ବରଗଡ ୧୮।୪: ବରଗଡ଼ ଟାଉନ ଥାନା ପୋଲିସ ଦ୍ୱାରା ୧୦ ଲକ୍ଷ ଟଙ୍କା ଜବତ । ନିର୍ବାଚନ ଆଚରଣ ବିଧି ଲାଗିଥିବା ବେଳେ ଲକ୍ଷାଧିକ ଟଙ୍କା ଜବତ ହୋଇଛି । ପୋଲିସ ଟଙ୍କା ଜବତ କରି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ନିର୍ବାଚନ ଆଚରଣ ବିଧି ଲାଗିଥିବା ବେଳେ ଲକ୍ଷାଧିକ ଟଙ୍କା ନେଇ ଏକ ପିକ୍ଅପ୍ ଭ୍ୟାନ୍ ବରଗଡ଼ ସହର ଭିତରକୁ ପ୍ରବେଶ କରୁଥିବା ବେଳେ ଧରାପଡିଛି । ହଳଦୀପାଲି ଛକ ଠାରେ ନାକା ଚେକିଂ ବେଳେ ପିକଅପ୍ ଭ୍ୟାନ୍ ସହ ଚାଳକ ଧରାପଡିଛନ୍ତି ।
ଚାଳକ ଜଣକ ସମ୍ବଲପୁର ଜିଲ୍ଲାର ଚୁଡାମଣି ଦୋରା ବୋଲି ପୋଲିସ ସୂଚନା ଦେଇଛି । ତେବେ ଟଙ୍କା କାହିଁକି ଓ କେଉଁ ଉଦ୍ଦେଶ୍ୟରେ ନେଉଥିଲେ ତାହା ଜଣାପଡିନଥିବା ବେଳେ ଟାଉନ ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
You Can Read :