News7 Logo

ରାସ୍ତା ବନ୍ଦ ହେବାରୁ ହେଲିକପ୍ଟରରେ ପହଞ୍ଚିଲେ ରାଜସ୍ଥାନର ପରୀକ୍ଷାର୍ଥୀ, ମୋଟା ଅଙ୍କର ହେଲା ଖର୍ଚ୍ଚ

NEWS7
rajastan

ନୂଆଦିଲ୍ଲୀ ୦୬।୦୯: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହୋଇଛି ରାସ୍ତା । ଏଥିରେ ବେଶି ପ୍ରଭାବିତ ହୋଇଛନ୍ତି ପରିକ୍ଷାର୍ଥୀ । ଏମିତିକି ପରୀକ୍ଷା ଦେବା ପାଇଁ ହୋଇଛନ୍ତି ହଇରାଣ । ରାସ୍ତା ବନ୍ଦ କାରଣରୁ ରାଜସ୍ଥାନର ଛାତ୍ର ପରୀକ୍ଷା କେନ୍ଦ୍ରକୁ ଯିବାକୁ ହେଲିକାପ୍ଟରର ସହାୟତା ନେଇଥିଲେ । ସେମାନେ ହଲଦ୍ୱାନୀରୁ ମୁନସିଆରୀରେ ଗସ୍ତ କରିଥିଲେ । ଆଉ ଏଥିପାଇଁ ସେମାନଙ୍କୁ ପ୍ରାୟ ୪୦ ହଜାର ଟଙ୍କା ଅତିରିକ୍ତ ଖର୍ଚ୍ଚ ଉଠାଇବାକୁ ପଡିଥିଲା ।  

ରାଜସ୍ଥାନର ଯୁବକ ଉତ୍ତରାଖଣ୍ଡ ଓପନ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଦେବା ପାଇଁ ହେଲିକପ୍ଟରରେ ହିମନଗରୀ ପହଞ୍ଚିଲେ । ପରୀକ୍ଷା ଦେବା ପରେ ସେମାନେ ସେହି ହେଲିକପ୍ଟରରେ ଫେରି ଆସିଲେ କିନ୍ତୁ ଏହି ପରୀକ୍ଷା ପାଇଁ ଯିବା ଆସିବାରେ ଚାରି ଜଣଙ୍କୁ ୪୦ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡିଲା। ଯୁବକମାନେ କହିଛନ୍ତି କି ଟଙ୍କା ଖର୍ଚ୍ଚ ହେଲା ସତ କିନ୍ତୁ ଗୋଟିଏ ବର୍ଷ ନଷ୍ଟ ହେବାରୁ ବଞ୍ଚିଗଲା।

ଉତ୍ତରାଖଣ୍ଡ ଓପନ ବିଶ୍ୱବିଦ୍ୟାଳୟର ବି.ଏଡ୍ ପରୀକ୍ଷା ବୁଧବାର ହେବାର ଥିଲା। ଏଥିପାଇଁ ରାଜସ୍ଥାନର ବାଲୋତରାର ମୂଳ ବାସିନ୍ଦା ଓମାରାମ ଜାଟ, ମାଗାରାମ ଜାଟ, ପ୍ରକାଶ ଗୋଦାରା ଜାଟ ଏବଂ ନରପତ କୁମାରଙ୍କୁ ପରୀକ୍ଷା କେନ୍ଦ୍ର ମୁନୟାରୀ କଲେଜରେ ପହଞ୍ଚିବାକୁ ପଡିଲା। ଦୁଇ ଦିନ ପୂର୍ବରୁ ଯେତେବେଳେ ସେମାନେ ହଲଦ୍ୱାନୀରେ ପହଞ୍ଚିଲେ, ସେତେବେଳେ ସେମାନଙ୍କୁ ସୂଚନା ମିଳିଥିଲା ​​ଯେ ଭୂସ୍ଖଳନ ପରେ ଅନେକ ସ୍ଥାନରେ ରାସ୍ତା ବନ୍ଦ ହୋଇଯାଇଛି ।

ଏପରିସ୍ଥିତିରେ ସେମାନଙ୍କୁ ପରୀକ୍ଷା ନଦେଇ ପାରିବାର ଚିନ୍ତା ଘାରିଥିଲା । ଏହାପରେ ସେମାନେ ହଲଦ୍ୱାନୀ-ମୁନୟାରୀ ହେଲିକପ୍ଟର ସେବା ଚଳାଉଥିବା କମ୍ପାନୀ ସହିତ ଯୋଗାଯୋଗ କରି ସେମାନଙ୍କୁ ପରୀକ୍ଷା ବିଷୟରେ କହିଥିଲେ। ଓମାରାମ ଜାଟ କହିଛନ୍ତି ଯେ କମ୍ପାନୀର ସହାୟତାରେ ସେ ବୁଧବାର ମୁନୟାରୀ ଆସିଥିଲେ ଏବଂ ପରୀକ୍ଷା ଦେଇଥିଲେ । ଗୁରୁବାର ଚାରିଜଣ ହେଲିକପ୍ଟର ଯୋଗେ ହଲଦ୍ୱାନୀ ଫେରି ଆସିଥିଲେ।

ହେଲିକପ୍ଟର ସେବା ଯୋଗାଇବା ପାଇଁ ସେମାନେ ସିଇଓ ରୋହିତ ମାଥୁର ଏବଂ ପାଇଲଟ ପ୍ରତାପ ସିଂହଙ୍କୁ କୃତଜ୍ଞତା ଜଣାଇଛନ୍ତି ।  ପ୍ରତ୍ୟେକ ଯୁବକଙ୍କୁ ପରୀକ୍ଷା ଦେବା ପାଇଁ ୧୦ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡିଥିଲା। ବାସ୍ତବରେ ହଲଦ୍ୱାନୀରୁ ମୁନସିଆରୀ ପର୍ଯ୍ୟନ୍ତ ଭଡା ୫୨୦୦ ଟଙ୍କା ସ୍ଥିର କରାଯାଇଛି। ଅର୍ଥାତ୍ ଯାତ୍ରା ପାଇଁ ୧୦ ହଜାର ୪୦୦ ଟଙ୍କା ଖର୍ଚ୍ଚ ହୋଇଥିଲା।