News7 Logo

ଆସନ୍ତା ୬ରେ ରାଉରକେଲା ଏନଆଇଟିର ୨୩ତମ ସମାବର୍ତ୍ତନ ଉତ୍ସବ

NEWS7
Rourkela NIT

ରାଉରକେଲା: ଚଳିତ ବର୍ଷ ଦୁଇ ଦୁଇ ଥର ସମାବର୍ତନ ଉତ୍ସବ ପାଳନ କରୁଛି ଏନଆଇଟି ରାଉରକେଲା । ଗତ ତିନି ମାସ ତଳେ ୨୨ ତମ ସମାବର୍ତ୍ତନ ଉତ୍ସବ ପାଳନ କରିଥିବା ବେଳେ ଆସନ୍ତା ୬ ତାରିଖ ଶନିବାର ରାଉରକେଲା ଏନଆଇଟି ପାଳନ କରିବାକୁ ଯାଉଛି ୨୩ତମ ସମାବର୍ତନ ଉତ୍ସବ । ବିବଗ ବର୍ଷ ମାନଙ୍କରେ  ସମାବର୍ତନ ଉତ୍ସବ ଯେଉଁ ସମୟରେ ପାଳନ କରାଯାଉଥିଲା ଛାତ୍ର ଛାତ୍ରୀ ମାନେ ଉତିନ୍ନ ହେବାର ୫/୬ ମାସ ପରେ ଡ଼ିଗ୍ରୀ ସାର୍ଟିଫିକେଟ ପ୍ରାପ୍ତ କରୁଥିଲେ ଯାହାକି ନିଯୁକ୍ତି ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେଉଥିଲେ । ଯାହାକୁ ନେଇ ପରିବର୍ତନ କରାଯାଇଛି ଉତିନ୍ନ ହେବାର ଦୁଇ ମାସ ଭିତରେ ଡ଼ିଗ୍ରୀ ପ୍ରଦାନ କରାଯିବ ଚଳିତ ବର୍ଷ ଠାରୁ ।

ଏହି ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବ୍ରିଜେନ୍ଦ୍ର ପ୍ରତାପ ସିଂ । ୨୩ତମ ସମାବର୍ତନ ଉତ୍ସବରେ ମୋଟି ୧୯୪୮ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଡ଼ିଗ୍ରୀ ପ୍ରଦାନ କରାଯାଉଥିବା ବେଳେ ସେଥି ମଧ୍ୟରୁ ୧୦୪୪ ଜଣ ଛାତ୍ର ଛାତ୍ରୀଙ୍କୁ ବିଟେକ ଡିଗ୍ରୀ , ୪୨୨ ଜଣଙ୍କୁ ଏମଟେକ୍ ଡ଼ିଗ୍ରୀ  ୧୭୦ ଜଣଙ୍କୁ ଏମଏସି ,୯୩ ଜଣ ପିଏଚଡ଼ି , ୬୫ଜଣ ପାଂଚ ବର୍ଷିଆ ଇନ୍ଟେଗ୍ରେଟିକ ଏମ.ଏ,ସି ଡିଗ୍ରୀ .୪୪ ଜଣ ଏମଟେକ ସହ ବିଟେକ ଡ଼ୁଆଲ ଡ଼ିଗ୍ରୀ .୨୫ ଜଣ ଏମ,ଏ ୧୯ଜଣ ଆର୍କିଟେକ ଡ଼ିଗ୍ରୀ ପ୍ରଦାନ କରାଯିବ । ଯାହାକୁ ନେଇ ଡିଗ୍ରୀ ହାସଲ କରିଥିବା ଛାତ୍ର ଛାତ୍ରୀ ଉତ୍ସବ ପାଳନ କରିବାକୁ ଥିବା ବେଳେ ଆଗାମୀ ଛାତ୍ରୀ ଛାତ୍ରୀଙ୍କ ପାଇଁ ଏହି ସମାବର୍ତ୍ତନ ଉତ୍ସବ ସାଜିବ ପ୍ରେରଣା ।