ନୂଆଦିଲ୍ଲୀ : ଅନେକ ଥର ଆପଣ କିମ୍ୱା ଆପଣଙ୍କର କୌଣସି ପରିଚିତ ଲୋକଙ୍କ ପୁରୁଣା ବ୍ୟାଙ୍କ ଆକାଉଣ୍ଟ ସମୟାନୁସାରେ ନିଷ୍କ୍ରିୟ ହୋଇଯାଏ। ଲୋକେ ଏହା ଉପରେ ଧ୍ୟାନ ଦିଅନ୍ତି ନାହିଁ ଏବଂ ଲୋକଙ୍କ ଟଙ୍କା ଆକାଉଣ୍ଟରେ ପଡ଼ି ରହି ଥାଏ। ଯଦି ଆପଣଙ୍କର କିମ୍ୱା ଆପଣଙ୍କର କୌଣସି ପରିଚିତଙ୍କ ଟଙ୍କା ବ୍ୟାଙ୍କରେ ଅନକ୍ଲେମଡ୍‌ ଅଛି, ତ ଏହି ରାଶି ଉଠାଇବା ପାଇଁ ଏବେ ଆପଣଙ୍କୁ ଚିନ୍ତା କରିବା ଦରକାର ନାହିଁ।

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ଏହି ସ୍ଥିତିରେ ଆପଣଙ୍କୁ ପୂର୍ଣ୍ଣ ସହାୟତା କରିଥାଏ। ଆପଣ କିମ୍ୱା ଆପଣଙ୍କର ଆଇନଗତ ଉତ୍ତରାଧିକାରୀ କିଛି ସହଜ ଷ୍ଟେପ୍ସ ଫଲୋ କରି ଅନକ୍ଲେମଡ୍‌ ଟଙ୍କା ଫେରସ୍ତ ପାଇ ପାରିବେ।

ଆରବିଆଇ ଅନୁସାରେ ,ପୂରା ଦେଶରେ କୋଟି କୋଟି ଟଙ୍କା ଅନକ୍ଲେମଡ୍‌ ଭାବେ ପଡ଼ି ରହିଛି। ଯଦି କୌଣସି ଆକାଉଣ୍ଟରେ ୨ବର୍ଷ ହେବ କୌଣସି ବି ପ୍ରକାରର ଆର୍ଥିକ ନେଣଦେଣ ନହୋଇ ଥାଏ କିମ୍ୱା ପୁଣି ୧୦ ବର୍ଷ ହେବ ବ୍ୟାକ ଆକାଉଣ୍ଟ ନିଷ୍କ୍ରିୟ ପଡ଼ିଥାଏ। ଏମିତି ସ୍ଥିତିରେ ଆରବିଆଇ ଏହି ଅନକ୍ଲେମଡ୍‌ ଡିପୋଜିଟ୍ସକୁ ଡିଇଏ (ଡିପୋଜିଟ୍‌ ଏଡୁକେସନ ଆଣ୍ଡ ଆୱାରନେସ) ଫଣ୍ଡକୁ ଶିଫ୍ଟ କରିଦେଇ ଥାଏ।

ହେଲେ ଆପଣଙ୍କର ଅର୍ଥ ରାଶି ସଂପୂର୍ଣ୍ଣ ସୁରକ୍ଷିତ ରହିଥାଏ। ଆପଣ କିମ୍ୱା ଆପଣଙ୍କର କୌଣସି ଆଇନଗତ ଉତ୍ତରାଧିକାରୀ ଏହି ଟଙ୍କା ଉପରେ ନିଜର କ୍ଲେମ୍ କରିପାରିବେ। କ୍ଲେମ୍‌ ପାଇଁ ଆରବିଆଇ କୌଣସି ସୀମା ସ୍ଥିର କରି ନାହିଁ।

ଯଦି ଆପଣ ଏହା ଜାଣିବାକୁ ଚାହାନ୍ତି ଯେ, ଆପଣ କିମ୍ୱା ଆପଣଙ୍କର ପରିବାରର ଟଙ୍କା ବ୍ୟାଙ୍କରେ ଅନକ୍ଲେମ୍‌ଡ ପଡ଼ିଛି କିମ୍ୱା ନାହିଁ , ତ ଏଥିପାଇଁ ଆପଣଙ୍କୁ ଆରବିଆଇର ଅଫିସାଇଲି ୱେବସାଇଟ୍‌କୁ ଯିବାକୁ ହେବ। ୱେବସାଇଟ୍‌ରେ ନିଜର କିମ୍ୱା ନିଜ ପରିବାରର ସଦସ୍ୟଙ୍କ ନାଁ ସର୍ଚ୍ଚ କରନ୍ତୁ । ଏହାପରେ ଆପଣଙ୍କୁ ପୂରା ସୂଚନା ମିଳିଯିବ।