର ସୁବାଷ ସିଂହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମେଡିକାଲ ଆସି ଆହତଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି। ଏହା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ ବୋଲି କହିଛନ୍ତି ।

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.