ନିର୍ବାଚନ ଜିତିବା ପରେ ଶେଖ ହସିନାଙ୍କ ପ୍ରତ୍ୟାର୍ପଣ ଦାବି ଦୋହରାଇଲା ବିଏନପି, ଜାଣନ୍ତୁ କହିଲା କ’ଣ?

NEWS7
retail-inflation-rises-to-5-per-cent-in-june-says-govt-data

ଢାକା ୧୩।୨: ସାଧାରଣ ନିର୍ବାଚନରେ ବଡ ବିଜୟ ହାସଲ ପରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ଶୁକ୍ରବାର ଭାରତ ନିକଟରେ ଶେଖ ହସିନାଙ୍କ ପ୍ରତ୍ୟାର୍ପଣ ଦାବି ଦୋହରାଇଛି। ହସିନାଙ୍କୁ ଟ୍ରାୟଲ ନିମନ୍ତେ ବାଂଲାଦେଶକୁ ହସ୍ତାନ୍ତର କରିବାକୁ ପାର୍ଟି କହିଛି। ପାର୍ଟିର ଷ୍ଟାଣ୍ଡିଂ କମିଟି ସଦସ୍ୟ ସଲାହୁଦ୍ଦିନ ଅହମଦ କହିଛନ୍ତି ଯେ ତାଙ୍କ ପାର୍ଟି ଭାରତକୁ ଶେଖ ହସିନାଙ୍କ ପ୍ରତ୍ୟାର୍ପଣ ନିମନ୍ତେ ଅଧିକାରୀକ ରିକ୍ୱେଷ୍ଟ କରିବ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ବିଏନପିର ବରିଷ୍ଠ ନେତା ସଲାହୁଦ୍ଦିନ କହିଛନ୍ତି ଯେ ବିଦେଶ ମନ୍ତ୍ରୀ ପୂର୍ବରୁ ଏକ୍ସଟ୍ରାଡିସନ ମାମଲାକୁ ଆଗକୁ ବଢାଇ ସାରିଛି ଓ ଆମେ ଏହାକୁ ସମର୍ଥନ କରୁଛୁ। ସେ କହିଛନ୍ତି ଯେ ଆଇନ ଅନୁସାରେ ଆମେ ଲଗାତାର ଏକ୍ସଟ୍ରାଡିସନ ଲାଗି ଚାପ ପକାଉଛୁ। ଏହା ଦୁଇ ଦେଶଙ୍କ ବିଦେଶମନ୍ତ୍ରାଳୟଙ୍କ ମାମଲା। ଆମେ ତାଙ୍କୁ ବାଂଲାଦେଶରେ ଟ୍ରାୟଲର ସମ୍ମୁଖୀନ ହେବା ଲାଗି ପଠାଇବା ନିମନ୍ତେ ଭାରତ ସରକାରଙ୍କ ନିକଟରେ ଦାବି କରିଛୁ।

ସଲାହୁଦ୍ଦିନ କହିଛନ୍ତି ଯେ ଆମେ ସବୁ ପଡୋଶୀ ଦେଶଙ୍କ ସହିତ ସାଧାରଣ ସମ୍ପର୍କ ଚାହୁଁଛୁ। ତେବେ ଏହି ସମ୍ପର୍କରେ ସନ୍ତୁଳନ ରହିବା ଦରକାର। ଏହି ବକ୍ତବ୍ୟ ହସିନାଙ୍କ ୧୨ ଫେବୃଆରୀ ଟିପ୍ପଣୀ ପରେ ଆସିଛି, ଯେଉଁଥିରେ ଶେଖ ହସିନା ବାଂଲାଦେଶରେ ହେଉଥିବା ନିର୍ବାଚନକୁ କେବଳ ଲୋକ ଦେଖାଣିଆ ବୋଲି କହିଥିଲେ। ତେବେ ଏହା ପୂର୍ବରୁ ଭାରତର ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଗତ ନଭେମ୍ବରରେ ଆମକୁ ରିକ୍ୱେଷ୍ଟ ମିଳିଥିବା କହିଥିଲେ।

ଏଥିରେ ଢାକା ହସିନାଙ୍କୁ ବାଇଲେଟରଲ ଏକ୍ସଟ୍ରାଡିସନ ଟ୍ରିଟି ମାଧ୍ୟମରେ ବାଂଲାଦେଶକୁ ପ୍ରତ୍ୟାର୍ପଣ କରି ଦିଆଯାଉ ବୋଲି ଦାବି କରାଯାଇଥିଲା। ଜୟସ୍ୱାଲ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଆମେ ବାଂଲାଦେଶ ଲୋକଙ୍କ ସବୁଠୁ ଭଲ ହୀତ ଓ ସେହି ଦେଶରେ ଶାନ୍ତି, ଡେମୋକ୍ରାସି, ଇନକ୍ଲୁଜନ ଓ ସ୍ଥିରତା ପାଇଁ ସଂକଳ୍ପବଦ୍ଧ। ଆମେ ଏ ସମ୍ପର୍କରେ ସବୁ ହିତାଧିକାରୀଙ୍କ ସହ ରଚନାତ୍ମକ ଉପାୟରେ ଆଲୋଚନା କରିବୁ।

ଏହା ବି ପଢନ୍ତୁ:-