'କୈର ଷ୍ଟାର୍ମର ଆମର, ଋଷି ସୁନକ ତୁମର'; ଲେବର ପାର୍ଟି ସହିତ ନେହରୁଙ୍କ ସମ୍ପର୍କ କ’ଣ ?

Published By : Prameya-News7 Bureau | July 06, 2024 IST

ନୂଆଦିଲ୍ଲୀ: ବ୍ରିଟେନ ଶାସନ କ୍ଷମତାରେ ବୈପ୍ଲବିକ ପରିବର୍ତ୍ତନ । ୧୪ ବର୍ଷ ଶାସନରେ ଥିବା କଞ୍ଜର୍ଭେଟିଭ୍ ପାର୍ଟିର ପତନ । ପ୍ରଚଣ୍ଡ ବହୁମତ ସହିତ ସରକାର ଗଠନ କରିଛି ଲେବର ପାର୍ଟି। ଭାରତୀୟ ବଂଶୋଦ୍ଭବଙ୍କ ପାଇଁ ବ୍ରିଟେନରେ ସରକାର ପରିବର୍ତ୍ତନ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ ହିନ୍ଦୁ ଥିଲେ ମଧ୍ୟ ଲେବର ପାର୍ଟି ନେତା କୈର ଷ୍ଟାର୍ମରଙ୍କ ଆଡ଼କୁ ଢଳିଛନ୍ତି ଭୋଟର । ପ୍ରଧାନମନ୍ତ୍ରୀ କୈର ଷ୍ଟାର୍ମର ଅଣହିନ୍ଦୁ ହୋଇ ମଧ୍ୟରେ ସାଧାରଣ ନିର୍ବାଚନ ପର୍ବରୁ ବ୍ରିଟେନରେ ଭାରତୀୟ ବଂଶୋଦ୍ଭବଙ୍କୁ ଏକତ୍ର କରିବାରେ ସଫଳ ହୋଇଥିଲେ । ସେ ଲଣ୍ଡନରେ ବିଭିନ୍ନ ହିନ୍ଦୁ ମନ୍ଦିର ଗସ୍ତ କରିଥିଲେ । ସେହିପରି ଲଣ୍ଡନରେ ଥିବା ସ୍ବାମୀ ନାରାୟଣ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ହିନ୍ଦୁଙ୍କ ପ୍ରତି ଷ୍ଟାର୍ମରଙ୍କ ଏଭଳି ବିଚାରଧାରାକୁ ଦେଖି ଝୁମି ଉଠିଥିଲେ ହିନ୍ଦୁ ସମାଜ । ଋଷି ସୁନକ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ମଧ୍ୟ କୈର ଷ୍ଟାର୍ମରଙ୍କ ଜୟ ଶ୍ରୀରାମ ନାରା ନିର୍ବାଚନରେ ବିଶେଷ ପ୍ରଭାବ ପକାଇଥିଲା । ସେହିପରି ଷ୍ଟାର୍ମରଙ୍କ କାଶ୍ମୀର ନୀତି ଭାରତୀୟ ସମୁଦାୟ ପ୍ରତି ସମ୍ପର୍କକୁ ନିବିଡ଼ କରିଥିଲା । ସେ ଲେବର ପାର୍ଟିରେ ଏବେ ପ୍ରଭାବୀ ନେତା ହୋଇନଥିଲେ ମଧ୍ୟରେ ଭାରତୀୟ ସମୁଦାୟ ତାଙ୍କୁ ମୁଣ୍ଡ ଉପରେ ବସାଇଥିଲା । ପରେ ତାଙ୍କ ଦଳ ସାଧାରଣ  ନିର୍ବାଚନରେ ୪୧୨ ସିଟ୍ ହାସଲ କରି ସରକାର ଗଠନ କରିଛି । 

ଦୁଇ ପୂର୍ବରୁ   ୨୦୨୨ ଅକ୍ଟୋବର ମାସ ୨୪ ତାରିଖରେ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିଲେ । ଯାହାକୁ ନେଇ ଭାରତୀୟଙ୍କ ମଥା ଗର୍ବରେ ଉପରକୁ ଉଠିଥିଲା । ଯେଇଁ ବ୍ରିଟିଶ ସରକାର ଭାରତକୁ ୨ଶହ ବର୍ଷ ଶାସନ କରିଥିଲେ, ସେମାନଙ୍କୁ ଶାସନ କରିବାକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ହେଲେ ଗୋଟିଏ ଅବସୋଶ ରହିଥିଲା ଋଷି ସୁନକ ଲେବର ପାର୍ଟିରୁ ନଥିଲେ  । ସେ କଞ୍ଜର୍ଭେଟଭ୍ ପାର୍ଟିରୁ ପ୍ରଧାନମନ୍ତ୍ରୀ ଭାବେ ଚୟନ ହୋଇଥିଲେ । କାରଣ କଞ୍ଜର୍ଭେଟଭ୍ ପାର୍ଟି ସେହି ଦଳ, ଯାହାର ପ୍ରଧାନମନ୍ତ୍ରୀ ଓ୍ବିଂଷ୍ଟନ ଚର୍ଚ୍ଚିଲ୍, ଜାତିର ପିତା ମହାତ୍ମାଗାନ୍ଧିଙ୍କୁ ଭିକାରୀ ବୋଲି କହିଥିଲେ । ଏହି ପାର୍ଟି ଭାରତକୁ ସ୍ବାଧୀନ କରିବାକୁ ସମର୍ଥନ କରିନଥିଲା । ଭାରତକୁ ଲେବର ପାର୍ଟିର ଶାସନ ବେଳେ ସ୍ବାଧୀନତା ମିଳିଛି । ୧୯୪୫ରେ ବ୍ରିଟେନରେ କ୍ଲିମେଣ୍ଟ ଅଟଲୀ ପ୍ରଧାନମନ୍ତ୍ରୀ ହେବା ପରେ  ଭାରତକୁ ସ୍ବାଧୀନତା ମିଳିଥିଲା ।

କ୍ଲିମେଣ୍ଟ ଅଟଲୀଙ୍କ ଦ୍ବାରା ତିଆରି ହୋଇଥିବା ଇଣ୍ଡିଆ ଇଣ୍ଡିୁପେଣ୍ଡନ୍ସ ଆକ୍ଟ ୧୯୪୭ ଆଧାରରେ ଭାରତ ସ୍ବାଧୀନତା ମିଳିଥିଲା । ତେଣୁ ଲେବର ପାର୍ଟି ସହିତ ଭାରତୀୟଙ୍କ ସମ୍ପର୍କ ଅଧିକ । ଭାରତ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ୍ ଜବାହରଲାଲ୍ ନେହରୁ ଲଣ୍ଡନରେ ଓକିଲାତି ପାଠ ପଢ଼ିବା ସମୟରେ ସେ ୟୁରୋପୀୟ ଉଦାରବାଦୀ ନେତାଙ୍କ ସମ୍ପର୍କରେ ଆସିଥିଲେ । ଏହି ସମୟର ପୁଞ୍ଜିପତିଙ୍କ ଭିତରେ ମଜଦୁର ଓ ସାଧାରଣଙ୍କ ନିଜ ଅଧିକାରକୁ ନେଇ ଲଢ଼େଇ ଚାଲିଥିଲା । କ୍ଷମତା ପାଇଁ ପୁଞ୍ଜିପତିମାନେ ସାଧାରଣ ଲୋକଙ୍କ ଅଧିକାରକୁ ମଡିମକଚି ଦେଉଥିଲେ । ଏମାନଙ୍କ ପାଇଁ ଲେବର ପାର୍ଟି ଲଢ଼େଇ କରୁଥିଲା । ଯୁବଗୋଷ୍ଠୀଙ୍କୁ ନେଇ ଲେବର ପାର୍ଟିର ଜୋଶ୍ ଅଧିକ ରହିଥିଲା । ଏମାନେ ହିଂସାପୂର୍ଣ୍ଣ ରାଜନୀତି ପସନ୍ଦ ନଥିଲା । ସଂସଦରେ ସତ୍ତା ପରିବର୍ତ୍ତନ କରି ନ୍ୟାୟ ନେବାକୁ ଲେବର ପାର୍ଟିର ନେତା ପସନ୍ଦ କରୁଥିଲା । ଏମାନଙ୍କ ଠାରୁ ପ୍ରେରିତ ହୋଇଥିଲେ ଜବାହାରାଲାଲ୍ ନେହରୁ । ସେ ଏଚଜି ଓ୍ବେଲ୍ସ, ଜର୍ଜ ବର୍ନାଡ୍, ବଟେଣ୍ଡ ରସେଲଙ୍କ ଉଦାରବାଦୀ ବହି ପଢିଥିଲେ ।  ତାଙ୍କୁ ଲାଗିଥିଲା ଯେ ପର୍ଯ୍ୟନ୍ତ ସ୍ବାଧୀନ ଲଢ଼େଇ ସାଧାରଣ ଲୋକ ସାମିଲ୍ ନହେବେ ସେଯାଏ ସ୍ବାଧୀନତା ମିଳିବ ନାହିଁ । ଶସନ କ୍ଷମତାକୁ ବିରୋଧ କରୁଥିବା ନେତାଙ୍କୁ ହିଂସାତ୍ମକ ଘଟଣା ଘଟାଇ ରାସ୍ତାରୁ ଘଟାଇ ଦିଆଯିବ । ନେହରୁ ଲଣ୍ଡନରୁ ଫେରିବା ପରେ ତୁରନ୍ତ କଂଗ୍ରେସରେ ସାମିଲ୍ ହୋଇଥିଲେ । ଜନ ଆନ୍ଦୋଳନ ମାଧ୍ୟମରେ ଭାରତକୁ ସ୍ବାଧୀନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.