ରୋଡ୍‌କ୍ରସ୍‌ ତୋରଣ ନିର୍ମାଣ ଉପରେ କଟକଣା ବଳବତ୍ତର, ବିସର୍ଜନ ପାଇଁ ଅତିରିକ୍ତ ତାରିଖ ଘୋଷଣା ନିଷ୍ପତ୍ତି ପ୍ରଶାସନର

Published By : Prameya-News7 Bureau | August 26, 2025 IST

ଭୁବନେଶ୍ବର ୨୬।୮: ପାର୍ବଣ ଲାଗି ଜାରି ହୋଇଥିବା ନିର୍ଦ୍ଧିଷ୍ଟ କଟକଣାକୁ କୋହଳ କରାଯିବ । କିନ୍ତୁ ସବୁକିଛି ଉପରେ ଚୂଡାନ୍ତ ନିଷ୍ପତ୍ତି ନେବ ପ୍ରଶାସନ । ମଙ୍ଗଳବାର କଟକ ସହର ସମସ୍ୟା ସଂକ୍ରାନ୍ତୀୟ ଜନସ୍ୱାର୍ଥ ମାମଲାର ଶୁଣାଣି ପରେ କିଛି ଏଭଳି ମତ ପୋଷଣ କରିଛନ୍ତି ହାଇକୋର୍ଟ । ରୋଡ଼କ୍ରସ ଗେଟ୍ ନିର୍ମାଣ ଉପରେ କଟକଣା ରହିବ, ହେଲେ ଅନ୍ୟ ସ୍ଥାନରେ ତୋରଣ ନିର୍ମାଣ କଲାବେଳେ ତାର ନିରାପତ୍ତାକୁ ନେଇ ପୂର୍ତ୍ତ ବିଭାଗ ସୁନିଶ୍ଚିତ କରାଇବ । 

ସେହିପରି ଗେଟ୍ ନିର୍ମାଣ ଲାଗି ରାସ୍ତା ଯେପରି ନଷ୍ଟ ନହେବ ତାହା ସୁନିଶ୍ଚିତ କରାଇବା ଲାଗି ସିଏମସି ପ୍ରଶାସନ ଉତ୍ତରଦାୟୀ ରହିବ । ଫୁଟପାଥ କିମ୍ବା ରାସ୍ତା ଉପରେ ତୋରଣ ନିର୍ମାଣ ହୋଇପାରିବ ନାହିଁ ଏବଂ ଇଲେକ୍ଟ୍ରିକ ଗେଟ୍ ନିର୍ମାଣ କରିବାକୁ ହେଲେ ବିଦ୍ୟୁତ ବିଭାଗ ତାର ନିରାପତ୍ତାର ଗ୍ୟାରେଣ୍ଟି ଦେବେ । ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । 

ଯେହେତୁ ବୁଧବାର ଗଣେଶ ପୂଜା ଏବଂ ଗଣେଶ ମୂର୍ତ୍ତି ବିସର୍ଜନ ଲାଗି ୩ଟି ରବିବାର ନିର୍ଦ୍ଧାରିତ ହୋଇଛି । କିନ୍ତୁ ମଝିରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଆଉ ଗୋଟିଏ ଦିନର ମହଲତ ଲୋଡ଼ା ଯାଇଥିଲା, ଯାହା ଉପରେ ପ୍ରଶାସନ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି । ସେହିପରି ପାର୍ବଣ ଏବଂ ଭସାଣୀ ସମୟରେ ଯେପରି ବାୟୁ ଏବଂ ଶବ୍ଦ ପ୍ରଦୂଷଣ ନହେବ, ସେଥିଲାଗି ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ହୋଇଛି । ଶବ୍ଦ ପ୍ରଦୂଷଣ ରୋକିବା ଲାଗି ସ୍ୱତନ୍ତ୍ର ଟିମ୍ ମୁତୟନ କରାଯିବ ବୋଲି ପୋଲିସ ବିଭାଗ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି । 

You Can Read:

ନୂଆଁଖାଇ ପାଇଁ ୨୯ ତାରିଖରେ ଛୁଟି ଘୋଷଣା, ସେପ୍ଟେମ୍ବର ୧୩ରେ କାର୍ଯ୍ୟଦିବସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.