LIVE TV

ମୋ ପାଇଁ ଆତ୍ମସମ୍ମାନ ସବୁଠୁ ଆଗରେ ... , RJD ଓ ପରିବାର ଉପରେ ଅସନ୍ତୁଷ୍ଟର ଅନୁମାନ ମଧ୍ୟରେ ରୋହିଣୀଙ୍କ ସ୍ପଷ୍ଟୀକରଣ

NEWS7
-

ପାଟନା – ନିକଟରେ ବିହାରର ରାଜନୈତିକ ମାହୋଲରେ ଏହି କଥାକୁ ନେଇ କଳ୍ପନାଜଳ୍ପନା ଜୋର ଧରିଥିଲା ଯେ, ଲାଲୁ ପରିବାରରେ ବିବାଦ ତୀବ୍ର ରୂପ ନେଇଛି। ଅନୁମାନ କରାଯାଉ ଥିଲା ଯେ, ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ପରିବାର ଉପରେ ଅସନ୍ତୁଷ୍ଟ ଅଛନ୍ତି। ତାଙ୍କ ପିତା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କୁ କିଡନୀ ଦାନ କରିଥିବା ରୋହିଣୀ ଆଚାର୍ଯ୍ୟ ପାର୍ଟି ଓ ପରିବାର ଉପରେ ତାଙ୍କର ଅସନ୍ତୋଷତାକୁ ନେଇ ଏବେ ନିଜର ସ୍ପଷ୍ଟୀକରଣ ଦେଇଛନ୍ତି। ରବିବାର ସୋସିଆଲ ମିଡ଼ିଆ ଏକ୍ସରେ ରୋହିଣୀ କହିଛନ୍ତି , ମୋ ବିଷୟରେ ଟ୍ରୋଲର୍ସ, ଦୁଷ୍କର୍ମକାରୀ , ପେଡ୍‌-ମିଡ଼ିଆ ଏବଂ ଦଳକୁ ହଡ଼ପ କରିବାକୁ ମନ୍ଦ ଉଦ୍ଦେଶ୍ୟ ରଖିଥିବା ଲୋକଙ୍କ ଦ୍ୱାରା, ମୋ ବିଷୟରେ ପ୍ରଚାର କରାଯାଉ ଥିବା ସମସ୍ତ ଗୁଜବ ଭିତ୍ତିହୀନ ଏବଂ ମୋର ଭାବମୂର୍ତ୍ତୀକୁ କ୍ଷତି ପହଞ୍ଚାଇବା ପାଇଁ ଏକ ପ୍ରକାର ଅଭିଯାନର ଅଂଶ। ମୋର କୌଣସି ରାଜନୈତିକ ମହତ୍ତ୍ୱାକାଂକ୍ଷା ନଥିଲା , ନାହିଁ ଏବଂ କେବେ ବି ରହିବ ନାହିଁ।

ରୋହିଣୀ କହିଛନ୍ତି , ମୁଁ ବିଧାନସଭା ପାଇଁ ପ୍ରାର୍ଥୀ ହେବାକୁ ଚାହୁଁ ନାହିଁ କିମ୍ୱା ମୁଁ କାହାକୁ ବିଧାନସଭା ପାଇଁ ପ୍ରାର୍ଥୀ କରିବାକୁ ଚାହୁଁ ନାହିଁ। ମୋର ରାଜ୍ୟସଭା ସଦସ୍ୟତା ପାଇଁ କୌଣସି ଆକାଂକ୍ଷା ନାହିଁ କିମ୍ୱା ମୋର କୌଣସି ପରିବାର ସଦସ୍ୟଙ୍କ ସହ କୌଣସି ପ୍ରତିଦ୍ୱନ୍ଦ୍ୱିତା ନାହିଁ। ମୋର ଦଳରେ କୌଣସୀ ପଦବୀ କିମ୍ୱା ଭବିଷ୍ୟତରେ କୌଣସି ସରକାର ପାଇଁ ମଧ୍ୟ କୌଣସି ଇଚ୍ଛା ନାହିଁ। ମୋ ପାଇଁ ,ମୋର ଆତ୍ମସମ୍ମାନ , ମୋ ପିତାମାତାଙ୍କ ପ୍ରତି ସମ୍ମାନ ଓ ସମର୍ପଣ , ମୋର ପରିବାରର ପ୍ରତିଷ୍ଠା ହିଁ ସର୍ବୋପରି।

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କର ଝିଅ ରୋହିଣୀ ଆଚାର୍ଯ୍ୟ ନିକଟରେ ମାଆଙ୍କୁ ସମ୍ମାନ ଦେବା କଥା ମଧ୍ୟ କହିଛନ୍ତି। ସୋସିଆଲ ମିଡ଼ିଆ ଏକ୍ସରେ ରୋହିଣୀ କହିଥିଲେ , ଆପଣ ସମସ୍ତଙ୍କୁ ମାଆ ଦୁର୍ଗାଙ୍କ ଦିବ୍ୟ ଆଗମନରେ ମହାଳୟାର ହାର୍ଦ୍ଦିକ ଶୁଭକାମନା । ଦେବୀ ମାଆ ଆପଣ ସମସ୍ତଙ୍କ ଜୀବନରେ ସୁଖ , ସମୃଦ୍ଧି , ଐଶ୍ୱର୍ଯ୍ୟ , ଶକ୍ତି , ଭକ୍ତି ଓ ଆରୋଗ୍ୟ ଆଣନ୍ତୁ , ଏହା ମୋର କାମନା ଏବଂ ଆପଣ ସମସ୍ତେ ଦୁର୍ଗା ସ୍ୱରୂପ ପ୍ରତି ମାଆ –ଭଉଣା –ଝିଅ ପ୍ରତି ସମ୍ମାନର ଭାବ ରଖି ଆଶାଳୀନ, ଅଭଦ୍ର ଓ ଅଶ୍ଳୀଳର ବ୍ୟବହାର କଦାପି କରନ୍ତୁ ନାହିଁ।
​​​​​​​