କଟକ ୨୭।୧୧: ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଯେମିତି ଚାପରେ ରହିଲା କଟକ ଜିଲ୍ଲା ପ୍ରଶାସନ । ମାତ୍ର ୧୨ ଘଣ୍ଟା ଭିତରେ ନିର୍ଦ୍ଦେଶନାମା ସଂଶୋଧିତ ହେଲା । ୯୧ ବଦଳରେ ୩୬ ଜଣ ଅଧିକାରୀଙ୍କ ଦରମା ବନ୍ଦ ହୋଇଥିବାର ସୂଚନା ଦିଆଗଲା । ସଂଶୋଧିତ ତାଲିକାରୁ ବାଦ୍ ପଡିଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ।

ଜିଲ୍ଲା ପ୍ରଶାସନ କହିବା ମୁତାବକ ୩୬ ଜଣ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ଅଭିଯୋଗ ଗୁଡ଼ିକର ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସମାଧାନ କରିନାହାନ୍ତି । ଯେଉଁ କାରଣରୁ ସେମାନଙ୍କ ଦରମା ବନ୍ଦ କରାଯାଇଛି ।

ତେବେ ବୁଧବାର ପ୍ରକାଶିତ ବିଜ୍ଞପ୍ତି ମୁତାବକ କଟକ ଗ୍ରାମାଞ୍ଚଳ ଏସପି, ସିଏମସି କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ୯୧ ଜଣ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଥିଲା ।