ଏଣିକି ପିଲାଙ୍କୁ ଖୋଜିବେ ଶିକ୍ଷକ, ଛାତ୍ରୀ ଛାତ୍ର ସ୍କୁଲ ନ ଆସିଲେ ଘରକୁ ଯାଇ କାରଣ ଖୋଜିବେ

NEWS7
rishi-sunak-viral-picture-conversation-with-sheikh-hasina

ଭୁବନେଶ୍ଵର: ଘରକୁ ଯିବେ ସାର | ଛାତ୍ରୀ ଛାତ୍ର ସ୍କୁଲ ନ ଆସିଲେ ଘରକୁ ଯାଇ କାରଣ ଖୋଜିବେ ଶିକ୍ଷକ | ବିଦ୍ୟାଳୟରେ କୌଣସି ପିଲା ସାତରୁ ଅଧିକ ଦିନ ଅନୁପସ୍ଥିତ ରହିଲେ ଘରକୁ ଯିବେ ଶିକ୍ଷକ | ସେମାନଙ୍କୁ ପୁଣି ଶିକ୍ଷାଦାନର ମୂଳସ୍ରୋତକୁ ଫେରାଇ ଆଣିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର| ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ବଢୁଥିବା 'ଡ୍ରପ୍‌ଆଉଟ୍‌' ହାରକୁ କମାଇବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି, ଯାହାକୁ ସ୍ବାଗତ କରିଛନ୍ତି ଶିକ୍ଷକ ଓ ଶିକ୍ଷାବିତ।

ଏଣିକି ପିଲାଙ୍କୁ ଖୋଜିବେ ଶିକ୍ଷକ | ରାଜ୍ୟରେ ସ୍କୁଲ୍ ପାଠପଢ଼ା ଅଧାରୁ ଛାଡୁଥିବା ପିଲାଙ୍କ ସଂଖ୍ୟାକୁ ନେଇ ଏବେ ଚିନ୍ତାରେ ରାଜ୍ୟ ସରକାର | ବିଶେଷ କରି ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ବଢୁଥିବା 'ଡ୍ରପ୍‌ଆଉଟ୍‌' ହାର ହ୍ରାସ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି କଠୋର ନିଷ୍ପତି ନିଆଯାଇଛି |  ପିଲାମାନେ ସ୍କୁଲରୁ ଦୂରେଇ ରହିଲେ ସରକାର ସେମାନଙ୍କୁ ପୁଣି ଶିକ୍ଷାଦାନର ମୂଳସ୍ରୋତକୁ ଫେରାଇ ଆଣିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି | କୌଣସି ପିଲା ୭ରୁ ଅଧିକ ଦିନ ଅନୁପସ୍ଥିତ ରହିଲେ ଘରକୁ ଯିବେ ଶିକ୍ଷକ | ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ | ଚିଠିରେ କୁହାଯାଇଛି, ଶିକ୍ଷକ ପିଲାଟିର ଘରେ ପହଞ୍ଚି ଅନୁପସ୍ଥିତିର ପ୍ରକୃତ କାରଣ ଖୋଜିବେ | ପିଲାଟି କାହିଁକି ସ୍କୁଲ ଆସୁନାହିଁ, ସେନେଇ ଅଭିଭାବକଙ୍କ ସହ ଆଲୋଚନା କରିବେ ଏବଂ ସେମାନଙ୍କୁ ବୁଝାଇ ପିଲାକୁ ପୁଣି ସ୍କୁଲକୁ ଆଣିବାକୁ ଚେଷ୍ଟା କରିବେ।

ରାଜ୍ୟରେ ଡ୍ରପ ଆଉଟ ସ୍ଥିତି ସାଙ୍ଘାତିକ ହେବା ପରେ ସରକାର ଡ୍ରପ ଆଉଟ ରୋକିବାକୁ ବିଭିନ୍ନ ପନ୍ଥା ଗ୍ରହଣ କରୁଛନ୍ତି | ନୂଆ ସରକାର ଆସିବା ପରେ, ରାଜ୍ୟର ୪୫ ହଜାର ପ୍ରାଥମିକ ସ୍କୁଲରେ ଶିଶୁ ବାଟିକାରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ମାଗଣାରେ ୟୁନିଫର୍ମ, ଜୋତା, ମୋଜା, ଟ୍ରାକ ପ୍ୟାଣ୍ଟ ଦେବାକୁ ଘୋଷଣା କରିଛନ୍ତି | ପ୍ରତି ପିଲା ପିଛା ୧ ହଜାର ଟଙ୍କା ଦେବା ପାଇଁ ବ୍ୟବସ୍ଥା କରାଯାଇଛି | ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ ଯୋଜନା ପ୍ରସ୍ତୁତ କରୁଛି | ପିଲାମାନେ ଖୁସିରେ ସ୍କୁଲ ଯିବେ ଓ ଅଭ୍ୟାସରେ ପରିଣତ ହେବେ | ସ୍କୁଲ ଛାଡ଼ିବା ପାଇଁ ମନ କରିବେ ନାହିଁ ଏବଂ ଡ୍ରପ ଆଉଟ୍ ବଢିବ ନାହିଁ।

ଗତ ୧୮ ମାସରେ ୧ ଲକ୍ଷ ୮୩ ହଜାର ୨୧୬ ଡ୍ରପ ଆଉଟ ହୋଇଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୬୦ ହଜାର ୭୨୯ ଛାତ୍ର ଛାତ୍ରୀଙ୍କୁ ଫେରାଇ ଅଣାଯାଇଥିବା ବିଧାନସଭାରେ ଉତ୍ତର ରଖିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ୨୦୨୫-୨୫ ବର୍ଷରେ ରାଜ୍ୟର ବିଭିନ୍ନ ସ୍କୁଲରେ ଡ୍ରପ ଆଉଟ ହାର ପ୍ରାଥମିକ ସ୍ତରରେ ୦.୭, ଉଚ୍ଚ ପ୍ରାଥମିକ ସ୍ତରରେ ୩.୨ ଏବଂ ମାଧ୍ୟମିକ ସ୍ତରରେ ୧୫.୦ ଥିବା ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।