ବିଦ୍ୟୁତ ଆଘାତରେ ସେଣ୍ଟ୍ରିଂ ମିସ୍ତ୍ରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ

Published By : Prameya-News7 Bureau | July 05, 2024 IST

ଆନନ୍ଦପୁର ୫ବିଦ୍ୟୁତ ସଂସ୍ପର୍ଶରେ ମିସ୍ତ୍ରୀଙ୍କ ମୃତ୍ୟୁ ଘଟଣା । କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ । ରାସ୍ତାରୋକ ଯୋଗୁଁ ଗାଡି ଚଳାଚଳ ପ୍ରଭାବିତ ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଫକୀରପୁର ଗାଁରେ ଘର ଛାତ ପାଇଁ ସେଟ୍ରିଂ ମାପଚୁପ ସମୟରେ ୧୧ କେଭି ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ସେଟ୍ରିଂ ମିସ୍ତ୍ରୀ ରାଜେଶ ରଣା ମୃତ୍ଯୁ ଘଟଣା । କ୍ଷତିପୂରଣ ଦାବିରେ ମୃତଦେହ ରଖି ଘରମାଲିକଙ୍କ ଘର ସାମ୍ନାରେ ରାସ୍ତାରୋକ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ । ଏଥିସହ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ବିଦ୍ଯୁତ ବିଭାଗ ଜେଇଙ୍କ ବିରୋଧରେ ଓ ସଂପୃକ୍ତ ଘର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକ । ରାସ୍ତାରୋକସ୍ଥଳ ଠାରେ ଉତ୍ତେଜନା ମଧ୍ଯ ପ୍ରକାଶ ପାଇଛି । ଆନନ୍ଦପୁର ପୋଲିସ ସହ ତହସିଲଦାର ଓ ସ୍ଥାନୀୟ ବିଧାୟକ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା ଚଳାଇଛନ୍ତି । ଅନ୍ଯପଟେ ରାସ୍ତାରୋକ ଯୋଗୁଁ ଆନନ୍ଦପୁର-ଭଦ୍ରକ ମଧ୍ଯରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

You Can Read:

ବିଜୟପାଲ ସିଂ ତୋମାର ଓଡ଼ିଶା ପ୍ରଭାରୀ ନିଯୁକ୍ତ, ଲତା ଉସେଣ୍ଡିଙ୍କୁ ସହପ୍ରଭାରୀ ଦାୟିତ୍ବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.