ମିଥୁନ ଚକ୍ରବର୍ତ୍ତୀଙ୍କ ' ଡିସ୍କୋ ଡାନ୍ସର'ର ହେବ ସିକ୍ୱେଲ , ଏହି ଦୁଇ ସୁପରଷ୍ଟାରଙ୍କ ମଧ୍ୟରୁ ଜଣକୁ ମିଳିପାରେ ଏହି ଫିଲ୍ମ

Published By : Prameya-News7 Bureau | August 15, 2025 IST

ମୁମ୍ୱାଇ – ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ' ଡିସ୍କୋ ଡ୍ୟାନ୍ସର'ରୁ ଷ୍ଟାରଡମ୍‌ ମିଳିଥିଲା ଏବଂ ଆଜି ମଧ୍ୟ ତାଙ୍କୁ 'ଡିସ୍କୋ ଡ୍ୟାନ୍ସ'ର ନାମରେ ଡକାଯାଏ। ଏବେ ଖବର ଆସିଛି ଯେ, ଫିଲ୍ମର ସିକ୍ୱେଲ ଆସୁଛି। ବି ସୁଭାଷ ସିକ୍ୱେଲକୁ ନେଇ ଆସୁଛନ୍ତି। ହେଲେ ଏହାର ଅଫିସିଆଲି ଘୋଷଣା ହୋଇ ନାହିଁ। କିନ୍ତୁ ଏହି ମଧ୍ୟରେ ଖବର ଆସିଛି ଯେ, ଏହି ପ୍ରୋଜେକ୍ଟ ପାଇଁ ୨ଷ୍ଟାରଙ୍କ ମଧ୍ୟରୁ ଜଣଙ୍କୁ ନେଇ ପ୍ଲାନ କରାଯାଉଛି।

ଯେଉଁ ଷ୍ଟାରଙ୍କ ଆଲୋଚନା ହେଉଛି, ସେ ହେଉଛନ୍ତି ରଣବୀର କପୁର ଓ ଅଲ୍ଲୁ ଅର୍ଜୁନ। ମିଡ୍‌ ଡେ୍‌’ର ରିପୋର୍ଟ ମୁତାବିକ ବି ସୁଭାଷ ସ୍ପଷ୍ଟ କରିଛନ୍ତି ଯେ, ସେ ଡିସ୍କୋ ଡ୍ୟାନ୍ସର -୨ ଉପରେ କାମ କରୁଛନ୍ତି। ଫିଲ୍ମମେକର ଏହା ମଧ୍ୟ କହିଛନ୍ତି ଯେ, ସେ ଏହି ଦୁହିଁଙ୍କ ମଧ୍ୟରୁ ଜଣକୁ ନେବାକୁ ପସନ୍ଦ କରିବେ, କାରଣ ଦୁହେଁ ଜବରଦସ୍ତ ଡ୍ୟାନ୍ସର ଓ ଆକ୍ଟର।

ପିଙ୍କଭିଲାର ରିପୋର୍ଟ ମୁତାବିକ, ବମ୍ୱେ ହାଇକୋର୍ଟ 'ଡିସ୍କୋ ଡ୍ୟାନ୍ସର' ସିକ୍ୱେଲକୁ ସବୁଜ ସଙ୍କେତ ଦେଇଛନ୍ତି। ପ୍ରଥମେ ଡିସ୍କୋ ଡ୍ୟାନ୍ସର ନିଜର କପିରାଇଟ୍ ମାମଲାରେ ଆଇନ ଲଢେଇରେ ଫସି ଯାଇଥିଲା। ଏବେ ଖବର ଆସିଛି ଯେ, ବି ସୁଭାଷ ନିକଟରେ ଏହି କେସ୍ ଜିତି ସାରିଛନ୍ତି।

ନ୍ୟୁଜ୍‌ ୧୮ ସହ କଥା ହୋଇ ସୁଭାଷ କହିଥିଲେ, ଯେତେବେଳେ ମୁଁ ଶୁଣିଲି ଯେ, ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ମିଳିବ ତ ମୁଁ ଭାବିଲି ଯେମିତି ଆମ ଫିଲ୍ମକୁ କୌଣସି ବଡ଼ ପୁରସ୍କାର ମିଳିଛି। ମୁଁ ତାଙ୍କୁ ମେସେଜ୍ ମଧ୍ୟ କଲି ଏବଂ ସେ କହିଲେ ଯେ, ସେ ମୋ ପ୍ରତି କୃତଜ୍ଞ। ଆମ ମଧ୍ୟରେ ଭଲ ସଂପର୍କ ରହିଛି।

ମିଥୁନଙ୍କୁ ଡିସ୍କୋ ଡ୍ୟାନ୍ସରରେ ନେବାକୁ ନେଇ ସୁଭାଷ କହିଥିଲେ, ମୁଁ ମିଥୁନଙ୍କୁ ଫିଲ୍ମରେ ନେଲି, ଯେତେବେଳେ ପ୍ରଡ୍ୟୁସର ରାମ ଦୟାନ ଏଥିପାଇଁ ପ୍ରସ୍ତୁତ ନଥିଲେ। କିନ୍ତୁ ମୁଁ ତାଙ୍କୁ କହିଥିଲି, ମିଥୁନ ଅନ୍ୟ ଅଭିନେତାଙ୍କ ଠାରୁ ଖୁବ୍ ଅଲଗା। ତାଙ୍କର ଚେହେରା ଓ ପର୍ସନାଲିଟି ଖୁବ୍‌ ଭିନ୍ନ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.