ରିଲିଜ ପୂର୍ବରୁ ବିବାଦରେ ଫସିଲା ‘ପରମ ସୁନ୍ଦରୀ’, ନିର୍ଦ୍ଦେଶକଙ୍କ ବିରୋଧ ଅଭିଯୋଗ ଆଣିଲେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ

Published By : Prameya-News7 Bureau | August 16, 2025 IST

ମୁମ୍ଵାଇ ୧୬।୦୮; ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ଅପକମିଂ ରୋମାଣ୍ଟିକ ଫିଲ୍ମ ପରମ ସୁନ୍ଦରୀ। ଏହାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କିନ୍ତୁ ରିଲିଜ୍ ପୂର୍ବରୁ ହିଁ ଫିଲ୍ମର ଏକ ସିନ୍‌ ହଙ୍ଗାମା ସୃଷ୍ଟି କରିଛି । ଯାହା ଫଳରେ ଏହା ବିବାଦର ସମ୍ମୁଖୀନ ହେଉଛି। ଏକ ଧାର୍ମିକ ସମ୍ପ୍ରଦାୟ ମଧ୍ୟ CBFC ଦ୍ୱାରା ଫିଲ୍ମକୁ ଦିଆଯାଇଥିବା ପ୍ରମାଣପତ୍ର ଉପରେ ପ୍ରଶ୍ନ ଉଠାଇଛି।

ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ଆଗାମୀ ଚଳଚ୍ଚିତ୍ର ପରମ ସୁନ୍ଦରୀରେ ଚର୍ଚ୍ଚରେ ପ୍ରଦର୍ଶିତ ରୋମାଣ୍ଟିକ ଦୃଶ୍ୟକୁ ୱାଚଡଗ୍ ଫାଉଣ୍ଡେସନ୍ ନାମକ ଏକ ଖ୍ରୀଷ୍ଟିଆନ୍ ଗ୍ରୁପ୍‌ କଡ଼ା ଆପତ୍ତି କରିଛି। ସେମାନେ ଏହି ସମ୍ପର୍କରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC), ମୁମ୍ବାଇ ପୋଲିସ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଓ  ମହାରାଷ୍ଟ୍ର ସରକାରଙ୍କୁ ଏକ ଚିଠି ଲେଖିଛନ୍ତି। ୱାଚଡଗ୍ ଫାଉଣ୍ଡେସନ୍ ଓକିଲ କହିଛନ୍ତି, 'ସିନେମାଟୋଗ୍ରାଫ୍ ଆଇନ, ୧୯୫୨ ଅନୁଯାୟୀ ପ୍ରତିଷ୍ଠିତ CBFCକୁ ଧାର୍ମିକ ଭାବନାର ସମ୍ମାନକୁ ଧ୍ୟାନରେ ରଖି ଚଳଚ୍ଚିତ୍ର ଗୁଡ଼ିକୁ ପ୍ରମାଣପତ୍ର ଦେବାର ଦାୟିତ୍ୱ ଦିଆଯାଇଛି।

FIR ପଞ୍ଜିକରଣ କରିବାକୁ ଦାବି ଉଠିଛି

ସେ ଆହୁରି ମଧ୍ୟ କହିଛନ୍ତି, 'ଚର୍ଚ୍ଚ ଖ୍ରୀଷ୍ଟିଆନ୍ ପାଇଁ ଏକ ପବିତ୍ର ସ୍ଥାନ ଏବଂ ଏଥିରେ ଅଶ୍ଳୀଳ ବିଷୟବସ୍ତୁ ଦେଖାଯିବା ଉଚିତ୍ ନୁହେଁ। ଏହି ଦୃଶ୍ୟ କ୍ୟାଥୋଲିକ୍ ସମ୍ପ୍ରଦାୟର ଭାବନାକୁ ମଧ୍ୟ ଆଘାତ ଦିଏ'। ଏହି ସିନ୍‌କୁ ଫିଲ୍ମ ଏବଂ ପ୍ରମୋସନାଲ୍ ଭିଡିଓରୁ ହଟାନ ଯାଏ, ତେବେ ଫାଉଣ୍ଡେସନ୍ ପ୍ରତିବାଦ କରିବାକୁ ଧମକ ଦେଇଛି। କ୍ୟାଥୋଲିକ୍ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ସେମାନେ ଫିଲ୍ମର ମୁଖ୍ୟ ଚରିତ୍ର, ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ବିରୁଦ୍ଧରେ ଏଫଆଇଆର ମଧ୍ୟ ଦାବି କରିଛନ୍ତି।

କହିବାକୁ ଗଲେ ଏହି ଫିଲ୍ମରେ ସିଦ୍ଧାର୍ଥ ଏବଂ ଜାହ୍ନବୀ କପୁର ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି। ସିଦ୍ଧାର୍ଥ ପରମ ଭୂମିକାରେ ଅଭିନୟ କରୁଛନ୍ତି, ଜଣେ ପଞ୍ଜାବୀ ପୁଅ ଯିଏ ଜାହ୍ନବୀ କପୁରଙ୍କ ଦ୍ୱାରା ଅଭିନୀତ ଏକ ଦକ୍ଷିଣ ଭାରତୀୟ ଝିଅ ପ୍ରେମରେ ପଡ଼ିଯାଏ। ପ୍ରଶଂସକମାନେ ଟ୍ରେଲରକୁ ବହୁତ ପସନ୍ଦ କରିଛନ୍ତି । ସମସ୍ତେ ଫିଲ୍ମ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି ଅଗଷ୍ଟ ୨୯ରେ  ସିନେମା ହଲରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.