ପୁରୀ: ଗୁରୁବାର ସନ୍ଧ୍ୟାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି RSS ମୁଖ୍ୟ ମୋହନ ଭାଗବତ। ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶଙ୍କରାଚାର୍ଯ୍ୟ ମଠକୁ ଯାଇ ଜଗଦଗୁରୁଙ୍କ ସାନିଧ୍ୟ ନେବା ସହ ବିଭିନ୍ନ ଧର୍ମୀୟ ପ୍ରସଙ୍ଗରେ ଆଲୋଚନା କରିଥିଲେ ମୋହନ ଭାଗବତ। ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ଲାଭ କରିଥିଲେ।
ଏଥିସହ ମା' ବିମଳା, ଲକ୍ଷ୍ମୀ, ଭୁବନେଶ୍ଵରୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିଥିଲେ । ଜଗତର କଲ୍ୟାଣ ସହ ହିନ୍ଦୁ ଧର୍ମର ରକ୍ଷା ପାଇଁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏଥିସହ ତାଙ୍କ ନାମରେ ଶ୍ରୀମନ୍ଦିରରେ ମଧ୍ୟ ବାନା ଲାଗି କରାଯାଇଥିଲା ବୋଲି କହିଛନ୍ତି ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ।