Ankita Murder Case : ଭାଇରାଲ ଭିଡ଼ିଓ ପାଇଁ ଡେରାଡୁନ୍‌ରୁ ଦିଲ୍ଲୀ ଯାଏଁ କମ୍ପନ, ଫସିପାରନ୍ତି ବଡ଼ ନେତା

NEWS7
rijiju-targets-sc-over-appointment-of-election-commission

ଡେରାଡୁନ୍ ୨୪।୧୨ : ଉତ୍ତରାଖଣ୍ଡର ଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲା । ପୂର୍ବତନ ବିଜେପି ସାଂସଦ ଦୁଷ୍ୟନ୍ତ କୁମାର ଗୌତମ ଏବଂ ପୂର୍ବତନ ଜିଲ୍ଲା ପଞ୍ଚାୟତ ସଦସ୍ୟ ଆରତୀ ଗୌଡ଼ଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି ।

ବିଜେପି ନେତା ସୁରେଶ ରାଠୋରଙ୍କ କଥିତ ସ୍ତ୍ରୀ ତଥା ଟିଭି ଅଭିନେତ୍ରୀ ଉର୍ମିଳା ସନାୱର ଫେସ୍ବୁକ୍ ଲାଇଭରେ ଏହି ଅଭିଯୋଗ ଆଣିଛନ୍ତି । ଏହି ଭିଡିଓକୁ ଦେଖାଇ ପ୍ରଦେଶ କଂଗ୍ରେସ ମୁଖ୍ୟ ଗଣେଶ ଗୋଦିୟାଲ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଗଣେଶ କହିଥିଲେ, ବିଜେପି ଏବଂ ଉତ୍ତରାଖଣ୍ଡ ସରକାର ଏହି ମାମଲାରେ ଅପରାଧୀଙ୍କୁ ସୁରକ୍ଷା ଯୋଗାଉଛନ୍ତି । ଏପରି ହେଲେ ଅଙ୍କିତା କେବେ ବି ନ୍ୟାୟ ପାଇପାରିବେ ନାହିଁ । ତେଣୁ ସୁପ୍ରିମକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ମାମଲାର ସିବିଆଇ ଯାଞ୍ଚ କରାଯାଉ ।

ପ୍ରକାଶଥାଉ କି, ପୌଡ଼ି ଜିଲ୍ଲାରେ ଏକ ରିସୋର୍ଟରେ ରିସେପ୍ସନିଷ୍ଟ ଭାବେ କାମ କରୁଥିବା ଅଙ୍କିତାଙ୍କୁ ୨୦୨୨ ସେପ୍ଟେମ୍ବର ୧୮ରେ ହତ୍ୟା କରାଯାଇଥିଲା । ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ଏସ୍ଆଇଟି ଗଠନ କରିଥିଲେ । ମାମଲାରେ ରିସୋର୍ଟ ମାଲିକ ତଥା ଜଣେ ବିଜେପି ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟ ଏବଂ ଆଉ ୨ ଜଣଙ୍କୁ କୋର୍ଟ ଆଜୀବନ ଦଣ୍ଡାଦେଶ ଦେଇଥିଲେ ।