ନୂଆଦିଲ୍ଲୀ: ୟୁଟାହରେ ଏକ କାର୍ଯ୍ୟକ୍ରମ ସମୟରେ ଆମେରିକୀୟ ସମାଜସେବୀ ତଥା ଟ୍ରମ୍ପଙ୍କ ସହଯୋଗୀ ଚାର୍ଲି କିର୍କଙ୍କୁ ହତ୍ୟା ପାଇଁ ବ୍ୟବହୃତ ହୋଇଥିବା ବୋଲ୍ଟ-ଆକ୍ସନ୍ ରାଇଫଲ୍ ଜବତ କରାଯାଇଛି। ଜଣେ କଲେଜ ଛାତ୍ର ତାଙ୍କୁ ଗୁଳଇ କରିଥିବା ସନ୍ଦେହ କରି ତାକୁ ଧରିବା ପାଇଁ ଅଭିଯାନ ଜାରି ରହିଛି ବୋଲି ଗୁରୁବାର ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍(ଏଫ୍‌ବିଆଇ) କହିଛି

 ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଏବଂ ଯୁବ ଭୋଟରଙ୍କ ମଧ୍ୟରେ ରିପବ୍ଲିକାନ ସମର୍ଥନ ବୃଦ୍ଧି କରିବା ପାଇଁ ଜଣାଶୁଣା ୩୧ ବର୍ଷୀୟ ପୋଡକାଷ୍ଟ ଏବଂ ରେଡିଓ ଭାଷ୍ୟକାର କିର୍କଙ୍କୁ ବୁଧବାର ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ଏକ ରାଜନୈତିକ ହତ୍ୟା ଥିଲା ବୋଲି ଉଟାହ ରାଜ୍ୟପାଳ ସ୍ପେନ୍ସର କକ୍ସ କହିଥିଲେ।

ଏହି ଗୁଳିକାଣ୍ଡ ସମୟର ଛାତିଥର ଦୃଶ୍ୟ ଅନଲାଇନରେ ଭାଇରାଲ ହୋଇଥିଲାକିର୍କ ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟରେ ପ୍ରାୟ ୩,୦୦୦ ଦର୍ଶକଙ୍କ ସମ୍ମୁଖରେ "ପ୍ରୁଭ୍‌ ମି ରଙ୍ଗ" ନାମକ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମଞ୍ଚ ଉପରେ ଭାଷଣ ଦେଉଥିଲେ। ଏହି ସମୟରେ ତାଙ୍କୁ ଉପରେ ଗୁଳିମାଡ଼ ହୋଇଥିଲା। ଉଟାହ ଅଧିକାରୀମାନେ କହିଛନ୍ତି ଯେ ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ଛାତ ଉପରେ ନିଜ ପୋଜିସନ ନେଇ ଶୁଟ୍ କରିଥିଲା। ଗୁଳିମା ମାରିବା ପରେ ସେ ତୁରନ୍ତ ସେଠାରୁ ଫେରାର ହୋଇଯାଇଥିଲା। ସନ୍ଦିଗ୍ଧ ବ୍ୟକ୍ତିଙ୍କ ସ୍ପଷ୍ଟ ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି। ଫୁଟେଜ୍‌ରୁ ଯାହା ଜଣାପଡ଼ୁଛି ଅଭିଯୁକ୍ତ ଜଣଙ୍କ କଲେଜ୍‌ ପିଲାଙ୍କ ବୟସର ହେବ ବୋଲି ଏଫ୍‌ବିଆଇ ଅଧିକାରୀ କହିଛନ୍ତି।

କିର୍କ କଞ୍ଜରଭେଟିବ ଷ୍ଟୁଡେଣ୍ଟ ଅର୍ଗାନାଇଜେସନର ସହସଂସ୍ଥାପକ ଓ ଅଧ୍ୟକ୍ଷ ଥିଲେ। ଗୁଳିମାଡ଼ ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।  ସେଠାରେ କିଛି ଘଣ୍ଟା ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁରେ ଡେମୋକ୍ରାଟ, ରିପବ୍ଲିକାନ ଏବଂ ବିଦେଶୀ ସରକାରମାନଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ରାଜନୈତିକ ହିଂସାର ବ୍ୟାପକ ନିନ୍ଦା କରାଯାଇଛି।