News7 Logo

ୱାକଫ ଆଇନ ଉପରେ ବଡ଼ ରାୟ: କିଛି ଧାରା ଉପରେ ରୋକ୍ ଲଗାଇଲେ ସର୍ବୋଚ୍ଚ କୋର୍ଟ

NEWS7
Waqf Act

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୱାକଫ (ସଂଶୋଧନ) ଆଇନ 2025ର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ରାୟ ପ୍ରଦାନ କରିବା ସମୟରେ ଆଇନର କିଛି ବ୍ୟବସ୍ଥା ଉପରେ ସ୍ଥଗିତାଦେଶ ଦେଇଛନ୍ତି। କୋର୍ଟ ବର୍ତ୍ତମାନ ୱାକଫ ବୋର୍ଡର ସଦସ୍ୟ ହେବା ପାଇଁ ଅତି କମରେ ବର୍ଷ ପାଇଁ ଇସଲାମ ପାଳନ କରିବାର ସର୍ତ୍ତ ରଖିଥିବା ବ୍ୟବସ୍ଥା ଉପରେ ସ୍ଥଗିତାଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ସମ୍ବନ୍ଧରେ ଉପଯୁକ୍ତ ନିୟମ ପ୍ରଣୟନ ନହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ପ୍ରଯୁଜ୍ୟ ହେବ ନାହିଁ।

ସେହିପରି ରାଜସ୍ୱ ରେକର୍ଡ ସମ୍ୱଦ୍ଧୀୟ ଧାରା ଏବଂ ଓ୍ୱାକଫ୍ ଆଇନର ଅନୁଚ୍ଛେଦ ୩୭୪ ଉପରେ ରୋକ୍ ଲାଗିଛି।  ସେହିପରି ଓ୍ୱାକଫ୍ ବୋର୍ଡରେ ୩ରୁ ଅଧିକ ଅଣମୁସଲିମ୍ ରହିବେ ନାହିଁତେବେ ବିବାଦର ସମାଧାନ କରିପାରିବେ ନାହିଁ ଜିଲ୍ଲାପାଳ ଏହାସହ ଓ୍ୱାକଫ୍ ବୋର୍ଡର CEO ଜଣେ ମୁସଲିମ୍ ହେବା ଆବଶ୍ୟକ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ଏହା ବ୍ୟତୀତ, ଧାରା 3(74) ସହିତ ଜଡିତ ରାଜସ୍ୱ ରେକର୍ଡର ବ୍ୟବସ୍ଥା ଉପରେ ମଧ୍ୟ ସ୍ଥଗିତାଦେଶ ଜାରି କରାଯାଇଛି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ କାର୍ଯ୍ୟନିର୍ବାହୀ କୌଣସି ବ୍ୟକ୍ତିଙ୍କ ଅଧିକାର ନିର୍ଣ୍ଣୟ କରିପାରିବେ ନାହିଁ। ରାଜସ୍ୱ ରେକର୍ଡ ଉପରେ ନାମାଙ୍କନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନନେବା ପର୍ଯ୍ୟନ୍ତ କାହାକୁ ୱାକଫ ସମ୍ପତ୍ତିରୁ ବାହାର କରାଯାଇପାରିବ ନାହିଁ। ତଥାପି, କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏହି ସମୟ ମଧ୍ୟରେ କୌଣସି ତୃତୀୟ ପକ୍ଷର ଅଧିକାର ସୃଷ୍ଟି ହେବ ନାହିଁ।