ସ୍ୱାମୀଙ୍କ ମୃତ୍ୟୁର ବ୍ୟଥା ସହିପାରିଲେନି ପତ୍ନୀ, ମାତ୍ର କିଛି ସମୟ ପରେ ପ୍ରାଣ ହରାଇଲେ

NEWS7
sambalpur-police-enconuter-on-sunday-morning

ମହାରାଜଗଞ୍ଜ ୨।୧: ଉତ୍ତରପ୍ରଦେଶ ମହାରାଜଗଞ୍ଜ ଜିଲ୍ଲା ପାନିୟରା ନଗର ପଞ୍ଚାୟତ ୧୦ ନମ୍ବର ୱାର୍ଡରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ମାତ୍ର କିଛି ମିନିଟର ବ୍ୟବଧାନରେ ପତି ଓ ପତ୍ନୀଙ୍କ ମୃତ୍ୟୁ ହୋଇଛି। ୭୦ ବର୍ଷ ବୟଷ୍କ ଲାଲମନ ସିଂହଙ୍କ ମୃତ୍ୟୁକୁ ତାଙ୍କର ୬୨ ବର୍ଷ ବୟଷ୍କା ପତ୍ନୀ ରୁମାଲୀ ଦେବୀ ସହ୍ୟ କରି ପାରିନାହାନ୍ତି। ଏଣୁ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଲାଲମନ ସିଂହ ଦୀର୍ଘ ସମୟରୁ ଅସୁସ୍ଥ ଥିଲେ। ବୁଧବାର ରାତିରେ ଭୋଜନ କରିବା ପରେ ଶୋଇ ଯାଇଥିଲେ। ଗୁରୁବାର ସକାଳେ ପତ୍ନୀ ରୁମାଲୀ ଦେବୀ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ଆଉ ଉଠି ନଥିଲେ।

ପତିଙ୍କ ମୃତ୍ୟୁ ହୋଇଥିବା ଜାଣି ରୁମାଲୀ ଦେବୀ ଜୋରରେ କାନ୍ଦିଥିଲେ। ଏଥିରେ ପରିଜନ ତାଙ୍କ ପାଖରେ ପହଞ୍ଚି ଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଲାଲମନ ସିଂହଙ୍କ ମୃତ୍ୟୁରେ ରୁମାଲୀ ଦେବୀ ଜୋରରେ ୨-୩ ଥର ଚିତ୍କାର କରିଥିଲେ ଓ ବେହୋସ ହୋଇଯାଇଥିଲେ। ଏଥିରେ ପରିଜନ କିଛି ଜାଣିବା ପୂର୍ବରୁ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ଗାଁରେ ଏକ ସଙ୍ଗରେ ଦୁଇ ଜଣଙ୍କ ମୃତ୍ୟୁ ଶୋକର ଛାୟା ଖେଳାଇ ଦେଇଛି।

ଦମ୍ପତ୍ତିଙ୍କର ୩ଟି ପୁଅ ଜଗଦୀଶ, ପ୍ରଦୀପ ଓ ସନ୍ଦୀପ ଏବଂ ସେମାନଙ୍କ ପରିବାର ଅଛନ୍ତି। ସାଇ ପଡିଶା ଲୋକେ କହିଛନ୍ତି ଯେ ଏହା ପୂର୍ବରୁ ସେମାନେ କେବେ ଏପରି ଘଟଣା କେଉଁଠି ଦେଖି ନାହାନ୍ତି। ଲାଲମନ ସିଂହ ଓ ରୁମାଲୀ ଦେବୀଙ୍କ ଅନ୍ତିମ ସଂସ୍କାର ଭୌରାବାରୀ ପୋଲ ନିକଟସ୍ଥ ରୋହିଣୀ ନଦୀ କୂଳରେ ସମ୍ପନ୍ନ ହୋଇଛି। ଦୁଇ ଜଣଙ୍କ ଶବକୁ ଗୋଟିଏ ଚିତାରେ ଜଳାଇ ସେମାନଙ୍କୁ ଶେଷ ବିଦାୟ ଦିଆଯାଇଛି। ଏହି ଘଟଣାକୁ ନେଇ ପୁରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।