Live Live
LIVE

ଯୁଦ୍ଧରେ ବୁଡ଼ିଲାଣି ଇସ୍ରାଏଲର ଅର୍ଥନୀତି: ସପ୍ତାହକୁ ଖର୍ଚ୍ଚ ହେଉଛି ୩,୦୦୦,୦୦୦,୦୦୦ ଡଲାର

NEWS7
russ-samsung-news

ଜେରୁଜେଲମ:ଇରାନ ସହ ଯୁଦ୍ଧ କରିବା ଇସ୍ରାଏଲ୍କୁ ମହଙ୍ଗା ପଡ଼ୁଛି। ପ୍ରତି ସପ୍ତାହରେ ୩ ବିଲିଅନ ଆମେରିକୀୟ ଡଲାର (୯.୪ ବିଲିଅନ ଇସ୍ରାଏଲ ସେକେଲ୍) ଖର୍ଚ୍ଚ ହେଉଛି ବୋଲି ଇସ୍ରାଏଲ୍ ଅର୍ଥମନ୍ତ୍ରଣାଳୟ ଘୋଷଣା କରିଛି। କ୍ଷତି କମ କରିବା ଓ ସମ୍ପୂର୍ଣ୍ଣ ଆର୍ଥିକ ସ୍ଥାଣୁତାକୁ ରୋକିବା ପାଇଁ ଅର୍ଥମନ୍ତ୍ରଣାଳୟ ଡାଇରେକ୍ଟର ଜେନରାଲ୍ ଇଲାନ ରୋମ ଅରେଞ୍ଜ ଆଲର୍ଟ ଉପରେ ଜୋର୍ ଦେଇଛନ୍ତି।

୩ ବିଲିଅନ ଡଲାରର ସାପ୍ତାହିକ କ୍ଷତି

ଇସ୍ରାଏଲ ପ୍ରତିରକ୍ଷା ବଳ (ଆଇଡିଏଫ୍)ର ହୋମ ଫ୍ରଣ୍ଟ କମାଣ୍ଡ ମୁଖ୍ୟ ମେଜର ଜେନରାଲ୍ ଶାଇ କ୍ଲେପରଙ୍କୁ ଚିଠି ଲେଖି ଘଟଣା ସମ୍ପର୍କରେ ଜଣାଇଛନ୍ତି ଅର୍ଥମନ୍ତ୍ରଣାଳୟ ଡାଇରେକ୍ଟର ଜେନରାଲ୍ ଇଲାନ ରୋମ। ବର୍ତ୍ତମାନର ରେଡ ଲେବର ପ୍ରତିବନ୍ଧକ ଲାଗିଥିବା ଯୋଗୁ ସ୍କୁଲ କଲେଜ ବନ୍ଦ ରହିଛି। କାମ ଅଟକି ରହିଛି ଓ ରିଜର୍ଭ ଫୋର୍ସକୁ ଠୁଳ କରିବାରୁ ଦୁଇଗୁଣା ଲେବଲରେ ଖର୍ଚ୍ଚ ହେଉଛି। ବ୍ୟାପକ ସ୍ତରରେ ଅର୍ଥନୀତିକୁ ବନ୍ଦ କରିବା ଦ୍ୱାରା ଭାରୀ ଆର୍ଥିକ ମୂଲ୍ୟ ବହନ କରିବାକୁ ପଡିବ। ଆମେ ପୂର୍ବରୁ ଅଢ଼େଇ ବର୍ଷ ଧରି ସୁରକ୍ଷା ଆବଶ୍ୟକତା ଏବଂ ଏହାର ଫଳସ୍ୱରୂପ ଆର୍ଥିକ ଖର୍ଚ୍ଚର ପରିସ୍ଥିତିକୁ ମୁକାବିଲା କରିସାରିଛୁ ବୋଲି ଇଲାନ କହିଛନ୍ତି।।

ଯୁଦ୍ଧ ଯୋଗୁ ରେଡ୍ ଆଲର୍ଟ ଜାରି ହୋଇଛି। ସମ୍ପୂର୍ଣ୍ଣ ଲକ୍ଡାଉନ ଯୋଗୁ ଦେଶରେ ସବୁକିଛି ବନ୍ଦ ପଡ଼ିଛି। ତେଣୁ ଶ୍ରମବଳକୁ ସମ୍ପୂର୍ଣ୍ଣ ବନ୍ଦ ନ କରି କିଛି ପରିମାଣରେ ଖୋଲିବାକୁ ଅର୍ଥମନ୍ତ୍ରଣାଳୟ ଡିଜି ଇଲାନ ଜୋର ଦେଇଛନ୍ତି। ଏଥିପାଇଁ ରେଡ୍ ଆଲର୍ଟ ହଟାଇ ଅରେଞ୍ଜ ଆଲର୍ଟ ଜାରି କରିବାକୁ ସେ କହିଛନ୍ତି। ସ୍ଥିତି ଅରେଞ୍ଜ ଆଲର୍ଟ ସ୍ତରକୁ ଆସିଲେ ଅର୍ଥନୀତିର କ୍ଷତି ପ୍ରତି ସପ୍ତାହରେ ୪.୫ ବିଲିୟନ (USD ୧.୫ ବିଲିୟନ) ହ୍ରାସ ପାଇବାର ଆଶା କରାଯାଉଛି। ଯାହା ବର୍ତ୍ତମାନର କ୍ଷତି ହାରର ଅଧାରୁ କମ୍।