ଆସ୍କା ୧୭।୦୮ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଧନନ୍ତର ପଞ୍ଚାୟତ ସମ୍ମୁଖରେ ଭୟଙ୍କର ଦୁର୍ଘଟଣା । ଓଏସ୍ଆର୍ଟିସି ବସ ସହ ଏକ ଘରୋଇ ବସ୍ର ମୁହାଁମୁହିଁ ଧକ୍କା । ଯେଉଁଥିରେ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଶେରଗଡ଼ ଧନନ୍ତର ପଞ୍ଚାୟତ ସମ୍ମୁଖରେ ଏକ ଘରୋଇ ବସ୍ ଏବଂ ଓଏସ୍ଆର୍ଟିସି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘରୋଇ ବସ୍ର ଆଗ ଭାଗଟି ଭାଙ୍ଗିଯାଇଛି । ଏତେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୧୦ରୁ ଅଧିକ ଯାତ୍ରୀ । କିନ୍ତୁ ଘରୋଇ ବସ୍ର ଡ୍ରାଇଭର ନୀଳାଞ୍ଚଳ ବେହେରା ଏହି ଦୁର୍ଘଟଣା ଗୁରୁତର ହୋଇଛନ୍ତି । ଯାହାପରେ ତାଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ଲୋକେ ଉଦ୍ଧାର କରି ହିଞ୍ଜିଳି ମେଡିକାଲରେ ଭର୍ତ୍ତି କରିଛନ୍ତି । ବାକି ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।