ବିଜୟ ମାଲ୍ୟାଙ୍କୁ ବମ୍ବେ ହାଇକୋର୍ଟଙ୍କ ଅଲ୍ଟିମେଟମ, କହିଲେ-ଭାରତ ଫେରିଲେ ହେବ ଶୁଣାଣି

NEWS7
sand-artist-sudarsan-pattnaik-write-a-letter-to-gajapati-maharaja

ମୁମ୍ବାଇ ୧୨।୨: ବମ୍ବେ ହାଇକୋର୍ଟ ଗୁରୁବାର କହିଛନ୍ତି ଯେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା କୋର୍ଟଙ୍କ ପ୍ରକ୍ରିୟାରୁ ବର୍ତ୍ତିବାକୁ ଚେଷ୍ଟା କରୁଛନ୍ତି, ଏଥି ପାଇଁ ଆରମ୍ଭ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଆଶ୍ୱସ୍ତି ଦାବି କରିପାରିବେନି। ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଆଲୋକ ଅରାଧେ ଓ ଜଷ୍ଟିସ୍ ଗୌତମ ଅଖଣ୍ଡଙ୍କ ବେଞ୍ଚ ସେ ଭାରତ ଆସିବାକୁ ଚାହୁଁଛନ୍ତି କି ନା?ଏହା ସ୍ପଷ୍ଟ କରିବାକୁ ଶେଷ ସୁଯୋଗ ଦେଇଛନ୍ତି। କୋର୍ଟଙ୍କ କହିବା କଥା ହେଉଛି ଯଦି ସେ ଭାରତ ଆସିବେନି ତାଙ୍କ ପିଟିସନ ଉପରେ ଶୁଣାଣି ହେବନି।

କୋର୍ଟ ମାଲ୍ୟାଙ୍କ ସେହି ପିଟିସନ ଉପରେ ଶୁଣାଣି କରିଛନ୍ତି ଯେଉଁଥିରେ ସେ ଫୁଜିଟିଭ ଇକୋନମିକ ଅଫେଣ୍ଡର୍ସ ଆକ୍ଟ (ଏଫଇଓଏ)ର ସାମ୍ବିଧାନିକ ବୈଧତା ଓ ତାଙ୍କୁ ଫୁଜିଟିଭ ଇକୋନମିକ ଅଫେଣ୍ଡର ଘୋଷିତ କରିବା ଲାଗି ପ୍ରେସିଡିଂସର ଚ୍ୟାଲେଞ୍ଜ କରିଥିଲେ। ତେବେ ଏହା ପୂର୍ବରୁ ଗତ ଡିସେମ୍ବରରେ ବେଞ୍ଚ ସ୍ପଷ୍ଟ କରିଦେଇଥିଲେ ଯେ ତାଙ୍କ ପିଟିସନ ଉପରେ ତେବେ ଯାଇ ବିଚାର ହେବ ଯେବେ ସେ ଭାରତ ଫେରିବେ ଓ କୋର୍ଟଙ୍କ ଜୁରିସଡିକ୍ସନ କୁ ଆସିବେ।

ଜଜ କହିଛନ୍ତି ଯେ ମାଲ୍ୟା ଜାଣିଶୁଣି କୋର୍ଟ ପ୍ରୋସେସରୁ ଦୂରେଇ ରହୁଛନ୍ତି କି? ଏହା ଆମେ ରେକର୍ଡ କରିବାକୁ ଚାହୁଁଛୁ। କୋର୍ଟ କହିଛନ୍ତି ଯେ ତୁମକୁ ଫେରସ୍ତ ଆସିବାକୁ ପଡିବ, ଯଦି ଆପଣ ଫେରସ୍ତ ନ ଆସିବେ ଆମେ ଏହି ଆବେଦନ ଉପରେ ଶୁଣାଣି କରିବୁ ନାହିଁ। ଯେହେତୁ ଆପଣ କୋର୍ଟ ପ୍ରକ୍ରିୟାରୁ ଦୂରଉଛନ୍ତି ଆପଣ କାର୍ଯ୍ୟାନୁଷ୍ଠାନର ଲାଭ ନେଇ ପାରିବେନି। ତେବେ ଆମେ ଏହାକୁ ଅଗ୍ରାହ୍ୟ କରୁ ନାହୁଁ, ହେଲେ ଆମେ ଆପଣଙ୍କୁ ଆଉ ଏକ ସୁଯୋଗ ଦେଉଛୁ।

ଏହା ପୂର୍ବରୁ କୋର୍ଟ ମାଲ୍ୟାଙ୍କୁ ଏକ କମ୍ପ୍ଲାଏନ୍ସ ଆଫିଡେଭିଟ ଫାଇଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିରେ ଭାରତ ଫେରିବା ତାଙ୍କ ଉଦ୍ଦେଶ୍ୟ କି ନା ତାହା ଜଣାଇବେ। ଯଦି ଫେରିବେ କେବେ ସୁଦ୍ଧା ଫେରିବେ ତାହା ମଧ୍ୟ ଏଥିରେ ଜଣାଇବାକୁ କୁହାଯାଇଥିଲା। ତେବେ ମାଲ୍ୟା ସେହି ନିର୍ଦ୍ଦେଶର ପାଳନ କରିନଥିବା କୋର୍ଟ କହିଛନ୍ତି। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଙ୍କ ପକ୍ଷରୁ ଉପସ୍ଥିତ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ମାଲ୍ୟା ବ୍ୟାଙ୍କମାନଙ୍କ ଦାବିକୁ ଭୁଲ ବୋଲି କହି ଏକ ଆଫିଡେଭିଟ୍ ଫାଇଲ କରିଥିଲେ ଓ ମାମଲାର ରିକୋଭରି ପ୍ରୋସିଡିଂ ବଦଳାଇବାକୁ ଉଦ୍ୟମ କରିଥିଲେ। ଏହି ମାମାଲର ପରବର୍ତ୍ତି ଶୁଣାଣି ଆଗାମୀ ସପ୍ତାହରେ ହେବ। ଯେଉଁଥିରେ ବେଞ୍ଚ କଥା ମାନିବା ପାଇଁ ମାଲ୍ୟାଙ୍କୁ ଶେଷ ସୁଯୋଗ ଦେଇଛନ୍ତି।

ଏହା ବି ପଢନ୍ତୁ :-ବଢିଲା ବାୟୁସେନାର ଶକ୍ତି : ଆସିବ ଆଉ ୧୧୪ ରାଫେଲ୍, ମଞ୍ଜୁରି ଦେଲେ କେନ୍ଦ୍ର ସରକାର