LIVE TV

ଦଳରୁ ସରଫରାଜ ଖାନଙ୍କ ବାଦ ପଡ଼ିବା ନେଇ ରାଜନୀତି, ଗମ୍ଭୀରଙ୍କୁ ଟାର୍ଗେଟ କଲେ ଶମା ମହମ୍ମଦ

NEWS7
samma mahamad

ନୂଆଦିଲ୍ଲୀ ୨୨/୧୦: କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ । ରାଜୀନିତିର ଚର୍ଚ୍ଚିତ ଚେହେରା । ଟିମ୍ ଇଣ୍ଡିଆର କୋଚ୍ ଗୌତମ ଗମ୍ଭୀରଙ୍କ ବିରୋଧରେ ଲଗାଇଛନ୍ତି ଗମ୍ଭୀର ଅଭିଯୋଗ । ସେ ଭାରତୀୟ ଦଳରୁ ସରଫରାଜ ଖାନଙ୍କୁ ବାଦ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି । କହିବାକୁ ଗଲେ ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (AIMIM) ମୁଖ୍ୟ ଅସଦୁଦ୍ଦିନ୍ ଓୱେସି ସରଫରାଜ ଖାନଙ୍କ ବାଦ ପଡ଼ିବା ନେଇ ନିରାଶା ପ୍ରକାଶ କରିଛନ୍ତି ।

ସର୍ଫରାଜ ଖାନଙ୍କୁ ଭାରତ ଏ ପାଇଁ କାହିଁକି ଚୟନ କରାଯାଇ ନାହିଁ ବୋଲି ଓୱେସି ପ୍ରଶ୍ନ କରିଛନ୍ତି । କଂଗ୍ରେସ ପାର୍ଟିର ଜାତୀୟ ମୁଖପାତ୍ର ଶମା ମହମ୍ମଦ ଏବେ ଏହି ମାମଲାରେ ମତ ରଖିଛନ୍ତି । ଏହାକୁ ଏକ ଧାର୍ମିକ ଦୃଷ୍ଟିକୋଣ ସହିତ ଯୋଡ଼ିଛନ୍ତି । ସେ ସର୍ଫରାଜ ଖାନଙ୍କ ବାଦ ପଡ଼ିବା ପାଇଁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି, ସରଫରାଜଙ୍କୁ ତାଙ୍କ ଖାନ୍ ସରନେମ୍ ପାଇଁ ତାଙ୍କୁ ଟିମ୍‌ରେ ଚାନ୍ସ ମିଳିନି କି ? ମୁଁ କେବଳ ପଚାରୁଛି ବୋଲି ସେ କହିଛନ୍ତି ।  

shama mohammed tweet

ସର୍ଫରାଜ ଶେଷ ଥର ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରେ ଭାରତ ପାଇଁ ଖେଳିଥିଲେ । ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫିରେ ଖେଳିବାର ସୁଯୋଗ ପାଇନଥିଲେ । ତାଙ୍କ ଫିଟନେସରେ ଉନ୍ନତି ଆଣିବା ସତ୍ତ୍ୱେ, ତାଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଚୟନ କରାଯାଇ ନଥିଲା । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ସିରିଜ ପାଇଁ ମଧ୍ୟ ବିଚାର କରାଯାଇନଥିଲା । ଦକ୍ଷିଣ ଆଫ୍ରିକା ଏ ବିପକ୍ଷ ସିରିଜ ପାଇଁ ମୁମ୍ବାଇ ବ୍ୟାଟସମ୍ୟାନଙ୍କୁ ଭାରତ ଏ ଦଳରେ ଚୟନ କରାଯାଇ ନଥିବାରୁ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । 

କ’ଣ କହୁଛନ୍ତି ପୂର୍ବତନ ଚୟନକର୍ତ୍ତା ?
ଜଣେ ପୂର୍ବତନ ଜାତୀୟ ଚୟନକର୍ତ୍ତା ସମ୍ବାଦ ସଂସ୍ଥା ପିଟିଆଇକୁ କହିଛନ୍ତି । ସରଫରାଜଙ୍କୁ ମୁମ୍ବାଇ ଦଳ ପରିଚାଳନା ଓ ସେମାନଙ୍କର ସବୁଠାରୁ ବରିଷ୍ଠ ଖେଳାଳି ଅଜିଙ୍କ୍ୟ ରାହାଣେଙ୍କ ସହ କଥା ହେବା ଉଚିତ । ଯଦି ସମ୍ଭବ ହୁଏ, ତେବେ ତୃତୀୟ ନମ୍ବରରେ ବ୍ୟାଟିଂ କରିବାକୁ ଚେଷ୍ଟା କରିବା ଉଚିତ । ଯେଉଁଠାରେ ତାଙ୍କୁ ନୂତନ ବଲ୍‌ର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯଦି ସେ ପଞ୍ଚମ କିମ୍ବା ଛଅ ନମ୍ବରରେ ବ୍ୟାଟିଂ ଜାରି ରଖନ୍ତି । ତେବେ ଏହା ଲାଭଦାୟକ ହେବ ନାହିଁ। ଭାରତ ପାଖରେ ଏହି ସ୍ଥାନ ପାଇଁ ଅନ୍ୟାନ୍ୟ ଅଲରାଉଣ୍ଡର ବିକଳ୍ପ ଅଛି । 

ସେ କହିଛନ୍ତି, "ପନ୍ତ, ୱାଶିଂଟନ ସୁନ୍ଦର, ରବିନ୍ଦ୍ର ଜାଡେଜା ଏବଂ ନୀତିଶ ରେଡ୍ଡୀ । ଯଦି ସମସ୍ତେ ଫିଟ୍ ଓ ଉପଲବ୍ଧ, ତେବେ ସେମାନେ ଅଲରାଉଣ୍ଡର ଭାବରେ ମଧ୍ୟକ୍ରମ ପୂରଣ କରିପାରିବେ। ଯେତେବେଳେ ପନ୍ତ ଆହତ ହେବେ, ଧ୍ରୁବ ଜୁରେଲ ପଞ୍ଚମ କିମ୍ବା ଛଅ ନମ୍ବରରେ ବ୍ୟାଟିଂ କରିବେ। ପ୍ରକୃତରେ, ନ୍ୟୁଜିଲାଣ୍ଡ ବିପକ୍ଷରେ ସ୍ପିନର-ଅନୁକୂଳ ପିଚ୍‌ରେ ସରଫରାଜଙ୍କ ଲଗାତାର ଚାରି ବିଫଳତା ତାଙ୍କୁ ବାହାର କରିଦେଇଥିଲା । 

ପୂର୍ବରୁ ଶାମୀଙ୍କ ସପକ୍ଷରେ ବାହାରିଥିଲେ ଶମ୍ମା:
ଶମା ମହମ୍ମଦ ପୂର୍ବରୁ ମହମ୍ମଦ ଶାମୀଙ୍କ ସପକ୍ଷରେ ବାହାରିଥଲେ । ଚଳିତ ବର୍ଷ ରମଜାନ ମାସରେ ଦୁବାଇରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ପରେ ଶାମୀ ଏକ ଏନର୍ଜି ଡ୍ରିଙ୍କ୍ ପିଇଥିଲେ । ଏହା ପରେ, ଅଲ୍ ଇଣ୍ଡିଆ ମୁସଲିମ୍ ଜମାତର ସଭାପତି ମୌଲାନା ଶାହାବୁଦ୍ଦିନ୍ ରାଜଓ୍ୱି ବାରେଲଭି ତାଙ୍କୁ ରମଜାନ୍ ମାସରେ ରୋଜା ନ ରଖିବା ପାଇଁ ଅପରାଧୀ ବୋଲି କହିଥିଲେ।

କଂଗ୍ରେସ ନେତା ଉତ୍ତର ଦେଇଥିଲେ, "ଇସଲାମ୍ ରୋଜାର ବ୍ୟତିକ୍ରମକୁ ଅନୁମତି ଦିଏ । ବିଶେଷକରି ଯେଉଁମାନେ ଯାତ୍ରା କରୁଛନ୍ତି କିମ୍ବା ଶାରୀରିକ ଭାବରେ କଷ୍ଟକର କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି । ଶମା ମହମ୍ମଦ କହିଥିଲେ, "ଇସଲାମରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଆମକୁ ଯାତ୍ରା ସମୟରେ ରୋଜା ରଖିବାକୁ ବାଧ୍ୟତାମୂଳକ ନୁହେଁ। ମହମ୍ମଦ ଶାମୀ ବର୍ତ୍ତମାନ ଯାତ୍ରା କରୁଛନ୍ତି । ସେ ଖେଳ ଖେଳନ୍ତି, ଓ ଖେଳ ସମୟରେ ସେ ବହୁତ ଶୋଷ ହୋଇଥାଏ । ଖେଳ ଖେଳିବା ସମୟରେ ରୋଜା ରଖିବାକୁ କେହି ବାଧ୍ୟ ନୁହଁନ୍ତି ।  ଏହା ଆପଣଙ୍କର କାର୍ଯ୍ୟ, ଆପଣଙ୍କର ଭଲ କାମ, ଯାହା ଜରୁରୀ। ଇସଲାମ ଏକ ଅତ୍ୟନ୍ତ ବୈଜ୍ଞାନିକ ଧର୍ମ।"