ଭୁବନେଶ୍ବର ୧୭।୮: ୧୨ ନୂଆ ଏନଏସି ଚିଠା ବିଜ୍ଞପ୍ତି ପ୍ରକାଶ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ । ଅରୁଣ ସାହୁ କହିଛନ୍ତି, ନବୀନଙ୍କ ନିଷ୍ପତ୍ତିକୁ ନିଜର କହି ଘୋଷଣା କରୁଛନ୍ତି ନୂଆ ସରକାର । ଗାଁକୁ ସହର କଲେ ଆପତ୍ତି ନାହିଁ କିନ୍ତୁ ପୂର୍ବ ସରକାରରେ ଘୋଷଣା ହୋଇଥିବା ଅଞ୍ଚଳକୁ ମଧ୍ୟ ତୁରନ୍ତ ଘୋଷଣା କରନ୍ତୁ, ନହେଲେ ଆଗାମୀ ଦିନରେ ପ୍ରତି ଅଞ୍ଚଳରେ ଆନ୍ଦୋଳନ ହେବ ।
ଭାରତରେ ସହରାଞ୍ଚଳର ବିକାଶ ହେଉଛି । ସେହି ଅଞ୍ଚଳ ହେଉଛି ୩୫ ରୁ ୪୦ ପ୍ରତିଶତ । ଓଡ଼ିଶାରେ ୨୦ରୁ ୨୨ ପ୍ରତିଶତ ସହରାଞ୍ଚଳ ରହିଛି । ଗାଁକୁ ସହର କରିବାରେ ଆପତ୍ତି ନାହିଁ । ନବୀନ ସରକାର ଯାହା ନିଷ୍ପତ୍ତି ନେଇଥିଲେ ତାକୁ ବନ୍ଦ କରି ନିଜେ ନାଁ ନେବା ପାଇଁ କାଲି ୧୨ ଏନଏସି ଘୋଷଣା କଲେ । ପୂର୍ବ ସରକାର ସମୟରେ ୫୭ ଅଞ୍ଚଳକୁ ଏନଏସି ଘୋଷଣା କରିଥିଲେ ତାକୁ ତୁରନ୍ତ କରନ୍ତି । ସମସ୍ତ ପ୍ରକାର ମାନ୍ୟତା ପାଇଥିବା ଅଞ୍ଚଳ ଗୁଡ଼ିକୁ ଏନଏସି ଘୋଷଣା ନ ହେଲେ ଅଶାନ୍ତି ବଢିବ । ପୂର୍ବ ସରକାରଙ୍କ ନିଷ୍ପତ୍ତିକୁ ନିଜର କହି ନାଁ ନେଉଛନ୍ତି । ସରକାର ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ, ନହେଲେ ଆଗାମୀ ଦିନରେ ପ୍ରତି ଅଞ୍ଚଳରେ ଆନ୍ଦୋଳନ ଦେଖିବାକୁ ମିଳିବ ବୋଲି ଅରୁଣ ସାହୁ କହିଛନ୍ତି ।
You Can Read: