News7 Logo

ରାସ୍ତା ଉପରେ ଜମିଛି ବର୍ଷା ପାଣି, ମାଛ ଛାଡ଼ିଲେ ଗାଁ ଲୋକେ

NEWS7
road

କଣ୍ଟାବାଞ୍ଜି ୦୩।୦୯ : ଲୋକଙ୍କ ଅଭିନବ ପ୍ରତିବାଦ । ଦୀର୍ଘ ଦିନ ହେବ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା-ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜପଥର ରାସ୍ତା ମରାମତି ପାଇଁ ଦାବି କରୁଆସୁଥିଲେ। ତାପରେ ବି କେହି ଶୁଣିନଥିଲେ । ଶେଷରେ ବାଧ୍ୟ ହୋଇ ଗାଁ ଲୋକଙ୍କ ପକ୍ଷରୁ ଉକ୍ତ ରାସ୍ତାରେ ମାଛ ଛାଡ଼ିଛନ୍ତି ।   

ସିନ୍ଧେକେଲା-ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜପଥର ଅବସ୍ଥା ଦୀର୍ଘ ଦିନ ହେବ ଶୋଚନୀୟ ହୋଇ ରହିଛି । ଏପିରିକି ରାସ୍ତାରେ ଥିବା ଖାଲରେ ବର୍ଷା ପାଣି ଜମୁଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ରାସ୍ତାର ମରାମତି କିମ୍ବା ନିର୍ମାଣ ପାଇଁ ଦାବି କରୁଆସୁଥିଲେ । ଏହି ରାସ୍ତାରେ ଦୈନଦିନ ହଜାର ହଜାର ଲୋକ ଯିବାଆସିବା କରନ୍ତି । ଏହାସହ ଅନେକ ଗାଡ଼ି ଗମନାଗମନ କରିଥାଏ ।  ରାସ୍ତା ଉପରେ ବର୍ଷା ପାଣି ଜମି ରହୁଥିବାରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସବୁ ସମସ୍ୟାର ସମାଧାନ ପାଇଁ ଲୋକ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ । ତଥାପି କେହି ଶୁଣିନଥିଲେ । ଶେଷରେ ବାଧ୍ୟ ହୋଇ ସ୍ଥାନୀୟଲୋକେ ରାସ୍ତାରେ ଜମିଥିବା ପାଣି ମାଛ ଛାଡ଼ିଛନ୍ତି । ​​​​​​​