LIVE TV

ଧରାବତରଣ କରିବେ ମାଆ ଜଗତଜନନୀ, ଶକ୍ତିପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା

NEWS7
sasthi

ଭୁବନେଶ୍ୱର ୨୭/୦୯: ଧରାପୃଷ୍ଠକୁ ଅବତରଣ କରିବେ ମାଆ ଜଗତଜନନୀ । ରାଜ୍ୟର ଶକ୍ତିପୀଠ ଗୁଡ଼ିକରେ ଚାଲିଛି ମାଆଙ୍କ ଷୋଡ଼ଶ ଉପଚାର ପୂଜା । ଶକ୍ତିପୀଠ ଗୁଡ଼ିକରେ ଆଜି ଷଷ୍ଠୀ ପୂଜା ଓ ମଣ୍ଡପରେ ବିଲ୍ୱବରଣ ଅନୁଷ୍ଠିତ ହେବ ।  ଆଜି ନବରାତ୍ରୀ ପୂଜାର ଷଷ୍ଠ ଦିନ। ଚଳଚଞ୍ଚଳ ସମସ୍ତ ମୃଣ୍ମୟୀ ପୀଠ । ଦେବୀଙ୍କୁ ଦୁର୍ଗାତ୍ସୋବ ସହ ପାଳିତ ହେଉଛି ଷଷ୍ଠୀ ।

ଶକ୍ତି ପରମ୍ପରା ଅନୁସାରେ ମାଆଙ୍କ ନବରାତ୍ରୀ ପୂଜା ହେଉଛି । ପୁରୋହିତଙ୍କ ମନ୍ତ୍ରୋଚାରଣ, ଚଣ୍ଡୀପାଠ, ଶଙ୍ଖ, ଘଣ୍ଟ ନାଦରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଆଜି ନବରାତ୍ରର ଷଷ୍ଠୀ ହୋଇଥିବା ବେଳେ ମାଆ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ।  

ଏପଟେ ଆସନ୍ତାକାଲି ମଣ୍ଡପରେ ହେବ ଷଷ୍ଠୀ ପୂଜା । ଏଥିପାଇଁ ଜମିଲାଣି ପୂଜା ମାହୋଲ । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ତୋରଣ ବନ୍ଧା ସାଙ୍ଗକୁ ମେଢ଼ କାର୍ଯ୍ୟ ଏକପ୍ରକାର ଶେଷ ହେଲାଣି । ଆସନ୍ତାକାଲି ମାଆଙ୍କୁ ବରଣୀ କରାଯିବ । ମହାଆଡ଼ମ୍ବରରେ ପୂଜା ହେଉଥିବାରୁ ଅଧିକ ଭିଡ଼ ଜମିବ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ । ଚୋରି, ନିଶା କାରବାର ରୋକିବା ପାଇଁ ଗଠନ ହୋଇଛି ସ୍ବତନ୍ତ୍ର ଟିମ୍ ।