ନିର୍ବାଚନ ଋତୁରେ ଆକାଶ ଛୁଇଁଥାଏ ହେଲିକପ୍ଟର ଭଡ଼ା, ଏକ ମିନିଟ୍ ପାଇଁ ଦେବାକୁ ପଡ଼ିଥାଏ ଏତିକି ଟଙ୍କା

Published By : Prameya-News7 Bureau | April 16, 2024 IST

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ହେଲିକପ୍ଟର ଏବଂ ଟାର୍ଟର୍ଡ ବିମାନର ଚାହିଦା ବଢିଥାଏ । ଆଗାମୀ ଲୋକସଭା ନିର୍ବାଚନ ପାଇଁ ଉଷ୍ମତା ମଧ୍ୟ ବଢିବାରେ ଲାଗିଛି । ଲୋକସଭା ନିର୍ବାଚନ ପାଇଁ ରାଜନେତା ଏବଂ ରାଜନୀତିକ ଦଳଙ୍କ ପ୍ରତିନିଧି ସାରା ଦେଶରେ ପ୍ରଚାର ପାଇଁ ବୁଲୁଛନ୍ତି । ଯେଉଁଥି ପାଇଁ ଚାର୍ଟର୍ଡ ବିମାନ ଏବଂ ହେଲିକପ୍ଟରର ଚାହିଦା ୪୦ ପ୍ରତିଶତ ଯାଏ ବଢିଛି । ଏକ ରିପୋର୍ଟ ଅନୁସାରେ ଏକ ବିମାନର ଭଡ଼ା ପ୍ରାୟ ୪.୫-୫.୨୫ ଲକ୍ଷ ଟଙ୍କା ଏବଂ ଡବଲ ଇଞ୍ଜିନ ହେଲିକପ୍ଟରର ପାଇଁ ପ୍ରାୟ ୧.୫-୧.୭ ଲକ୍ଷ ଟଙ୍କା ରହିଛି । ଅନ୍ୟପଟେ ଚାର୍ଟର୍ଡ ବିମାନ ପାଇଁ ଭଡ଼ା ୪.୫ ଲକ୍ଷ ଟଙ୍କା ଟଙ୍କାରୁ ୫.୨୫ ଟଙ୍କା ପ୍ରତି ଘଣ୍ଟା ରହିଥାଏ । ଅର୍ଥାତ୍ ଗୋଟିଏ ମିନିଟ୍ ପାଇଁ ୮ ହଜାରରୁ ଅଧିକ ଟଙ୍କା ଦେବାକୁ ପଡ଼ିଥାଏ ।

ଅନ୍ୟ ଦିନ ଏବଂ ଗତ ନିର୍ବାଚନ ବର୍ଷ ତୁଳନାରେ ଚାହିଦା ବଢିଥିବା ବେଳେ ଫିକ୍ଡ ୱିଙ୍ଗ ବିମାନ ଏବଂ ହେଲିକପ୍ଟରର ଉପଲବ୍ଧତା କମ ହୋଇଛି । କିଛି ପରିଚାଳକ ଅନ୍ୟ କମ୍ପାନିରୁ ବିମାନ ଏବଂ ହେଲିକପ୍ଟର ଚାଳକ ନିଜ ସହ ଯୋଡିବାକୁ ଚାହୁଁଛନ୍ତି । ରୋଟରୀ ୱିଙ୍ଗ ସୋସାଇଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ (ପଶ୍ଚିମ କ୍ଷେତ୍ର) କ୍ୟାପ୍ଟେନ ଉଦୟ ଗେଲି କହିଛନ୍ତି, ହେଲିକପ୍ଟରର ଚାହିଦା ବଢୁଛି ଏବଂ ଏହା ସାଧାରଣ ଦିନ ତୁଳନାରେ ନିର୍ବାଚନ ଅବଧିରେ ୨୫ ପ୍ରତିଶତ ଅଧିକ । ତାହା ତୁଳନାରେ କିନ୍ତୁ ଯୋଗାଣ କମ ରହିଛି । ଗେଲି କହିଛନ୍ତି ଯେ ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ତାମିଲନାଡ଼ୁ ଏବଂ ଆନ୍ଧ୍ର ପ୍ରଦେଶ ପରି ବଡ଼ ରାଜ୍ୟରେ ହେଲିକପ୍ଟରର ବ୍ୟବହାର ଅଧିକ ଦେଖିବାକୁ ମିଳେ ।

ସିଙ୍ଗଲ୍ ଇଞ୍ଜିନ ଥିବା ହେଲିକପ୍ଟରରେ ପାଇଲଟଙ୍କ ସମେତ ୭ ଜଣଙ୍କ ବସିବା କ୍ଷମତା ରହିଥାଏ । ଅନ୍ୟପଟେ ଡବଲ ଇଞ୍ଜିନ ହେଲିକପ୍ଟରରେ ୧୨ ଜଣ ବସିବାର କ୍ଷମତା ରହିଥାଏ । ଗେଲି କହିଛନ୍ତି ଯେ ନିର୍ବାଚନ ସମୟରେ ଚାର୍ଟର୍ଡ ବିମାନ ପରିଚାଳକଙ୍କ ଆୟ ଅନ୍ୟ ଦିନ ତୁଳନାରେ ୧୫-୨୦ ପ୍ରତିଶତ ଅଧିକ ହେବାର ସମ୍ଭାବନା ରହିଛି । 

 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.