ବନ୍ଧୁକ ଦେଖାଇ ବ୍ୟାଙ୍କରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ, ଲୁଟିନେଲେ ୧୨ ଲକ୍ଷରୁ ଅଧିକ ଟଙ୍କା

Published By : Prameya-News7 Bureau | April 18, 2024 IST

ବରଗଡ଼: ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତ ଆତଙ୍କ। ମୁଖା ପିନ୍ଧି ପଶିଲେ। ଆଉ ବନ୍ଧୁକ ଦେଖାଇ ଲୁଟିନେଲେ ବ୍ୟାଙ୍କ। ଘଟଣା ଘଟିଛି ବରଗଡ଼ ବରପାଲି ସହର ଜନଗହଳି ପୂର୍ଣ୍ଣ ସ୍ଥାନରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ। ଗୁରୁବାର ଏହି ବ୍ୟାଙ୍କ୍‌ରୁ ପ୍ରାୟ ୧୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଦୁଇ ମୁଖା ପିନ୍ଧା ଦୁର୍ବୃତ୍ତ ।

Also Read: ପିକ୍‌ଅପ୍‌ ଭ୍ୟାନ୍‌ରୁ ୧୦ ଲକ୍ଷ ଟଙ୍କା ଜବତ, ନାକା ଚେକିଂ ବେଳେ ଧରାପଡିଲା 

ସୂଚନା ଅନୁଯାୟୀ, ଦୁଇ ଦୁର୍ବୃତ୍ତ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଡରାଇଥିଲେ।ଆଉ ଟଙ୍କା ଦେବାକୁ ଧମକାଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଯୁବକ ମହିଳା ବସ୍ତ୍ର ପରିଧାନ କରିଥିବା ଜଣାପଡ଼ିଛି। ସେପେଟ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.